/odishatv-khabar/media/post_attachments/uploadimage/library/16_9/16_9_0/IMAGE_1670766177.jpg)
Sushant Singh Rajput
ବଲିଉଡ୍ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ଅଢ଼େଇ ବର୍ଷ ବିତିଗଲାଣି । ହେଲେ ଆଜି ବି ଲୋକମାନେ ସ୍ୱର୍ଗତ ଅଭିନେତାଙ୍କ ଆକସ୍ମିକ ମୃତ୍ୟୁକୁ ଭୁଲି ପାରିନାହାଁନ୍ତି । ତାଙ୍କ ପ୍ରଶଂସକଙ୍କ ହୃଦୟରେ ସେ ଆଜି ବି ଜୀବିତ ଅଛନ୍ତି । ହେଲେ ଏବେ ତାଙ୍କ ସମ୍ପର୍କୀତ ଏକ ଖବର ପାଇଁ ପୁଣି ସେ ଚର୍ଚ୍ଚାକୁ ଆସିଛନ୍ତି । ସୁଶାନ୍ତ ସିଂଙ୍କ ମୃତ୍ୟୁ ହୋଇଯାଇଛି ସତ, ସେ ରହୁଥିବା ଡୁପ୍ଲେକ୍ସ ଫ୍ଲାଟ ପାଇଁ ଭଡ଼ାଟିଆ ମିଳୁନାହାନ୍ତି । ଏହି ଫ୍ଲାଟରୁ ହିଁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ବର୍ତ୍ତମାନ ସେହି ଫ୍ଲାଟ୍ ଭଡା ପାଇଁ ଉପଲବ୍ଧ ଥିଲେ ସୁଦ୍ଧା ଏହାକୁ ଭଡାରେ ନେବା ପାଇଁ କେହି ରାଜି ନୁହଁନ୍ତି ।
୧୪ ଜୁନ୍ ୨୦୨୦ରେ ସୁଶାନ୍ତ ସିଂ ରାଜପୁତ ନିଜ ଫ୍ଲାଟର ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା କୁହାଯାଏ । ହେଲେ ତାଙ୍କ ପରିବାର ଲୋକ କିନ୍ତୁ ଏହାକୁ ହତ୍ୟା ବୋଲି କହିଥିଲେ । ଆଜି ପର୍ଯ୍ୟନ୍ତ ମାମଲା ବିଚାରଧୀନ ରହିଛି । ତେବେ ତାଙ୍କ ମୃତ୍ୟୁରେ ସମଗ୍ର ଦେଶରେ ହଇଚଇ ସୃଷ୍ଟି ହୋଇଥିଲା । କରୋନା ଭାଇସର କାୟା ଭିତରେ ଏହି ଖବର ସମସ୍ତଙ୍କୁ ବିଚଳିତ କରିଥିଲା ​​। ବାନ୍ଦ୍ରା ସ୍ଥିତ ଆପାର୍ଟମେଣ୍ଟରୁ ସୁଶାନ୍ତଙ୍କ ମୃତଦେହ ମିଳିଥିଲା । ନିକଟରେ ସେହି ଘରର ଇଷ୍ଟେଟ୍ ଏଜେଣ୍ଟ ରାଫିକ୍ ମର୍ଚାଣ୍ଟ ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରିଥିଲେ , ସେହି ଘର ବର୍ତ୍ତମାନ ଭଡା ପାଇଁ ଉପଲବ୍ଧ । ଆଉ ଫ୍ଲାଟର ଭଡା ପାଞ୍ଚ ଲକ୍ଷ ଅଟେ ।
Sea Facing Duplex 4BHK with a Terrace Mont Blanc
5 lakhs Rent
Carter Road, Bandra West. RAFIQUE MERCHANT 9892232060, 8928364794 pic.twitter.com/YTcjIRiSrw— Rafique Merchant (@RafiqueMerchant) December 9, 2022
ହେଲେ ସେହି ଘରେ ସୁଶାନ୍ତଙ୍କ ମୃତ୍ୟୁ ହୋଇଥିବା କାରଣରୁ ସେଠାରେ କେହି ରହିବା ପାଇଁ ପ୍ରସ୍ତୁତ ନୁହଁନ୍ତି । ବ୍ରୋକର୍ ଜଣକ ଏକ ୱେବସାଇଟ୍ ସହିତ ଆଲୋଚନା ବେଳେ କହିଛନ୍ତି, ଲୋକମାନେ ଏହି ପ୍ରପର୍ଟି ପାଇଁ ଆଦୌ ଆଗ୍ରହୀ ନୁହଁନ୍ତି । ଏପଟେ ସେହି ସମୁଦ୍ର ମୁହାଁ ଡୁପ୍ଲେକ୍ସ ଫ୍ଲାଟର NRI ମାଲିକ ମଧ୍ୟ ଭଡା ହ୍ରାସ କରିବାକୁ ମନା କରି ଦେଇଛନ୍ତି । ଏହା ସହିତ ବିବାଦକୁ ଏଡ଼ାଇବା ପାଇଁ ଭବିଷ୍ୟତରେ କୌଣସି ସିନେ ତାରକାଙ୍କୁ ଏହି ଫ୍ଲାଟ ଭଡାରେ ଦେବାକୁ ମନା କରିଦେଇଛନ୍ତି ମାଲିକ ।
ସେହିପରି କେହି ଏହି ଘରକୁ ଦେଖିବା ପାଇଁ ଆସିଲେ ଆଖପାଖରେ ରହୁଥିବା ଲୋକମାନେ ସେମାନଙ୍କୁ ବିଭିନ୍ନ କଥା କହି ଭୟଭୀତ କରୁଛନ୍ତି । ଜଣେ ସିନେ ତାରକାଙ୍କର ଏଠାରେ ମୃତ୍ୟୁ ହୋଇଥିବା ଜାଣିବା ପରେ କେହି ସେଠାରେ ରହିବା ପାଇଁ ରାଜି ହେଉନାହାନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)