Advertisment

କେଆର୍‌କେ-ତାପସୀ ପନ୍ନୁଙ୍କ ଭିତରେ ବାକ୍ ଯୁଦ୍ଧ : ତାପସୀ କହିଲେ ମୂର୍ଖ

ତାପସୀ ପନ୍ନୁଙ୍କୁ ଟାର୍ଗେଟ୍ କେଆର୍‌କେଙ୍କୁ ପଡିଲା ମହଙ୍ଗା। ସାମ୍ନା କରିବାକୁ ହେଲା ବାକ୍ ଯୁଦ୍ଧ। କିଏ କହୁଛି 'ପେଡ୍ ମନ୍‌ଷ୍ଟର୍' ତ କିଏ କହୁଛି ମୂର୍ଖ।

author-image
Pramod Behera
Taapsee said to KRK Idiot

Taapsee said to KRK Idiot

କମଲ ରଶିଦ ଖାନ ଯିଏ କେଆର୍‌କେ ଭାବେ ବେଶ ପରିଚିତ ପ୍ରାୟ ସବୁବେଳେ ନିଜ କଥା ବାଣରେ ବଲିଉଡ ଚଳଚ୍ଚିତ୍ର ଏବଂ ଅଭିନେତାଙ୍କୁ ଟାର୍ଗେଟ୍ କରନ୍ତି। ନିକଟରେ ସେ କେତେକ ଟ୍ୱିଟ୍ କରି ତାପସୀ ପନ୍ନୁଙ୍କ ଫିଲ୍ମ ‘ଦୋବାରା’କୁ ଫ୍ଲପ୍ ବୋଲି କହିଥିଲେ। ଏହାକୁ ସହିପାରି ନଥିଲେ ଅଭିନେତ୍ରୀ। ଏହାପରେ ଉଭୟଙ୍କ ମଧ୍ୟରେ ବାକ୍ ଯୁଦ୍ଧ ଲାଗିଥିବା ଦେଖାଯାଇଛି।

Advertisment

ନିଜକୁ ଦେଶର ଏକ ନମ୍ବର କ୍ରିଟିକ୍ସ ବୋଲି କହୁଥିବା କେଆର୍‌କେ ନିକଟରେ ଆମିର ଖାନଙ୍କ ଫିଲ୍ମ 'ଲାଲ୍‌ ସିଂହ ଚଡ୍‌ଢା ଖଡ୍ଡା'କୁ ନେଇ ଜମେଇକି ଟାର୍ଗେଟ୍ କରିଥିଲେ। ଏହା ପରେ, ବର୍ତ୍ତମାନ ସେ ଟ୍ୱିଟ୍ ଜରିଆରେ ତାପସୀ ପନ୍ନୁଙ୍କ ଫିଲ୍ମ 'ଦୋବାରା'କୁ ନେଇ କ୍ରମାଗତ ଭାବରେ ଆକ୍ରମଣ କରିଛନ୍ତି।

ନିଜର ଏକ ଟୁଇଟ୍‌ରେ, KRK ତାପସୀ ପନ୍ନୁଙ୍କ ଫିଲ୍ମ 'ଦୋବାରା'କୁ ଫ୍ଲପ୍ ବୋଲି କହି​ ଫିଲ୍ମର ଶୋ ଲଗାତାର ବାତିଲ ହେବା କହିଥିଲେ। ଏହା ଉପରେ ବଲିଉଡ୍‌ର ପ୍ରସିଦ୍ଧ ନିର୍ଦ୍ଦେଶକ ହଂସଲ ମେହେଟ୍ଟା KRK କୁ ଉଚିତ ଜବାବ ଦେଇ ତାଙ୍କୁ 'ପେଡ୍ ମନ୍‌ଷ୍ଟର୍' ବୋଲି କହିଥିଲେ। ହଂସଲ ତାଙ୍କର ଏକ ଟ୍ୱିଟ୍‌ରେ କହିଛନ୍ତି ଯେ ଖୁବ୍ କମ୍ ପରଦାରେ ମୁକ୍ତିଲାଭ କରିବା ସତ୍ତ୍ୱେ ତାପସୀଙ୍କ ଏହି ଫିଲ୍ମ ଭଲ ବ୍ୟବସାୟ କରୁଛି। ହଂସଲଙ୍କ ଏହି ଟ୍ୱିଟ୍‌ ପରେ ତାପସୀ ସୋସିଆଲ ମିଡିଆରେ KRK କୁ ଜମେଇକି ଶୁଣେଇଛନ୍ତି।

Advertisment

ହଂସଲ୍‌ ମେହେଟ୍ଟାଙ୍କ ଟ୍ୱିଟ୍‌କୁ କୋଟ୍ କରି ତାପସୀ ଲେଖିଛନ୍ତି, “ସାର୍, ମିଛକୁ ଯେତେ ଜୋର୍‌ରେ କହିଲେ ବି ଏହା ସତ ହେବ ନାହିଁ। ଏହି ଲୋକମାନେ, ଯେଉଁମାନଙ୍କର ଅସ୍ତିତ୍ୱ କେବଳ ଫିଲ୍ମ ପାଇଁ ରହିଛି, ସେମାନେ ଶିଳ୍ପକୁ ନଷ୍ଟ କରିବାରେ ଲାଗିପଡିଛନ୍ତି, ତେବେ ଭାବନ୍ତୁ ସେମାନେ କେତେ ମୂର୍ଖ। ତେବେ ସେ ଯାହା ବି ହେଉ, ‘ଦୋବାରା’ ଯେହେତୁ ସେମାନଙ୍କ ମୁଣ୍ଡ ପାଇଁ ଟିକେ ଜଟିଳ ଚଳଚ୍ଚିତ୍ର, ତେବେ ବିଚାରାଗୁଡା କ’ଣ କରିବେ?”

ପ୍ରକାଶଥାଉ ଯେ ତାପସୀଙ୍କ ଫିଲ୍ମ ‘ଦୋବାରା’ ଅଗଷ୍ଟ ୧୯ ଶୁକ୍ରବାର ଦିନ ମୁକ୍ତିଲାଭ କରିଥିଲା। ଅନୁରାଗ କଶ୍ୟପ ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି। ତାପସୀଙ୍କ ସହ ନିର୍ମାତା ଭାବରେ ଏହା ଅନୁରାଗଙ୍କର ତୃତୀୟ ଫିଲ୍ମ। ଦୁହେଁ ପୂର୍ବରୁ 'ମନମର୍ଜିୟାଁ' ଏବଂ 'ସାଣ୍ଡ୍‌ କୀ ଆଙ୍ଖ୍'ରେ ଏକାଠି କାମ କରିଛନ୍ତି।

Tapsee Panuu Bollywood KRK Dobaaraa
Advertisment
Advertisment