/odishatv-khabar/media/post_attachments/uploadimage/library/16_9/16_9_0/IMAGE_1697280169.jpg)
Tanushree Dutta files FIR against Rakhi
ରାକ୍ଷୀ ସାୱନ୍ତଙ୍କ ବିରୁଦ୍ଧରେ FIR ଫାଇଲ୍ କଲେ ଅଭିନେତ୍ରୀ ତନୁଶ୍ରୀ ଦତ୍ତା । ଅଭିନେତ୍ରୀ ରାକ୍ଷୀ ସାୱନ୍ତ ତାଙ୍କୁ ମାନସିକ ଆଘାତ ଦେଇଥିବା ସେ ଅଭିଯୋଗ କରିଛନ୍ତି । ଏନେଇ ତନୁଶ୍ରୀ ଇନଷ୍ଟାଗ୍ରାମରେ ଏକ ଲମ୍ବା ନୋଟ୍ ଲେଖି ଟ୍ରମାରେ ଥିବା କଥା ସେୟାର କରିଛନ୍ତି । ୨୦୧୮ ର ଏକ ଫିଲ୍ମ ବେଳେ ରାକ୍ଷୀ ତାଙ୍କୁ ମାନସିକ ଆଘାତ ଦେଇଥିବା ଅଭିଯୋଗ କରିଛନ୍ତି ।
ଅଭିନେତ୍ରୀ ତନୁଶ୍ରୀ ଦତ୍ତା ଗଣମାଧ୍ୟମକୁ ସାକ୍ଷାତକାର ବେଳେ କହିଛନ୍ତି ଯେ, ‘ମୁଁ ରାକ୍ଷୀ ସାୱନ୍ତଙ୍କ ବିରୁଦ୍ଧରେ ମାମଲା ରୁଜୁ କରିଛି । ସେ ୨୦୧୮ରେ ମତେ ବହୁତ ହଇରାଣ କରିଥିଲେ । ମତେ ମାନସିକ ଆଘାତ ଦେଇଥିଲେ । ଏହିପରି ଅନେକ ଅଭିଯୋଗ ଆଧାରରେ ପୋଲିସ ରାକ୍ଷୀଙ୍କ ନାଁରେ ପ୍ରାଥମିକ ମାମଲା ରୁଜୁ କରିଛି’ ।
ତନୁଶ୍ରୀ ଆହୁରି କହିଛନ୍ତି ଯେ ‘ପାଞ୍ଚ ବର୍ଷ ଧରି ରାକ୍ଷୀଙ୍କ ବିରୁଦ୍ଧରେ ସମସ୍ତ ତଥ୍ୟ ପ୍ରମାଣ ଏକାଠି କରିଛି । ସେ ମୋ ବିରୁଦ୍ଧରେ କହିଥିବା ପ୍ରତିଟି କଥାକୁ ରେକର୍ଡ କରି ରଖିଛି । ଏହି ରେକର୍ଡକୁ ପୋଲିସ ହାତକୁ ହସ୍ତାନ୍ତର କରିଛି । ଯେଉଁ ଆଧାରରେ ପୋଲିସ ତଦନ୍ତ ଆରମ୍ଭ କରିଛି । ରାକ୍ଷୀଙ୍କ ପାଇଁ ୨୦୧୮ରୁ ଆଜି ଯାଏଁ ମୁଁ ମାନସିକ ଆଘାତ ପାଇଆସିଛି । ସେ ମୋ ନାଁରେ ଖରାପ କଥା କହି ମୋ ଇଜ୍ଜତ ସାରିଛନ୍ତି । ଯାହାକୁ ମୁଁ ଭୁଲି ପାରୁନି । ସେ ମତେ ମାନସିକ ଆଘାତ ଦେବା ସହ ମୋ କ୍ୟାରିୟର ନଷ୍ଟ କରିବାକୁ ମଧ୍ୟ ଚେଷ୍ଟା କରିଥିଲେ । ମୁଁ ତାଙ୍କ ପାଇଁ ଆଜି ଯାଏ ବାହାଘର ବି ହୋଇପାରିନି’ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)