Advertisment

ପାରମ୍ପରିକ ପୋଷାକରେ ମନ କିଣୁଛନ୍ତି ସନୀ ଲିଓନୀ

ବଲିଉଡ୍ ଅଭିନେତ୍ରୀ ସନୀ ଲିଓନୀଙ୍କୁ ଆପଣ ସବୁବେଳେ ବୋଲ୍ଡ ଅବତାରରେ ଦେଖିଥିବେ। ସେ ମଧ୍ୟ ପାରମ୍ପରିକ ପୋଷାକରେ ଖୁବ ସୁନ୍ଦର ଲାଗନ୍ତି। ତାଙ୍କର ଏମିତି କିଛି ଫଟୋ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି। ଆପଣ ବି ଦେଖିଲେ ପ୍ରଶଂସା ନ କରି ରହିପାରିବେ ନାହିଁ।

author-image
Pramod Behera
ଅଦ୍ୟତନ ହୋଇଛି
Sunny leone in ethnic look

Sunny leone in ethnic look

ସୋସିଆଲ୍ ମିଡିଆରେ ସବୁବେଳେ ସକ୍ରିୟ ରହୁଥିବା ବଲିଉଡ୍ ଅଭିନେତ୍ରୀ ସନୀ ଲିଓନୀ ପ୍ରାୟ ସମୟରେ ନିଜର ଫଟୋ ଓ ଭିଡିଓ ଶେୟାର କରି ଲୋକଙ୍କ ମନ କିଣିବାରେ ଧୁରନ୍ଧର। ସେ ବିଦେଶୀ ମାଟିରେ ବଢିଥିଲେ ବି ତାଙ୍କ ଠାରେ ଭାରତୀୟତାର ରଙ୍ଗ କମ ନାହିଁ। ସନୀ ଲିଓନୀଙ୍କ କଥା ଉଠିଲେ ମନକୁ ହଠାତ ଚାଲିଆସେ ତାଙ୍କର ବୋଲ୍ଡ ଅବତାର । କିନ୍ତୁ ତାଙ୍କ ଭିତରେ ମଧ୍ୟ ରହିଛି ଏକ ସରଳପଣ। ଗଣେଶ ପୂଜା ଅବସରରେ ତାଙ୍କ ଚେହେରାକୁ ଦେଖିଲେ ଆପଣ ତାଙ୍କୁ ତାରିଫ ନକରି ରହିପାରିବେ ନାହିଁ।

Advertisment

ପୂଜାର ମାହୋଲ୍ ଭିତରେ ସନୀ ଏକ ଗୋଲାପୀ ରଙ୍ଗର କୁର୍ତ୍ତୀ ପିନ୍ଧିଥିବା ନଜର ଆସିଥିଲେ। ସନୀ ତାଙ୍କର ଏହି ଆକର୍ଷଣୀୟ ଫଟୋକୁ ଇନ୍‌ଷ୍ଟାଗ୍ରାମ୍‌ରେ ଶେୟାର କରିଛନ୍ତି । ଗଣେଶ ପୂଜା ଅବସରରେ ସେ ପିନ୍ଧିଥିବା ଏହି ପୋଷାକ ତାଙ୍କୁ ଖୁବ ପସନ୍ଦ ଆସିଛି ବୋଲି ସେ କହିଛନ୍ତି।

Sunny leone in ethnic lookପାରମ୍ପରିକ ପୋଷାକରେ ବୋଲ୍ଡ କ୍ୱିନ୍

ସନୀ ଲିଓନୀ ଏହି ଗୋଲାପୀ ରଙ୍ଗର ଶାରାରା ପୋଷାକ ସହିତ ସାଇଡ୍ ଡୁପାଟ୍ଟା ପିନ୍ଧିଛନ୍ତି। ଏହି ପୋଷାକରେ ସେ ପୋଜ୍ ଦେବାବେଳେ ହସୁଛନ୍ତି। ତାଙ୍କ ହସ ସମସ୍ତଙ୍କ ମନ ମୋହୁଛି। ଅଭିନେତ୍ରୀଙ୍କ ଏହି ଫଟୋ ଦେଖି ପ୍ରଶଂସକମାନେ 'ଜଷ୍ଟ୍ ପର୍‌ଫେକ୍ଟ୍' ବୋଲି କହୁଛନ୍ତି। ଏହି ଫଟୋରେ ସନୀ ଖୁବ କମ ମେକ୍‌ଅପ୍ ନେଇଛନ୍ତି ସତ ହେଲେ ଖୁବ ସୁନ୍ଦର ଲାଗୁଛନ୍ତି। ଲୋକେ ତାଙ୍କୁ ଖୁବ ପ୍ରଶଂସା କରୁଛନ୍ତି। ସନୀ ଲିଓନୀ ତାଙ୍କର ଏହି ପାରମ୍ପରିକ ପୋଷାକ ସହ କେବଳ ଲମ୍ବା କାନଫୁଲ ପିନ୍ଧିଛନ୍ତି। ଏହା ତାଙ୍କର ସୌନ୍ଦର୍ଯ୍ୟକୁ ଦ୍ୱିଗୁଣିତ କରିଦେଉଛି।

Advertisment

ସନୀ ଲିଓନୀ ମଧ୍ୟ ତାଙ୍କ ସ୍ୱାମୀ ଡାନିଏଲ୍‌ ୱେବରଙ୍କୁ ଭାରତୀୟ ରଙ୍ଗରେ ରଙ୍ଗୀନ କରିଦେଇଛନ୍ତି। ଗଣେଶ ଉତ୍ସବ ଅବସରରେ ଅଭିନେତ୍ରୀ ତାଙ୍କ ସ୍ୱାମୀ ଏବଂ ପିଲାମାନଙ୍କ ସହ ଗଣପତି ପୂଜା ପୂରା ଭକ୍ତିମୟ ପରିବେଶରେ କରିଥିବା ଜଣାଯାଏ।

Sunny leone in ethnic lookପରିବାର ସହ ସନୀ ଲିଓନୀ

ସନୀ ଲିଓନ ଖୁବ ଶୀଘ୍ର ପ୍ରସିଦ୍ଧ କୋରିଓଗ୍ରାଫର ତଥା ଚଳଚ୍ଚିତ୍ର ନିର୍ମାତା ରେମୋ ଡି’ସୁଜାଙ୍କ ସହ ଏକ ମ୍ୟୁଜିକ୍ ଆଲବମ୍‌ରେ ନଜର ଆସିବେ। 'ନାଚ୍ ବେବୀ' ନାମକ ଏହି ମ୍ୟୁଜିକ୍ ଭିଡିଓ ସେପ୍ଟେମ୍ବର ୬ରେ ମୁକ୍ତିଲାଭ କରିବ। ଏହି ଭିଡିଓରେ ସନୀଙ୍କ ଜବରଦସ୍ତ ଡ୍ୟାନ୍ସ ଦେଖିବାକୁ ମିଳିବ। ଏହାର ନିର୍ମାତା ହେଉଛନ୍ତି ହିତେନ୍ଦ୍ର କାପୋପାରା।

Bollywood Sunny Leone
Advertisment
Advertisment