Advertisment

Sunny Leone: କାନ୍ସ ଫିଲ୍ମ ଫେଷ୍ଟିଭାଲ୍‌ରେ ସନୀ ଲିଓନଙ୍କ ଜଲ୍‌ୱା; ଲୁକ୍ସରେ ଲୋକଙ୍କୁ ଦିବାନା କଲେ

ସନୀ ଲିଓନ ବଲିଉଡକୁ ଆସିବାର ୧୧ ବର୍ଷ ବିତିଗଲାଣି। ଧୀରେ ଧୀରେ ସେ ଇଣ୍ଡଷ୍ଟ୍ରିରେ ନିଜର ସ୍ଥାନ ସୃଷ୍ଟି କରିବାରେ ସଫଳ ହୋଇଛନ୍ତି। ଆଜିକାଲି ସେ କାନ୍ସରେ ନିଜର ଜଲ୍‌ୱା ଦେଖାଉଛନ୍ତି। ରେଡ୍ କାର୍ପେଟରୁ ତାଙ୍କର ଷ୍ଟାଇଲିସ୍ ଫଟୋ ପ୍ରଶଂସକଙ୍କ ହୃଦୟ ଚୋରି କରୁଛି। ସନୀଙ୍କର ପ୍ରତ୍ୟେକ ଫଟୋରେ ପ୍ରଶଂସକମାନେ ହାର୍ଟ ଇମୋଜି ଶେୟାର କରୁଛନ୍ତି।

author-image
Pramod Behera
ଅଦ୍ୟତନ ହୋଇଛି
Sunny Leone At Cannes Film Festival 2023

Sunny leone stuns at cannes film festival

୭୬ ତମ କାନ୍ସ ଫିଲ୍ମ ଫେଷ୍ଟିଭାଲ୍‌ ମେ ୧୬ ରୁ ଆରମ୍ଭ ହୋଇଛି ଏବଂ ଏହା ମେ ୨୭ ପର୍ଯ୍ୟନ୍ତ ଚାଲିବ। ସନୀ ଲିଓନଙ୍କ ସମେତ ଅନେକ ଭାରତୀୟ ସୁନ୍ଦରୀ ଏଥର କାନ୍ସରେ ଡେବ୍ୟୁ କରିଛନ୍ତି। ଦିନେ ସନୀ ଲିଓନ ବିପି ପାଇଁ କେତେକଙ୍କ ଆଖିରେ ଘୃଣାର ପାତ୍ର ଥିବା ବେଳେ ଆଜି ବଲିଉଡ୍‌ ସିନେମାରେ ସେ ଏକ ବଡ ନାଁ। ସୋସିଆଲ ମିଡିଆରେ ତାଙ୍କ ପ୍ରଶଂସକଙ୍କ କମି ନାହିଁ। ଅଭିନେତ୍ରୀ ମଧ୍ୟ ତାଙ୍କ ଅଭିନୟ ଏବଂ ବେଳେବେଳେ ଫ୍ୟାଶନ୍ ସହିତ ପ୍ରଶଂସକଙ୍କ ହୃଦୟ ଜିତିବା ପାଇଁ କୌଣସି ସୁଯୋଗ ହାତ ଛଡା କରନ୍ତି ନାହିଁ।

Advertisment

ସାରା ଅଲି ଖାନ୍ ଏବଂ ମୌନୀ ରୟଙ୍କ ସହ ସନୀ ଲିଓନ କାନ୍ସ ଫିଲ୍ମ ଫେଷ୍ଟିଭାଲ୍ ୨୦୨୩ରେ ଭାଗ ନେଇଛନ୍ତି। ସନୀଙ୍କ ଫିଲ୍ମ 'କେନେଡି' କାନ୍ସ ଫିଲ୍ମ ଫେଷ୍ଟିଭାଲ୍‌ରେ ପ୍ରିମିୟର ହୋଇଛି। ଏହି ଫିଲ୍ମ ସହିତ ଅଭିନେତ୍ରୀ ମଧ୍ୟ ତାଙ୍କ ରେଡ୍ କାର୍ପେଟ୍ ଲୁକ୍‌ରେ ପ୍ରଶଂସକମାନଙ୍କୁ ପାଗଳ କରିଛନ୍ତି।

ଅଧିକ ପଢ଼ନ୍ତୁ: କାନ୍ସରେ ଓଡ଼ିଆ ସିନେମା ନିର୍ମାତା ଜିତେନ୍ଦ୍ର ମିଶ୍ର

ସନୀ ଲିଓନଙ୍କୁ ପ୍ରଥମେ କାନ୍ସରେ ଏକ ବଟଲ୍ ଗ୍ରୀନ୍ ବନ୍ ସୋଲ୍‌ଡର୍ ଗାଉନରେ ଦେଖିବାକୁ ମିଳିଥିଲା। ଥାଇ ହାଇ ସ୍ଲିଟ୍ ଗାଉନ୍‌ରେ ତାଙ୍କ ଲୁକ୍ ସମ୍ପୂର୍ଣ୍ଣ ଭିନ୍ନ ଥିଲା ଏବଂ ସେ ଡେବ୍ୟୁରେ ଅତ୍ୟନ୍ତ ଆତ୍ମବିଶ୍ୱାସୀ ଦେଖାଯାଉଥିଲେ।

Advertisment

କାନ୍ସରେ ସନୀଙ୍କର ଦ୍ୱିତୀୟ ଦୃଶ୍ୟ ଧଳା ଟ୍ରାଉଜର ଏବଂ କଳା କ୍ରପ୍ ଟପ୍ ଉପରେ ଥିଲା। ଏଥିରେ, ସେ ସିମ୍ପଲ୍ ଦେଖିଯାଉଥିଲେ ବି ଖୁବ ଆକର୍ଷଣୀୟ ଦେଖାଯାଉଥିଲେ। ସନୀ ଲିଓନଙ୍କ କାନ୍ସ ଲୁକ୍ ମଧ୍ୟ ତାଙ୍କ ପ୍ରଶଂସକଙ୍କୁ ପ୍ରଭାବିତ କରୁଛି। ଏନେଇ ସନୀ ମଧ୍ୟ ଉତ୍ସାହିତ ଅଛନ୍ତି ଏବଂ ସୋସିଆଲ ମିଡିଆରେ କ୍ରମାଗତ ଭାବରେ ତାଙ୍କ ଫଟୋ ଶେୟାର କରୁଛନ୍ତି।

Sunny leone stuns at cannes film festival(ଲୁକ୍ସରେ ଲୋକଙ୍କୁ ଦିବାନା କଲେ ସନୀ ଲିଓନ)

କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଏକ ଇଭେଣ୍ଟ ସମୟରେ ସନୀ ଲିଓନ୍ ଏକ ବଡିକନ୍ ସର୍ଟ ଡ୍ରେସ୍‌ରେ ନଜର ଆସିଛନ୍ତି। ସୋସିଆଲ ମିଡିଆରେ ତାଙ୍କର ଏହି ଲୁକ୍ ମଧ୍ୟ ଛାଇ ଯାଇଛି। କାନ୍ସ ଫିଲ୍ମ ଫେଷ୍ଟିଭାଲ୍‌ ପାଇଁ ସନୀ ତାଙ୍କ ପୋଷାକକୁ ଅତି ଚତୁରତାର ସହ ବାଛିଛନ୍ତି। ଏହି ଉତ୍ସବରେ ସେ ଥରେ ରକ୍ତ ଲାଲ ରଙ୍ଗର ଭେଲ୍‌ଭେଟ୍‌ ଗାଉନରେ ମଧ୍ୟ ଦେଖାଦେଇଥିଲେ। ଏହାକୁ ନେଇ ସେ ଟ୍ରୋଲ୍ ମଧ୍ୟ ହେଇଛନ୍ତି। ସନୀ ଲିଓନଙ୍କ ଏହି ଗାଉନ୍ ଦୁଇଟି ଲୁକ୍‌ରେ ପିନ୍ଧାଯାଇଥିଲା। ସାମ୍ନାରେ ଭେଲ୍‌ଭେଟ୍‌ ବ୍ୟବହାର କରାଯାଇଥିଲା ଓ ପଛରେ ଶିମର୍ କାମ ହୋଇଥିଲା। ଏହି ଗାଉନରେ ସନୀ ବହୁତ ସୁନ୍ଦର ଦେଖାଯାଉଥିଲେ।

Sunny leone stuns at cannes film festival(ସନୀ ଲିଓନ କାନ୍ସ ଫିଲ୍ମ ଫେଷ୍ଟିଭାଲ୍ ୨୦୨୩ରେ ଭାଗ ନେଇଛନ୍ତି)

ଅଭିନେତ୍ରୀଙ୍କ ଫଟୋ ଉପରେ ମନ୍ତବ୍ୟ ଦେଇ ଜଣେ ଲେଖିଛନ୍ତି, ପ୍ରଥମ ଫଟୋରେ ଯେଉଁ ଲୁକ୍ ଅଛି ତାହା ଖୁବ ଆଶ୍ଚର୍ଯ୍ୟଜନକ।” ଅନ୍ୟ ଜଣେ ଲେଖିଛନ୍ତି, "କି ସୁନ୍ଦର ମୁହୂର୍ତ୍ତ ଏହା ଆପଣଙ୍କ ପାଇଁ ସନୂ ମ୍ୟାଡମ୍।" ଅନ୍ୟ ଜଣେ ୟୁଜର୍ ଲେଖିଛନ୍ତି, "ସନୀ ଲିଓନ୍ ବହୁତ ସୁନ୍ଦର ଏବଂ ଫିଟ୍ ଅଭିନେତ୍ରୀ"।

Sunny leone stuns at cannes film festival(ସନୀ ଲିଓନଙ୍କ କାନ୍ସ ଲୁକ୍ ତାଙ୍କ ପ୍ରଶଂସକଙ୍କୁ ପ୍ରଭାବିତ କରୁଛି)

ତେବେ କେତେକଙ୍କ ସନୀ ଲିଓନ୍‌ଙ୍କ ମେକ୍‌ଅପ୍ ପସନ୍ଦ ଆସିନାହିଁ। ଜଣେ ଲେଖିଛନ୍ତି, “ଏତେ ଅଧିକ ମେକ୍‌ଅପ୍ କାହିଁକି କରିଲ”। ସେହିପରି ଆଉ ଜଣେ କହିଛନ୍ତି, “ଆଖିର ଅବସ୍ଥା ଏ କ’ଣ କରିଛନ୍ତି।” ଆଉ ଜଣେ ଲେଖିଛନ୍ତି, “ଆପଣଙ୍କ ଠାରୁ ଏପରି ଆଶା କରାଯାଉ ନଥିଲା।”

କାନ୍ସରେ ସନୀ ଲିଓନଙ୍କ ଫିଲ୍ମ 'କେନେଡି'ର ସ୍କ୍ରିନିଂ ହୋଇଥିଲା, ଏହାର ନିର୍ଦ୍ଦେଶନା ଅନୁରାଗ କାଶ୍ୟପ ଦେଇଛନ୍ତି। ଏହି ଉତ୍ସବକୁ ସନୀଙ୍କ ସହ ଅନୁରାଗ ମଧ୍ୟ ଯାଇଥିଲେ। ତେବେ ସନୀ ୨୦୧୨ରେ ପୂଜା ଭଟ୍ଟଙ୍କ ଫିଲ୍ମ 'ଜିସ୍ମ ୨'ରେ ବଲିଉଡ୍‌ରେ ଡେବ୍ୟୁ କରିଥିଲେ।

Sunny Leone Cannes Film Festival
Advertisment
Advertisment