/odishatv-khabar/media/post_attachments/uploadimage/library/16_9/16_9_0/IMAGE_1695126530.jpg)
SS Rajamouli announce his new biopic film made in india
ଚଳଚ୍ଚିତ୍ର ନିର୍ମାତା ଏସ୍ଏସ୍ ରାଜାମୌଲି ଏମିତି ଜଣେ ନିର୍ଦ୍ଦେଶକ ଯାହାଙ୍କ ସହ ପ୍ରତ୍ୟେକ ତାରକା କାମ କରିବାକୁ ସ୍ୱପ୍ନ ଦେଖନ୍ତି। ତେବେ ତାଙ୍କ ସହ କାମ କରିବାକୁ ହେଲେ ସେ ଯେକୌଣସି ବି ସେଲିବବ୍ରେଟି ହୁଅନ୍ତୁ ନା କାହିଁକି ତାଙ୍କୁ ଅତି କମରେ ୫ ବର୍ଷ ଦେବାକୁ ପଡିବ, ତେବେ ଯାଇ ସେ ତାଙ୍କୁ ସାଇନ୍ କରେଇବେ। ଏହା କିନ୍ତୁ ନିଶ୍ଚିତ ଯେ ତାଙ୍କ ଚଳଚ୍ଚିତ୍ର ଯେତେ ବିଳମ୍ବ ହେଉନା କାହିଁକି, ଏହା ଯେମିତି ହେଲେ ଏକ ବ୍ଲକ୍ବଷ୍ଟର୍ ହେବ!
ମଙ୍ଗଳବାର ସକାଳେ ସେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି ଯେତେବେଳେ ସେ 'ଭାରତୀୟ ସିନେମା ଉପରେ ବାୟୋପିକ୍' କରିବାକୁ ଘୋଷଣା କରିଛନ୍ତି। ଏହାର ଟିଜର ମଧ୍ୟ ରିଲିଜ୍ ହୋଇଛି।
ରାଜାମୌଲି ତାଙ୍କ X ଆକାଉଣ୍ଟରେ ଲେଖିଛନ୍ତି, “ଯେତେବେଳେ ମୁଁ ପ୍ରଥମ ଥର ପାଇଁ କାହାଣୀ ଶୁଣିଲି, ଏହା ମୋତେ ଭାବପ୍ରବଣ ଭାବରେ ଏତେ ପ୍ରଭାବିତ କରିଥିଲା, ଯାହା ପୂର୍ବରୁ ଆଉ କିଛି ବି କରି ନଥିଲା। ଏକ ବାୟୋପିକ୍ ତିଆରି କରିବା କଷ୍ଟସାଧ୍ୟ, କିନ୍ତୁ ଭାରତୀୟ ସିନେମାର ଜନକଙ୍କ ବିଷୟରେ କଳ୍ପନା କରିବା ଆହୁରି କଷ୍ଟସାଧ୍ୟ ଏବଂ ଆହ୍ୱାନପୂର୍ଣ୍ଣ ମଧ୍ୟ। ଆମର ପୁଅମାନେ ଏଥିପାଇଁ ପ୍ରସ୍ତୁତ ଏବଂ ମେଡ୍ ଇନ୍ ଇଣ୍ଡିଆ(MADE IN INDIA)କୁ ବହୁତ ଗର୍ବର ସହିତ ଉପସ୍ଥାପନ କରୁଛନ୍ତି।”
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ଏହା ରାଜାମୌଲି ଏହି ଫିଲ୍ମର ଘୋଷଣା ସେକିତିବେଳେ କରିଛନ୍ତି ଯେତେବେଳେ ‘ଭାରତ ବନାମ ଇଣ୍ଡିଆ’କୁ ନେଇ ବିତର୍କ ଚାଲିଛି। ଯେତେବେଳେ ମୋଦୀ ସରକାର ଆମ ଦେଶକୁ ଭାରତ ବୋଲି କହିବା ପାଇଁ ଜୋର୍ ଦେଇଛନ୍ତି ଠିକ୍ ସେହି ସମୟରେ ରାଜାମୌଲି ଫିଲ୍ମର ଟାଇଟଲରେ ଇଣ୍ଡିଆ ଯୋଡିଛନ୍ତି।
When I first heard the narration, it moved me emotionally like nothing else.
Making a biopic is tough in itself, but conceiving one about the FATHER OF INDIAN CINEMA is even more challenging. Our boys are ready and up for it..:)
With immense pride,
Presenting MADE IN INDIA… pic.twitter.com/nsd0F7nHAJ— rajamouli ss (@ssrajamouli) September 19, 2023
A post shared by SS Rajamouli (@ssrajamouli)
ରାଜାମୌଲିଙ୍କ ପୋଷ୍ଟ୍ ପଢିବା ପରେ ନେଟିଜେନ୍ସଙ୍କର ଉତ୍ସାହ ଦେଖିବାକୁ ମିଳିଛି। ଜଣେ ଲେଖିଛନ୍ତି, 'ମାଷ୍ଟରପିସ୍କୁ ଅପେକ୍ଷା', ଅନ୍ୟ ଜଣେ ଲେଖିଛନ୍ତି, 'ଭାରତୀୟ ସିନେମାର ଗର୍ବ, ମେଡ୍ ଇନ୍ ଇଣ୍ଡିଆ ସିନେମା ତିଆରି କରିବା।' ଆଉ କିଛି ନେଟିଜେନ୍ସ ମଧ୍ୟ ଅନୁମାନ କରିଛନ୍ତି ଯେ ଏହି ଚଳଚ୍ଚିତ୍ରଟି ଭାରତୀୟ ସିନେମାର ଜନକଙ୍କ ବିଷୟରେ କହିବ। ଏହା ଦାଦାସାହେବ ଫାଲ୍କେଙ୍କ ବାୟୋପିକ୍ ହେବ।
‘ମେଡ୍ ଇନ୍ ଇଣ୍ଡିଆ’ ହେଉଛି ବରୁଣ ଗୁପ୍ତାଙ୍କ ଦ୍ୱାରା ନିର୍ମିତ ପ୍ରଥମ ଚଳଚ୍ଚିତ୍ର, ଯିଏ ଅନେକ ବର୍ଷ ଧରି ଧରି ଭାରତୀୟ ସିନେମା ସହ ଜଡିତ ଅଛନ୍ତି। ତାଙ୍କ କମ୍ପାନୀ ମ୍ୟାକ୍ସ ମାର୍କେଟିଂ ଆଣ୍ଡ୍ ଇନୋଭେସନ୍ ଅଧୀନରେ ଚଳଚ୍ଚିତ୍ରର ମାର୍କେଟିଂ କରେ। ସେ ତାଙ୍କ ଷ୍ଟୁଡିଓର ନାଁ ମଧ୍ୟ ମ୍ୟାକ୍ସ ଷ୍ଟୁଡିଓ ରଖିଛନ୍ତି, ଯାହା ସେ ଏହି ସପ୍ତାହରେ ଆରମ୍ଭ କରିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)