Advertisment

ଶ୍ରୀରାମଙ୍କ ପରି ଶୁଦ୍ଧ ଓ ପବିତ୍ର ହେବା ପାଇଁ ଏମିତି କରିବାକୁ ନିଷ୍ପତ୍ତି ନେଲେ ରଣବୀର

'ରାମାୟଣ'ରେ ଭଗବାନ ରାମଙ୍କ ଭୂମିକାରେ ଅଭିନୟ କରିବାକୁ ରଣବୀର ସମସ୍ତ ପ୍ରକାର ଜପ-ତପ କରିବେ, ଯାହା ତାଙ୍କୁ ରାମଙ୍କ ଚରିତ୍ରରେ ପ୍ରବେଶ କରିବାରେ ସାହାଯ୍ୟ କରିବ। ଏହି ଭୂମିକା ପାଇଁ ସେ ସବୁପ୍ରକାର ଚ୍ୟାନେଞ୍ଜ ଗ୍ରହଣ କରିବାକୁ ପ୍ରସ୍ତୁତ ଅଛନ୍ତି। ସେ ମଦ୍ୟ ଏବଂ ମାଂସ ଛୁଇଁବେ ନାହିଁ ବୋଲି ନିଷ୍ପତ୍ତି ନେଇଛନ୍ତି।

author-image
Pramod Behera
ଅଦ୍ୟତନ ହୋଇଛି
sunny deol to be play lord hanuman role in Ramayana

sunny deol to be play lord hanuman role in Ramayana

ରଣବୀର କପୁରଙ୍କ ପ୍ରଶଂସକଙ୍କ ପାଇଁ ଏକ ବଡ ଖବର। ଖବର ଅନୁଯାୟୀ ରଣବୀର ତାଙ୍କର ଆଗାମୀ ଚଳଚ୍ଚିତ୍ର 'ରାମାୟଣ' ପାଇଁ ଏକ ବଡ ନିଷ୍ପତ୍ତି ନେଇଛନ୍ତି। ଏହି ଫିଲ୍ମରେ ପ୍ରଭୁ ରାମଙ୍କ ଭୂମିକାରେ ଅଭିନୟ କରିବାକୁ ରଣବୀର ମାଂସ ଏବଂ ମଦ୍ୟପାନ ଛାଡିଦେଇଛନ୍ତି ବୋଲି କୁହାଯାଉଛି। ଏହା ସହିତ ସନି ଦେଓଲଙ୍କୁ ଫିଲ୍ମରେ ହନୁମାନ ଭୂମିକାରେ ଦେଖିବାକୁ ମିଳିବ ବୋଲି ମଧ୍ୟ ଖବର ଆସିଛି।

Advertisment

ଇଣ୍ଡିଆ ଟୁଡେର ଏକ ରିପୋର୍ଟରେ କୁହାଯାଇଛି ଯେ 'ରାମାୟଣ'ରେ ଭଗବାନ ରାମଙ୍କ ଭୂମିକାରେ ଅଭିନୟ କରିବାକୁ ରଣବୀର ସମସ୍ତ ପ୍ରକାର ଜପ-ତପ କରିବେ, ଯାହା ତାଙ୍କୁ ରାମଙ୍କ ଚରିତ୍ରରେ ପ୍ରବେଶ କରିବାରେ ସାହାଯ୍ୟ କରିବ। ଏହି ଭୂମିକା ପାଇଁ ସେ ସବୁପ୍ରକାର ଚ୍ୟାନେଞ୍ଜ ଗ୍ରହଣ କରିବାକୁ ପ୍ରସ୍ତୁତ ଅଛନ୍ତି।

ଏହା ସହିତ ସେ ତାଙ୍କର ଖାଦ୍ୟ ଅଭ୍ୟାସ ଏବଂ ଜୀବନଶୈଳୀରେ ମଧ୍ୟ ଅନେକ ପରିବର୍ତ୍ତନ କରିବାକୁ ଯାଉଛନ୍ତି। ରିପୋର୍ଟ ଅନୁଯାୟୀ, ରଣବୀର ଫିଲ୍ମର ସୁଟିଂ ଆରମ୍ଭ କରିବା ପୂର୍ବରୁ ମଦ୍ୟ ଏବଂ ମାଂସକୁ ଛୁଇଁବେ ନାହିଁ ବୋଲି ନିଷ୍ପତ୍ତି ନେଇଛନ୍ତି। ଯେପର୍ଯ୍ୟନ୍ତ ସେ ଏହି ଚଳଚ୍ଚିତ୍ର ସହିତ ଜଡିତ ଅଛନ୍ତି, ସେ ମଦ୍ୟପାନ କରିବେ ନାହିଁ କି ମାଂସ ଖାଇବେ ନାହିଁ।

Advertisment

ରିପୋର୍ଟ ଅନୁଯାୟୀ, ରଣବୀର ଶ୍ରୀ ରାମଙ୍କ ପରି ନିର୍ମଳ ଏବଂ ପବିତ୍ର ଅନୁଭବ କରିବାକୁ ଚାହୁଁଛନ୍ତି, ସେଥିପାଇଁ ସେ ଏସବୁ ଛାଡିବାକୁ ନିଷ୍ପତ୍ତି ନେଇଛନ୍ତି। ରଣବୀର ଏବେ ଲେଟ୍ ନାଇଟ୍ ପାର୍ଟି ମଧ୍ୟ ଯାଉ ନାହାଁନ୍ତି। ଶ୍ରୀ ରାମଙ୍କ ପରି ପବିତ୍ର ଦେଖାଯିବା ପାଇଁ ଏହି ଭୂମିକା ପାଇଁ ଯାହା ଆବଶ୍ୟକ ହେବ ତାହା କରିବେ ବୋଲି କହିଛନ୍ତି।

ନୀତୀଶ ତିୱାରୀଙ୍କ ନିର୍ଦ୍ଦେଶନାରେ ଫିଲ୍ମ ‘ରାମାୟଣ’ ନିର୍ମିତ ହେବାକୁ ଯାଉଛି। ଏଥିରେ ରଣବୀର କପୁର ରାମଙ୍କ ଭୂମିକା ପାଇଁ ନିର୍ଦ୍ଦେଶକଙ୍କ ପ୍ରଥମ ପସନ୍ଦ ହୋଇଥିବା ବେଳେ ସାଉଥ ସିନେମା ଅଭିନେତ୍ରୀ ସାଇ ପଲ୍ଲଭି ମାତା ସୀତା ଭୂମିକାରେ ନଜର ଆସିବେ। ସବୁଠାରୁ ବଡ କଥା ହେଲା ଏହି ଫିଲ୍ମରେ ସନି ଦେଓଲଙ୍କ ହନୁମାନ ଭୂମିକାରେ ଗର୍ଜନ କରିବାକୁ ଯାଉଛନ୍ତି।

ପ୍ରଭୁ ହନୁମାନଙ୍କ ଭୂମିକାରେ ସନି ଦେଓଲ ଫିଲ୍ମ ନିର୍ମାତାଙ୍କର ପ୍ରଥମ ପସନ୍ଦ। ସେ ଖୁବ ଶୀଘ୍ର ରଣବୀରଙ୍କ ସହିତ ସ୍କ୍ରିନ୍ ଶେୟାର କରିବେ। ତେବେ ଏହି ପ୍ରସଙ୍ଗରେ ଉଭୟ କଳାକାରଙ୍କଠାରୁ କୌଣସି ଅଫିସିଆଲ୍ ମତ ଆସି ନାହିଁ।

Bollywood Ranbir Kapoor Sunny Deol
Advertisment
Advertisment