Advertisment

Year Ending: ୨୦୨୨ ମନୋରଂଜନ ଦୁନିଆର ୫ ଷ୍ଟାଇଲିସ୍ ଆଇକନ୍‌

ଫ୍ୟାଶନ୍ ସୋ ଠାରୁ ଆରମ୍ଭ କରି ଚଳଚ୍ଚିତ୍ର ପ୍ରଚାର ଏବଂ ରେଡ୍ କାର୍ପେଟ୍ ପର୍ଯ୍ୟନ୍ତ, ଏହି ଅଭିନେତାମାନେ ନିଜ ପ୍ରତିଭା ଏବଂ ଷ୍ଟାଇଲରେ ପ୍ରଶଂସକଙ୍କୁ ପାଗଳ କରିବା ପାଇଁ କୌଣସି ବି ମୌକା ଛାଡି ନାହାଁନ୍ତି। ଆସନ୍ତୁ ଜାଣିବା ଏମାନେ କିଏ…

author-image
Pramod Behera
ଅଦ୍ୟତନ ହୋଇଛି
Stylish icon of 2022 in Entertainment World

Stylish icon of 2022 in Entertainment world

ବଲିଉଡରୁ ଟଲିଉଡ ପର୍ଯ୍ୟନ୍ତ ଅନେକ ଛୋଟ-ବଡ ତାରକା ବଡ଼ ପରଦାରୁ OTT ପ୍ଲାଟଫର୍ମ ପର୍ଯ୍ୟନ୍ତ ଅଭିନୟ କରି ନିଜ ଦମଦାର୍ ଷ୍ଟାଇଲ୍‌ରେ ଯୁବକମାନଙ୍କୁ ପ୍ରଭାବିତ କରିଛନ୍ତି। ଏନେଇ ସେମାନେ ଲୋକଙ୍କ ପାଇଁ ଏକ ଷ୍ଟାଇଲ୍ ଆଇକନ୍ ଭାବରେ ଉଭା ହୋଇଛନ୍ତି। ଫ୍ୟାଶନ୍ ସୋ ଠାରୁ ଆରମ୍ଭ କରି ଚଳଚ୍ଚିତ୍ର ପ୍ରଚାର ଏବଂ ରେଡ୍ କାର୍ପେଟ୍ ପର୍ଯ୍ୟନ୍ତ, ଏହି ଅଭିନେତାମାନେ ନିଜ ପ୍ରତିଭା ଏବଂ ଷ୍ଟାଇଲ୍‌ରେ ପ୍ରଶଂସକଙ୍କୁ ପାଗଳ କରିବା ପାଇଁ କୌଣସି ବି ମୌକା ଛାଡି ନାହାଁନ୍ତି। ଆସନ୍ତୁ ଜାଣିବା ଏମାନେ କିଏ…

Advertisment

ବିଜୟ ବର୍ମା:Stylish icon of 2022 in Entertainment world(ଷ୍ଟାଇଲିସ୍ ଆଇକନ୍‌ ବିଜୟ ବର୍ମା)

ଲୋକପ୍ରିୟ ୱେବ୍ ସିରିଜ୍ 'ମିର୍ଜାପୁର'ରେ ଯାଆଁଳା ଭାଇ ଭୂମିକାରେ ଅଭିନୟ କରି ଚର୍ଚ୍ଚାକୁ ଆସିଥିବା ବିଜୟ ବର୍ମା ଅନେକ ଚଳଚ୍ଚିତ୍ରରେ ତାଙ୍କର ଦୃଢ ଅଭିନୟରେ ଲୋକଙ୍କୁ ମନୋରଞ୍ଜନ କରିଛନ୍ତି। ଚଳିତ ବର୍ଷ ଜୁନ୍‌ରେ ଆଲିଆ ଭଟ୍ଟଙ୍କ ସହ ତାଙ୍କ ଫିଲ୍ମ 'ଡାର୍ଲିଙ୍ଗ୍ସ' ପରଠାରୁ ତାଙ୍କ ଚେହେରାକୁ ବହୁତ ପ୍ରଶଂସା କରାଯାଉଛି। ବିଜୟ ପ୍ରତିଦିନ ସୋସିଆଲ ମିଡିଆରେ ନିଜର ଷ୍ଟାଇଲିସ୍ ଫଟୋ ଶେୟାର କରନ୍ତି।

ଅଧିକ ପଢ଼ନ୍ତୁ:୨୦୨୨ର ୪ ସଫଳ ଭାରତୀୟ ଫିଲ୍ମ; ଚତୁର୍ଥ ସ୍ଥାନରେ ବଲିଉଡ୍‌ର ଏହି ଫିଲ୍ମ

Advertisment

ରୋହିତ ସରଫ୍‌:

Stylish icon of 2022 in Entertainment world(ଷ୍ଟାଇଲିସ୍ ଲୁକ୍‌ରେ ରୋହିତ ସରଫ୍)

ଟେଲିଭିଜନ ଶୋ’ରୁ ଅଭିନୟ କ୍ୟାରିୟର ଆରମ୍ଭ କରିଥିବା ରୋହିତ ସରଫ୍‌ ୨୦୧୬ ମସିହାରେ ଫିଲ୍ମ 'ଡିୟର୍ ଜିନ୍ଦେଗୀ'ରେ ଜଣେ ସହ କଳାକାର ଭୂମିକାରେ ଅଭିନୟ କରିଥିଲେ। ତାଙ୍କ ଅଭିନୟ ସହିତ ତାଙ୍କର ଲୁକ୍ ଏବଂ ଷ୍ଟାଇଲ୍‌କୁ ମଧ୍ୟ ଲୋକେ ଖୁବ ପସନ୍ଦ କରନ୍ତି। ବଲିଉଡର ଏହି ଚକୋଲେଟ୍ ବୟ ଇନଷ୍ଟାଗ୍ରାମରେ ତାଙ୍କ ଡ୍ରେସିଂ ସେନ୍ସକୁ ନେଇ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି।

ସିଦ୍ଧାନ୍ତ ଚତୁର୍ବେଦୀ:

Stylish icon of 2022 in Entertainment world
(ଷ୍ଟାଇଲିସ୍ ଲୁକ୍‌ରେ ସିଦ୍ଧାନ୍ତ ଚତୁର୍ବେଦୀ)

ଚଳଚ୍ଚିତ୍ର 'ଗଲି ବୟ'ରେ ଏମ୍‌ସି ଶେର୍ ଭାବରେ ରଣବୀର ସିଂହଙ୍କୁ ରାପ୍ ଶିଖେଇବା ହେଉ କି ଦୀପିକାଙ୍କ ସହ ରୋମାନ୍ସ କରିବା ହେଉ ସିଦ୍ଧାନ୍ତ ଚତୁର୍ବେଦୀ ପ୍ରତ୍ୟେକ ଭୂମିକାରେ ବହୁତ ଭଲ ଅଭିନୟ କରିଛନ୍ତି ଏବଂ ପ୍ରଶଂସକଙ୍କୁ ପ୍ରଭାବିତ କରିବା ପାଇଁ କୌଣସି ମୌକା ଛାଡି ନାହାଁନ୍ତି। କିନ୍ତୁ ଏହି ଅଭିନେତା ପ୍ରାୟତଃ ତାଙ୍କର ନୂଆ ନୂଆ ଲୁକ୍‌ରେ ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କରିଥାନ୍ତି।

ବିଜୟ ଦେବରକୋଣ୍ଡା:

Stylish icon of 2022 in Entertainment world(ଷ୍ଟାଇଲିସ୍ ଲୁକ୍‌ରେ ବିଜୟ ଦେବରକୋଣ୍ଡା)

ଟଲିଉଡ୍‌ ଷ୍ଟାର୍‌ ବିଜୟ ଦେବରକୋଣ୍ଡା ତାଙ୍କ ଫିଲ୍ମକୁ ନେଇ ସବୁବେଳେ ପ୍ରଶଂସକଙ୍କ ହୃଦୟରେ ରହିଥା’ନ୍ତି। 'ଲାଇଗର' ମାଧ୍ୟମରେ ବଲିଉଡରେ ପ୍ରବେଶ କରିଥିବା ବିଜୟଙ୍କ ଫ୍ୟାଶନ ଗେମ୍ ଏବେ ବୃଦ୍ଧି ପାଇଛି। ବିଜୟ ସବୁବେଳେ ତାଙ୍କ ଷ୍ଟାଇଲ୍ ଏବଂ ପରଫେକ୍ଟ ଲୁକ୍ ପାଇଁ ଚର୍ଚ୍ଚାରେ ରୁହନ୍ତି। ତାଙ୍କ ନାମ ଚଳିତ ବର୍ଷର ଏମର୍ଜିଂ ଷ୍ଟାଇଲ୍ ଆଇକନ୍‌ରେ ମଧ୍ୟ ରହିଛି।

ଇଶାନ ଖଟ୍ଟର:

Stylish icon of 2022 in Entertainment world(ଷ୍ଟାଇଲିସ୍ ଲୁକ୍‌ରେ ଇଶାନ ଖଟ୍ଟର)

୨୦୧୮ରେ ରୋମାଣ୍ଟିକ-ଡ୍ରାମା ଫିଲ୍ମ'ଧଡକ' ସହିତ ବଲିଉଡ୍‌ରେ ଡେବ୍ୟୁ କରିଥିବା ଇଶାନ ଖଟ୍ଟର ସବୁବେଳେ ନିଜର ଚମତ୍କାର ବ୍ୟକ୍ତିତ୍ୱ ପାଇଁ ସମସ୍ତଙ୍କ ହୃଦୟ ଜିତନ୍ତି। କ୍ରୀଡା ପ୍ରତି ତାଙ୍କର ଭଲ ପାଇବା ସବୁବେଳେ ରହିଛି। ସେ ସୋସିଆଲ ମିଡିଆରେ ତାଙ୍କ ଭାଇ ଅଭିନେତା ଶାହିଦ କପୁରଙ୍କ ସହ ଫଟୋ ଏବଂ ଭିଡିଓ ଶେୟାର କରନ୍ତି। ତାଙ୍କ ଷ୍ଟାଇଲ୍ ମଧ୍ୟ ଅତ୍ୟନ୍ତ ଅନନ୍ୟ, ଯାହାକୁ ତାଙ୍କ ପ୍ରଶଂସକମାନେ ବହୁତ ପସନ୍ଦ କରନ୍ତି ଏବଂ ସେ ଏକ ଷ୍ଟାଇଲ୍ ଆଇକନ୍ ଭାବରେ ଗଣାହୁଅନ୍ତି।

Bollywood Siddhant Chaturvedi Ishan Khattar Flashback 2022
Advertisment
Advertisment