Advertisment

କାହିଁକି ଅଜୟ ଓ ଅକ୍ଷୟଙ୍କ ପଛରେ ପଡିଗଲେ ସୁନୀଲ ଶେଟ୍ଟୀ: କଲେ ଖୁଲାସା

ଅଜୟ ଦେବଗନ ଓ ଅକ୍ଷୟ କୁମାରଙ୍କ ସମସାମୟିକ ହୋଇଥିଲେ ବି ପଛରେ ପଡିଯାଇଛନ୍ତି ସୁନୀଲ ଶେଟ୍ଟୀ। ଏହାର ପଛରେ କି କାରଣ ରହିଛି? କାହିଁକି ସୁନୀଲ ତାଙ୍କ ସମୟ ଠାରୁ ଆଉ ଆଗକୁ ଯାଇପାରିଲେ ନାହିଁ? ଆସନ୍ତୁ ଜାଣିବା ସେ ଏହାକୁ ନେଇ କ’ଣ କୁହନ୍ତି…

author-image
Pramod Behera
ଅଦ୍ୟତନ ହୋଇଛି
Suniel shetty talk about his career

Suniel shetty talk about his career

ସୁନୀଲ ଶେଟ୍ଟୀ ଇଣ୍ଡଷ୍ଟ୍ରିର ସବୁଠାରୁ ଭଲ ଅଭିନେତାମାନଙ୍କ ମଧ୍ୟରୁ ଜଣେ। ଏହି ଅଭିନେତା ତିନି ଦଶନ୍ଧିରୁ ଅଧିକ ସମୟ ଧରି ବଲିଉଡରେ ରହିଆସିଛନ୍ତି ଏବଂ ଆଜି ମଧ୍ୟ ସେ ନିଜ ଫିଟନେସକୁ ନେଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦିଅନ୍ତି। ଏପରିକି ଆଜିକାଲିର ଅଭିନେତାମାନେ ମଧ୍ୟ ତାଙ୍କ ସାମ୍ନାରେ ଫିକା ପଡିଯାଆନ୍ତି।

Advertisment

ତେବେ ଦମଦାର ଅଭିନୟ ଏବଂ ଜବରଦସ୍ତ ଷ୍ଟାଇଲ୍ ପରେ ମଧ୍ୟ ସୁନୀଲ ଶେଟ୍ଟୀ ତାଙ୍କ କ୍ୟାରିଅରରେ ଅକ୍ଷୟ କୁମାର, ଅଜୟ ଦେବଗନଙ୍କ ଭଳି ସମକାଳୀନ ଅଭିନେତାମାନଙ୍କଠାରୁ ପଛରେ ପଡ଼ିଯାଇଥିଲେ ଏବଂ ଏହା ନିଜେ ସୁନୀଲ ଶେଟ୍ଟୀ କହିଛନ୍ତି। ଏହି ବିଷୟରେ ଅଭିନେତା ବର୍ତ୍ତମାନ ଖୁଲାସା କହିଛନ୍ତି।

ଏକ ସାକ୍ଷାତକାରରେ ସୁନୀଲ ଶେଟ୍ଟୀ ତାଙ୍କ ପରିବାର ଏବଂ କ୍ୟାରିୟରର ଉତ୍ଥାନ ଓ ପତନ ବିଷୟରେ ଖୋଲାଖୋଲି ଭାବେ କହିଛନ୍ତି। ସେ କହିଛନ୍ତି- 'ମଝିରେ କିଛି ଦିନ ପାଇଁ ମୁଁ ମୋ କ୍ୟାରିୟର ଅପେକ୍ଷା ମୋ ପରିବାର ପ୍ରତି ଅଧିକ ଧ୍ୟାନ ଦେଇଥିଲି। ଯେତେବେଳେ ମୋ ବାପା ଅସୁସ୍ଥ ଥିଲେ, ମୁଁ ତାଙ୍କ ସହିତ ଚାରି ବର୍ଷ ବିତାଇଲି। ସେ ସମୟରେ କୌଣସି କାମ କରି ନଥିଲି। ଅନେକ ଥର ମୁଁ ଚିନ୍ତାକରିଥିଲି, ଅତୀତରେ ମୋର କେଉଁଠାରେ ଭୁଲ୍ ରହିଗଲା। ମୋ କ୍ୟାରିୟରରେ ଏମିତି କାହିଁକି ଘଟିଲା?”

Advertisment

ଏହି ସାକ୍ଷାତକାରରେ ସୁନୀଲ ଆହୁରି କହିଛନ୍ତି ଯେ “ମୁଁ ୧୨୦ଟି ଚଳଚ୍ଚିତ୍ର କରିଥିଲି, ତଥାପି ମୁଁ କାହିଁକି ଅଦୃଶ୍ୟ ହୋଇଗଲି? ମୋର ସମସାମୟିକ ଅଭିନେତାମାନେ ମୋଠାରୁ ଆଗକୁ ଯାଇଛନ୍ତି କି? ମୁଁ ସେମାନଙ୍କ ପ୍ରତି ଈର୍ଷା କରୁଛି କି? ସେତେବେଳେ ମତେ ଉତ୍ତର ମିଳିଲା। ବର୍ତ୍ତମାନ ମୁଁ ମୋ ସମସାମୟିକଙ୍କ ଅଗ୍ରଗତି ଦେଖି ଖୁସି ଅନୁଭବ କରୁଛି। ମୁଁ ପ୍ରାୟତଃ ମୋ ପିଲାମାନଙ୍କୁ କହୁଛି ତୁମେ ଅକ୍ଷୟ କୁମାର, ଅଜୟ ଦେବଗନ୍, ଅନିଲ କପୁରଙ୍କଠାରୁ ଶିଖିବା ଉଚିତ। ମୁଁ ଆଜିବି ଚାଲୁଛି, ଯଦିଓ ମୁଁ ସେହି ଲକ୍ଷରେ ପହଞ୍ଚି ନ ପାରେ, ତଥାପି ମୁଁ ଆଶା ହରେଇ ନାହିଁ।”

ସେ ଆହୁରି କହିଛନ୍ତି ଯେ “ମୋତେ ଆଭେରେକ୍ କୁହାଯାଏ, ତଥାପି ମୋର କିଛି ଆପତ୍ତି ନାହିଁ। କାରଣ, ଆଜି ବି ଯଦି ମୁଁ ଚାହେଁ, ମୁଁ ୫୦୦ ଚଳଚ୍ଚିତ୍ର କରିପାରିବି, କିନ୍ତୁ ମୁଁ ଏହି ୫୦୦ ମଧ୍ୟରୁ ୫ଟି ପ୍ରୋଜେକ୍ଟ ଚୟନ କରିବି, ଯାହା ମୋତେ ଭଲ ପାଇବା ଏବଂ ସମ୍ମାନ ଦେବ। ମୁଁ ମୋର ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେଲି, ମୋର ବ୍ୟବସାୟ ବଢାଇଲି ଏବଂ ମୋ ପରିବାରକୁ ଗୁରୁତ୍ୱ ଦେଲି। ମତେ ସମ୍ମାନ ମିଳିଛି। ଆଜି ବି ଯୁବକମାନେ ମୋତେ ଜୀବିତ ରଖିଛନ୍ତି, ଗଣମାଧ୍ୟମ ମୋତେ ଜୀବିତ ରଖିଛି।”

Akshay Kumar Suniel Shetty Ajay Devgn Bollywood
Advertisment
Advertisment