Advertisment

Stree 2 Teaser: ରିଲିଜ୍ ହେଲା 'ସ୍ତ୍ରୀ ୨'ର ଟିଜର୍; କମେଡି ସହିତ ଭୟର ଏକ କମ୍ବୋ

୨୦୧୮ ରେ ମୁକ୍ତିଲାଭ କରିଥିବା ମ୍ୟାଡକ୍ ଫିଲ୍ମସ୍‌ର 'ସ୍ତ୍ରୀ' ବକ୍ସ ଅଫିସରେ ଖୁବ ହଙ୍ଗାମା ସୃଷ୍ଟି କରିଥିଲା। ଦର୍ଶକ ଏହି ଫିଲ୍ଲ୍ମକୁ ଏତେ ପସନ୍ଦ କରିଥିଲେ ଯେ ଏହା ରିଲିଜ୍ ହେବା ପରେ ପ୍ରେକ୍ଷାଳୟରେ ଲୋକପ୍ରିୟ ହୋଇଥିଲା। ବର୍ତ୍ତମାନ ଏହି ଫିଲ୍ମର ଦ୍ୱିତୀୟ ଭାଗ ୧୫ ଅଗଷ୍ଟରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ଯାଉଛି।

author-image
Pramod Behera
ଅଦ୍ୟତନ ହୋଇଛି
Stree 2 teaser released get ready to laugh and get scared again

Stree 2 teaser released get ready to laugh and get scared again

୨୦୧୮ ରେ ମୁକ୍ତିଲାଭ କରିଥିବା ମ୍ୟାଡକ୍ ଫିଲ୍ମସ୍‌ର 'ସ୍ତ୍ରୀ' ବକ୍ସ ଅଫିସରେ ଖୁବ ହଙ୍ଗାମା ସୃଷ୍ଟି କରିଥିଲା।​ ଦର୍ଶକ ଏହି ଫିଲ୍ଲ୍ମକୁ ଏତେ ପସନ୍ଦ କରିଥିଲେ ଯେ ଏହା ରିଲିଜ୍ ହେବା ପରେ ପ୍ରେକ୍ଷାଳୟରେ ଲୋକପ୍ରିୟ ହୋଇଥିଲା। ସେତେବେଳେ ୨୩ କୋଟି ଟଙ୍କାର ଏହି ଫିଲ୍ମ ବକ୍ସ ଅଫିସରେ ମୋଟ ୧୮୦.୭୬ କୋଟି ଟଙ୍କା ଆୟ କରିଥିଲା। ବର୍ତ୍ତମାନ ଏହି ଫିଲ୍ମର ଦ୍ୱିତୀୟ ଭାଗ ୧୫ ଅଗଷ୍ଟରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ଯାଉଛି।

Advertisment

ବର୍ତ୍ତମାନ ନିର୍ମାତା ଫିଲ୍ମର ଟିଜର ମଧ୍ୟ ରିଲିଜ୍‌ କରିଛନ୍ତି, ଏହା ଦେଖିବା ପରେ ସ୍ପଷ୍ଟ ହୋଇଛି ଯେ ଏଥର ମଧ୍ୟ ଫିଲ୍ମରେ କମେଡି ସହିତ ହରର୍‌ର ଭଳି ଏକ କମ୍ବୋ ଦେଖିବାକୁ ମିଳିବ। ଟିଜର ଦେଖିବା ପରେ ଫିଲ୍ମ ପାଇଁ ଲୋକଙ୍କ ଉତ୍ସାହ ବଢିଯାଇଛି। ଏଥର ଫିଲ୍ମରେ ମହିଳାଙ୍କ ପାଇଁ ସ୍ଲୋଗାନ ମଧ୍ୟ ବଦଳିଛି।

ଅଧିକ ପଢ଼ନ୍ତୁ: ଆମେରିକାରେ ରେକର୍ଡ କରୁଛି 'କଲ୍‌କୀ ୨୮୯୮ ଏଡି'; ଏବେଠୁ କଲାଣି ଏତେ ରୋଜଗାର

Advertisment

ଦ୍ୱିତୀୟ ଭାଗରେ, ଆପଣ ଏହି ଲେଖା ସବୁଠାରେ ପାଇବେ - ‘ଓ ସ୍ତ୍ରୀ ରକ୍ଷା କର୍‌ନା’। ମ୍ୟାଡକ୍ ଫିଲ୍ମସ୍ ଇନ୍‌ଷ୍ଟାରେ ଏହାର ଟିଜର ଶେୟାର କରିବା ମାତ୍ରେ ସୋସିଆଲ ମିଡିଆରେ ଭାଇରାଲ ହେବା ଆରମ୍ଭ ହୋଇଛି। ପୁଣିଥରେ ଏହି ଫିଲ୍ମରେ ରାଜକୁମାର ରାଓଙ୍କ ସହ ଶ୍ରଦ୍ଧା କପୁର, ପଙ୍କଜ ତ୍ରିପାଠୀ, ଅପାରଶକ୍ତି ଖୁରାନା ଏବଂ ଅଭିଷେକ ବାନାର୍ଜୀଙ୍କ ଯୋଡି ଦେଖିବାକୁ ମିଳିବ।

ଏହି ଟିଜର ରାଜକୁମାର ରାଓ, ପଙ୍କଜ ତ୍ରିପାଠୀ, ଅଭିଷେକ ବାନାର୍ଜୀ ଏବଂ ଅପାରଶକ୍ତି ଖୁରାନାଙ୍କଠାରୁ ଆରମ୍ଭ ହୋଇଛି, ଯେଉଁମାନେ ବହୁତ ଡରିଯାଇଛନ୍ତି। ଏହା ପରେ ଫିଲ୍ମର ସମସ୍ତ ଚରିତ୍ରଙ୍କୁ ଦେଖିବାକୁ ମିଳେ। ‘ସ୍ତ୍ରୀ ୨’ର ଟିଜରକୁ ଦେଖିଲେ କୁହାଯାଇପାରେ ଯେ ଏଥର ଚନ୍ଦେରୀରେ ସ୍ତ୍ରୀର ଏକ ଭୟଙ୍କର ଆତଙ୍କ ଦେଖିବାକୁ ମିଳିବ। ରାଜକୁମାର ରାଓ ତାଙ୍କ ଅଫିସିଆଲ୍ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଫିଲ୍ମର ଟିଜର ଶେୟାର କରିଛନ୍ତି। ଏହି ଟିଜର ଶେୟାର କରି ସେ କ୍ୟାପ୍‌ସନ୍‌ରେ ଲେଖିଛନ୍ତି, ଏଥର ସ୍ୱାଧୀନତା ଦିବସରେ ଚନ୍ଦେରୀରେ ଆତଙ୍କ ସୃଷ୍ଟି ହେବ!

'ସ୍ତ୍ରୀ ୨' ଅମର କୌଶିକଙ୍କ ଦ୍ୱାରା ନିର୍ଦ୍ଦେଶିତ ଏବଂ ମ୍ୟାଡକ୍ ଫିଲ୍ମସ୍ ଏବଂ ଜିଓ ଷ୍ଟୁଡିଓ ବ୍ୟାନରରେ ଦୀନେଶ ଭିଜାନଙ୍କ ଦ୍ୱାରା ନିର୍ମିତ ହୋଇଛି। କୁହାଯାଉଛି ଯେ ବରୁଣ ଧାୱନ ଏହି ଫିଲ୍ମରେ କୈମିୟୋ ଭୂମିକାରେ ନଜର ଆସିବେ। ଏଥି ସହିତ ତମନ୍ନା ଭାଟିଆ ମଧ୍ୟ ଏକ ବିଶେଷ ରୂପରେ ଦେଖିବାକି ମିଳିବେ।

ଅଧିକ ପଢ଼ନ୍ତୁ: 'ମୁଞ୍ଜ୍ୟା'କୁ ଟକ୍କର ଦଉଛି 'ଚନ୍ଦୁ ଚମ୍ପିଅନ୍'; ଜାଣନ୍ତୁ କାହାର ରୋଜଗାର କେତେ

ସୂଚନାଯୋଗ୍ୟ ଯେ 'ସ୍ତ୍ରୀ ୨' ର ରିଲିଜ୍ ତାରିଖ ପୂର୍ବରୁ ୩୦ ଅଗଷ୍ଟରେ ରଖାଯାଇଥିଲା, କିନ୍ତୁ ବର୍ତ୍ତମାନ ଏହା ୧୫ ଅଗଷ୍ଟରେ ପ୍ରେକ୍ଷାଳୟକୁ ଆସିବାକୁ ପ୍ରସ୍ତୁତ। ଏହି ଫିଲ୍ମ ଅକ୍ଷୟ କୁମାରଙ୍କ ଫିଲ୍ମ 'ଖେଲ ଖେଲ ମେନ୍' ବକ୍ସ ଅଫିସ୍‌ରେ ମୁହାଁମୁହିଁ ହେବ। ଏହା ବ୍ୟତୀତ ଜନ୍ ଆବ୍ରହାମଙ୍କ ଫିଲ୍ମ 'ବେଦା' ମଧ୍ୟ ଅଗଷ୍ଟ ୧୫ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ।

Varun Dhawan Bollywood Shraddha Kapoor Rajkumar Rao Tamannaah Bhatia
Advertisment
Advertisment