• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ତାପସିଙ୍କ  ନୂଆ ସିନେମା ‘ସାବାସ୍‍ ମିଠୁ’

ତାପସି ପନ୍ନୁ । ଏବେକାର ବ୍ୟସ୍ତତମ ନାୟିକା ।୨୦୨୨ ମସିହାରେ ରିଲିଜ ୪ଟି ସିନେମା । ଥିଏଟର ଖୋଲିବା ପରେ ଏବେ ସମସ୍ତେ ସିନେମା ରିଲିଜ ପାଇଁ ହଲ ବୁକ କରିବା ପାଇଁ ଆରମ୍ଭ କଲେଣି । ରଶ୍ମି ରକେଟର ସଫଳତା ପରେ ,ଏବେ ତାପସିଙ୍କର ଆଗକୁ ଆସିବ ଲୁପ୍‍ ଲପେଟା । ଲୁପ ଲପେଟାର କାହାଣୀ ବି ଏକଦମ୍‍ ୟୁନିକ । ଏହି ସିନେମା ହେଉଛି ଜର୍ମାନ ଫିଲ୍ମ ରନ୍‍ ଲୋଲା ରନର ଅଫିସିୟାଲ ହିନ୍ଦୀ ରିମେର୍କ । ଯେଉଁଥିରେ ମୁଖ୍ୟ ଭୁମିକାରେ ତାପସି ଏବଂ ତାହିର ରାଜ ଭାସିନ୍‍ ଅଭିନୟ କରିଛନ୍ତି ।ଏହି ସିନେମାର ସୁଟିଂ ସରିଯାଇଛି । ଅକୋଟବର ୨୦୨୧ରେ ସିନେମା ରିଲିଜ ହେବାର ଯୋଜନା ହୋଇଥିଲା କିନ୍ତୁ କରୋନା ମହାମାରୀ ପାଇଁ ସବୁକିଛି ଘୁଞ୍ଚିଗଲା । ଆଉ ଏବେ ୨୦୨୨ ରେ ରିଲିଜ ହେବ ଲୁପ ଲପେଟା

ତାପସିଙ୍କ ଆଉ ଏକ ସିନେମା ହେଉଛି ସାବାସ୍‍ ମିଠୁ । ଭାରତୀୟ ମହିଳା କ୍ରିକେଟ ଦଳର କ୍ୟାପଟେନ୍‍ ମିତାଲି ରାଜଙ୍କ ବାଓପିକ ହେଉଛି ଏହା । । ମିତାଲିଙ୍କ ଭଳି ଫିଲଡରେ କ୍ରିକଟେରେ ମାହିର ହେବା ପାଇଁ ତାପସି କରିଛନ୍ତି ଅନେକ ପ୍ରାଟିକସ୍‍ । ମିତାଲି ରାଜ ଫିଲ୍ମରେ କେମତି ତାଙ୍କ ଭଳି ସେ ଖେଳିବେ ସେଥିପାଇଁ ତାଙ୍କୁ ସାହାଯ୍ୟ କରିଛନ୍ତି । ଏହାର ନିର୍ଦ୍ଦଶନା ଦେଇଛନ୍ତି ରାହୁଲ ଢୋଲିକୟା ।

ମନମଜିୟାଁ ପରେ ପୁଣି ଥରେ ନିଦ୍ଦଶକ ଅନୁରାଗ କାଶ୍ୟପଙ୍କ ସିନେମାରେ ତାପସି । ସାଇନିସ୍‍ ଫିକସନ୍‍ ସିନେମା ଦୋବାରାରେ ଲିଡ ରୋଲରେ ନାୟିକା । ଥ୍ରିଲର ସିନେମାରେ ବେଶୀ ଦଶର୍କ ପସନ୍ଦ କରିଛନ୍ତି ଏହି ନାୟିକାଙ୍କୁ ।ତେଣୁ ତାପସି ଦୋବାରା ପାଇଁ ଅଧିକ ଉତ୍ସାହିତ ଅଛନ୍ତି ।

ହରର ସିନେମାରେ ବି ନାୟିକା ସାଜିଛନ୍ତି ତାପସି । ଆସିବାକୁ ଯାଉଛି ବ୍ଲର୍‍ । ,ଏଥିରେ ଗୁଲସନ୍‍ ଦେବିୟାଙ୍କ ସହ ନଜର ଆସିବେ । ଏହା ହେଉଛି ¸ାନିଶ ଫିଲ୍ମ ଜୁଲିୟାସ୍‍ ଆଇର ରିମେର୍କ । ହରର ଥ୍ରିଲର ବ୍ଲର ର ନିର୍ଦ୍ଦଶନା ଦେଉଛନ୍ତି ଅଜୟ ବେହେଲ୍‍ ।

ସେହିଭଳି ଆଉ ଏକ ସିନେମା ହେଉଛି ବୋ ଲଡକି ହେ କାହାନ୍‍ । ସ୍କାମ ୧୯୯୨ ତ୍ସେଓବ ସିରିଜର ହିରୋ ପ୍ରତିକ ଗାନ୍ଧୀଙ୍କ ସହ ସ୍କ୍ରିନ ସେୟାର କରିବେ ନାୟିକା । ଇନେଭେସିଗେଟିଭ କମେଡି ହେଉଛି ଏହି ନୁଆ ସିନେମାର ପ୍ଲଟ୍‍ । ଅର୍ସଦ ସଇଦ୍‍ ନିର୍ଦ୍ଦଶନା ଦେଉଛନ୍ତି ।

ଏକାସାଙ୍ଗରେ ଏତେ ଗୁଡିକ ସିନେମାର ନାୟିକା ଭୁମିକାରେ ତାପସି ପନ୍ନୁ । ତେବେ ଦେଖିବା ବାକି ରହିଲା କେଉଁ ସିନେମାରେ ତାପସିଙ୍କ ଅଭିନୟକୁ ଦଶର୍କ କେତେ ପସନ୍ଦ କରୁଛନ୍ତି ।