Govinda-Sunita Divorce: କାହିଁକି ଅଲଗା ରହୁଛନ୍ତି ଗୋବିନ୍ଦା-ସୁନୀତା ? ଅସଲ କାରଣ କହିଲେ ପତ୍ନୀ

ଅଭିନେତା ଗୋବିନ୍ଦା ଏବଂ ପତ୍ନୀ ସୁନୀତା ଆହୁଜାଙ୍କ ଛାଡପତ୍ର ଚର୍ଚ୍ଚା । କାହିଁକି ଗୋବିନ୍ଦାଙ୍କଠାରୁ ଅଲଗା ରହୁଛନ୍ତି ସୁନୀତା, ଏହା ପଛର ଅସଲ କାରଣ କହିଲେ ପତ୍ନୀ ।

ଗୋବିନ୍ଦା-ସୁନୀତା ଡିଭୋର୍ସ ଚର୍ଚ୍ଚା

ବଲିଉଡ୍‌ର 'ହିରୋ ନଂ ୧' ଗୋବିନ୍ଦା ଓ ତାଙ୍କ ପତ୍ନୀ ସୁନୀତାଙ୍କ ଛାଡପତ୍ର ଖବର ବେଶ୍ କିଛି ଦିନ ହେଲା ଚର୍ଚ୍ଚାରେ ରହିଛି । କୁହାଯାଉଛି, ୬ ମାସ ପୂର୍ବରୁ ସୁନୀତା ଗୋବିନ୍ଦାଙ୍କୁ ଡିଭୋର୍ସ ନୋଟିସ୍ ପଠାଇଥିଲେ ଏବଂ ଦୀର୍ଘ ୩୭ ବର୍ଷ ପରେ ଦୁହିଁଙ୍କ ବିବାହ ବିଚ୍ଛେଦ ହେବାକୁ ଯାଉଛି । ତେବେ ଏହି ଡିଭୋର୍ସ ଚର୍ଚ୍ଚାକୁ ନେଇ ଏବେ ମୁହଁ ଖୋଲିଛନ୍ତି ସୁନୀତା ଆହୁଜା । ଏକ ଭିଡିଓ ସେୟାର କରି ସେମାନଙ୍କୁ କେହି ଅଲଗା କରିପାରିବେ ବୋଲି କହିଛନ୍ତି ସୁନୀତା । 

ଅଧିକ ପଢ଼ନ୍ତୁ: ଗୋବିନ୍ଦା-ସୁନୀତାଙ୍କ ବୈବାହିକ ଜୀବନରେ କଳାବାଦଲ ! ରହୁଛନ୍ତି ଅଲଗା, ଚର୍ଚ୍ଚାରେ ଛାଡ଼ପତ୍ର

ଏହି ଭିଡିଓରେ ସେ କାହିଁକି ଗୋବିନ୍ଦାଙ୍କଠାରୁ ଅଲଗା ରହୁଛନ୍ତି, ତାହା ବି ଜଣାଇଛନ୍ତି । ସୁନୀତା ସ୍ପଷ୍ଟ କରିଛନ୍ତି, ଯେତେବେଳେ ଗୋବିନ୍ଦା ରାଜନୀତିରେ ପ୍ରବେଶ କଲେ, ତାଙ୍କ ଝିଅ ବଡ଼ ହେଉଥିଲା । ଏହି ସମୟରେ ତାଙ୍କ ଘରକୁ ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ଯିବାଆସିବା ଲାଗି ରହୁଥିଲା । ଘରେ ବଢିଲା ଝିଅ ଅଛି, ଆମେ ଅଛୁ, ଆମେମାନେ ଘରେ ସାଧାରଣତଃ ଛୋଟ ପୋଷାକରେ ବୁଲିଥାଉ । ଏହି କାରଣରୁ ଆମେ ପାଖରେ ଏକ ଅଫିସ୍ ନେଇଥିଲୁ । ତେବେ ଏ ଦୁନିଆରେ କେହି ବି ତାଙ୍କୁ ଓ ଗୋବିନ୍ଦାଙ୍କୁ ଅଲଗା କରିପାରିବେନି ବୋଲି କହିଛନ୍ତି ସୁନୀତା ଆହୁଜା ।

୧୯୮୭ରେ ଗୋବିନ୍ଦା ଓ ସୁନୀତାଙ୍କ ବିବାହ ହୋଇଥିଲା । ସେମାନଙ୍କ ୟଶବର୍ଦ୍ଧନ ଓ ଟିନା ନାମରେ ଦୁଇ ପୁଅ-ଝିଅ ଅଛନ୍ତି ।

କିଛି ଦିନ ତଳେ ସୁନୀତା ଏକ ଇଣ୍ଟରଭ୍ୟୁରେ କହିଥିଲେ କି, ସେ ଓ ଗୋବିନ୍ଦା ଅଲଗା ରହୁଛନ୍ତି । ତାଙ୍କର ଏହି ବୟାନ ପରେ ସୋସିଆଲ ମିଡିଆରେ ଦୁହିଁଙ୍କ ଡିଭୋର୍ସ ନେଇ ଚର୍ଚ୍ଚା ଜୋର୍ ଧରିଥିଲା । ସୁନୀତା କହିଥିଲେ, ଆମର ଦୁଇଟି ଘର । ଆମ ଆପାର୍ଟମେଣ୍ଟ ପାର୍ଶ୍ବରେ ଏକ ବଙ୍ଗଳା ଅଛି । ସେ ନିଜ ପିଲାମାନଙ୍କ ସହିତ ଗୋଟିଏ ଫ୍ଲାଟରେ ରହୁଥିବାବେଳେ ଗୋବିନ୍ଦା ଆପାର୍ଟମେଣ୍ଟର ସାମ୍ନା ବଙ୍ଗଳାରେ ରୁହନ୍ତି ।
 
ଗୋବିନ୍ଦାଙ୍କ ଓକିଲ ଲଳିତ ବିନ୍ଦଲ ମଧ୍ୟ କହିଥିଲେ ଯେ, ୬ ମାସ ତଳେ ସୁନୀତା ଡିଭୋର୍ସ ଆବେଦନ କରିଥିଲେ । ହେଲେ ଏବେ ଦୁହିଁଙ୍କ ଭିତରେ ଆପୋଷ ସମାଧାନ ହୋଇଯାଇଛି ଏବଂ ଦୁହେଁ ପୁଣି ଏକାଠି ହୋଇଛନ୍ତି । 

 

ଅଧିକ ପଢ଼ନ୍ତୁ: ହିମେଶ ରେଶମିୟାଙ୍କ ଆକ୍ସନ୍ ଫିଲ୍ମ 'ବ୍ୟାଡେସ୍ ରବି କୁମାର'...୭ ଦମଦାର ଡାଏଲଗ୍