Advertisment

ଜିମ୍‌ରେ ସେଲିବ୍ରିଟିଙ୍କ ମୃତ୍ୟୁର କାରଣ କହିଲେ ସୁନୀଲ୍ ଶେଟ୍ଟୀ

ନିକଟରେ ଜିମ୍‌ରେ ବ୍ୟାୟାମ କରି ଅନେକ ସେଲିବ୍ରିଟିଙ୍କ ଜୀବନ ଗଲାଣି। ନିଜକୁ ଫିଟ୍ ରଖିବା ନେଇ ଜିମ୍‌ଖାନା ମାୟାରେ ପଡୁଥିଲେ ମଧ୍ୟ ଏହା ମୃତ୍ୟୁଖାନାରେ ପରିଣତ ହେଉଛି। ଏହାର କାରଣ ବିଷୟରେ କହିଲେ ସୁନୀଲ୍ ଶେଟ୍ଟୀ।

author-image
Pramod Behera
ଅଦ୍ୟତନ ହୋଇଛି
Suniel Shetty reacts on heart attack during workout at gym

Suniel Shetty reacts on heart attack during workout at gym

ଗତ ଦୁଇ ବର୍ଷ ମଧ୍ୟରେ ଜିମ୍‌ରେ ବ୍ୟାୟାମ ସମୟରେ ହଠାତ୍ ହୃଦଘାତ ହେତୁ ଅନେକ ସେଲିବ୍ରିଟିଙ୍କ ମୃତ୍ୟୁ ହୋଇଛି। ନିକଟରେ ସାଉଥ୍ ସୁପର୍‌ଷ୍ଟାର୍‌ ପୁନିତ ରାଜକୁମାର, ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବ, ସିଦ୍ଧାନ୍ତ ସୂର୍ଯ୍ୟବଂଶୀଙ୍କ ମୃତ୍ୟୁ ପରେ ଜିମ୍ ବ୍ୟାୟାମ ଏବଂ ହୃଦଘାତକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।

Advertisment

ନିକଟରେ ଚଳଚ୍ଚିତ୍ର ନିର୍ମାତା ବିବେକ ଅଗ୍ନିହୋତ୍ରୀ ଜିମ୍‌ରେ ଡାକ୍ତରଙ୍କ ବିନା ତାଲିମ, ଟ୍ରେନିଂକୁ ଏନେଇ ଦାୟୀ କରିଛନ୍ତି। ବର୍ତ୍ତମାନ ସୁନୀଲ ଶେଟ୍ଟୀ ଏହି ପ୍ରସଙ୍ଗରେ ନିଜର ପକ୍ଷ ରଖିଛନ୍ତି।

ସୁନୀଲ ଶେଟ୍ଟୀ ନିଜେ ଜଣେ ଫିଟ୍‌ନେସ୍ ପ୍ରେମି। ନିକଟରେ ଏକ ସାକ୍ଷାତକାରରେ ସେ କହିଛନ୍ତି ଯେ ଏନେଇ ସପ୍ଲିମେଣ୍ଟ୍‌ ଏବଂ ଷ୍ଟେରଏଡ୍‌ ଦାୟୀ। ସେ କହିଛନ୍ତି, “ସମସ୍ୟା ରହିଛି ସେମାନେ ନେଉଥିବା ସପ୍ଲିମେଣ୍ଟରେ, ସେମାନେ ଖାଉଥିବା ଷ୍ଟେରଏଡ୍‌ରେ। ବ୍ୟାୟାମ ସମସ୍ୟା ନୁହେଁ। ସେମାନେ (ଜିମ୍ ଯାତ୍ରୀ) ନିଜ ସୀମା ବାହାରେ ଯାଉଛନ୍ତି। ଯେତେବେଳେ କେହି ସପ୍ଲିମେଣ୍ଟ୍‌ ଏବଂ ଷ୍ଟେରଏଡ୍‌ ନିଅନ୍ତି, ଏହା ହୃଦଘାତର କାରଣ ହୋଇଥାଏ।”

Advertisment

ସୁନୀଲ ଶେଟ୍ଟୀ ଆହୁରି କହିଛନ୍ତି, “ ଠିକ୍ ଖାଇବା ଏବଂ ସଠିକ୍ ପରିମାଣର ଶୋଇବା ମଧ୍ୟ ଗୁରୁତ୍ୱପୂର୍ଣ୍ଣ। ଏ ସମସ୍ତ ଜିନିଷ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ। ମୋ ମତରେ ଠିକ୍ ଖାଇବା ଅର୍ଥ ଡାଏଟିଂ ନୁହେଁ। ମୋ ମତରେ ଠିକ୍ ଖାଇବା ଅର୍ଥ ପୁଷ୍ଟିକର। ମୁଁ ନିଶ୍ଚିତ ଯେ ଜିମ୍ ଯାହା ଆବଶ୍ୟକ କରୁଛି ତାହା କରୁଛି।"

ରକ୍ତ ପରୀକ୍ଷା କରିବାକୁ ନେଇ ସୁନୀଲ ଶେଟ୍ଟୀ ପରାମର୍ଶ ଦେଇ କହିଛନ୍ତି, “ମତେ ଏଠି ଏହା କହିବାର ଅଛି ଯେ କୋଭିଡ୍-୧୯ ପରେ, ଆମକୁ ଆମ ରକ୍ତ ପରୀକ୍ଷା କରିବାର ଅଛି। କୋଭିଡ୍‌ ଦ୍ୱାରା ଯଦି ରକ୍ତ ଜମାଟ ବାନ୍ଧୁଛି ତେବେ ଏହା ବିପଜ୍ଜନକ ହୋଇପାରେ।”

କାମର କଥା କହିବାକୁ ଗଲେ ସୁନୀଲ ଶେଟ୍ଟୀ ୱେବ୍ ସିରିଜ୍ 'ଧରାବୀ ବ୍ୟାଙ୍କ୍‌' ସହିତ ଡିଜିଟାଲ୍ ଡେବ୍ୟୁ କରୁଛନ୍ତି। ନିକଟରେ ଏହି ସିରିଜ୍‌ର ଟ୍ରେଲର୍‌ ରିଲିଜ୍ ହୋଇଛି। ଏଥିରେ ବିବେକ ଓବରଏ ମଧ୍ୟ ଅଭିନୟ କରିଛନ୍ତି। ଏଥିରେ ସୁନୀଲ ଶେଟ୍ଟୀଙ୍କୁ ଥଲାଇଭନ୍ ରୂପେ ଦେଖିବାକୁ ମିଳିବ ଓ ବିବେକ ଓବରଏ ଜେସିପି ଜୟକାନ୍ତ ଗାଭାସ୍କର ନାମକ ଜଣେ ପୋଲିସ୍ ଭୂମିକାରେ ନଜର ଆସିବେ। ଏହା ଏକ କ୍ରାଇମ୍ ଥ୍ରୀଲର୍ ସିରିଜ୍।

Suniel Shetty Bollywood
Advertisment
Advertisment