suriya bobby deol film Kanguva huge dip in india
ତାମିଲ ସୁପରଷ୍ଟାର ସୂର୍ଯ୍ୟା ଏବଂ ବବି ଦେଓଲଙ୍କ ଫିଲ୍ମ 'କଙ୍ଗୁଭା' ବକ୍ସ ଅଫିସରେ ବିଫଳ ହୋଇଥିବା ଜଣାପଡିଛି। ତିନି ଦିନ ମଧ୍ୟରେ ଫିଲ୍ମ ସେମିତି କିଛି କରିପାରିନି ଯେମିତି ଆଶା କରାଯାଉଥିଲା। ପ୍ରଥମ ଦିନରେ ବହୁତ କମ୍ ରୋଜଗାର ସହିତ ବକ୍ସ ଅଫିସରେ ‘କଙ୍ଗୁୱା’ ଖାତା ଖୋଲିଥିଲା।
ଏହି ଫିଲ୍ମ୍ ସାରା ବିଶ୍ୱରେ ୧୦ ହଜାର ପରଦାରେ ମୁକ୍ତିଲାଭ କରିଛି। ତାମିଲ ସହିତ ଏହା କନ୍ନଡ, ମାଲାୟାଲମ୍, ତେଲୁଗୁ ଏବଂ ହିନ୍ଦୀ ଭାଷାରେ ମଧ୍ୟ ମୁକ୍ତିଲାଭ କରିଛି। ବିଶେଷ କଥା ହେଉଛି ସୂର୍ଯ୍ୟାଙ୍କ ଫିଲ୍ମ 'କଙ୍ଗୁଭା'ରେ ବବି ଦେଓଲ ଖଳନାୟକ ଭୂମିକାରେ ଅଭିନୟ କରିଛନ୍ତି।
‘କଙ୍ଗୁଭା’ରେ ଐତିହାସିକ ଯୁଦ୍ଧ ସିନ୍ ଏବଂ ଭବ୍ୟ ଦୃଶ୍ୟ ରହିଛି ଯାହା ୧,୫୦୦ ବର୍ଷର ପୁରୁଣା। ହିନ୍ଦୀ ବେଲ୍ଟର ଦର୍ଶକଙ୍କ ପାଇଁ ଏହି ଚଳଚ୍ଚିତ୍ରର ସବୁଠାରୁ ବଡ ଆକର୍ଷଣ ହେଉଛନ୍ତି ବବି ଦେଓଲ୍। ବବିଙ୍କ ଭୟଙ୍କର ରୂପକୁ ନେଇ ସାରା ଇଣ୍ଡଷ୍ଟ୍ରୀରେ ଅନେକ ଆଲୋଚନା ହେଉଛି। ଫିଲ୍ମରେ ଆକ୍ସନ୍ ଏବଂ ସିନେମାଟୋଗ୍ରାଫି ପାଇଁ ନିର୍ମାତା ହଲିଉଡ୍ ବିଶେଷଜ୍ଞଙ୍କ ସାହାଯ୍ୟ ନେଇଛନ୍ତି।
ମୋଟ୍ ବଜେଟ୍:
ସୂର୍ଯ୍ୟା ଏବଂ ବବି ଦେଓଲଙ୍କ 'କଙ୍ଗୁଭା' ଏକ ବଡ ବଜେଟ୍ରେ ପ୍ରସ୍ତୁତ କରାଯାଇଛି। ୩୫୦ କୋଟି ଟଙ୍କା ବ୍ୟୟରେ ଏହା ତିଆରି ହୋଇଛି। ବର୍ତ୍ତମାନ ସମୟରେ ଏହା ସବୁଠାରୁ ମହଙ୍ଗା ତାମିଲ୍ ଫିଲ୍ମ ହୋଇଛି। ଏହି ଫିଲ୍ମଟି ୭ଟି ବିଭିନ୍ନ ଦେଶରେ ସୁଟିଂ କରାଯାଇଛି। 'କଙ୍ଗୁଭା'ର ନିର୍ଦ୍ଦେଶନା ଦେଇଛନ୍ତି ଶିବା ଏବଂ ସେ ଫିଲ୍ମର କାହାଣୀ ମଧ୍ୟ ଲେଖିଛନ୍ତି। ଏହି ଫିଲ୍ମରେ ଦିଶା ପାଟନୀ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1731830245.jpg)