• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଓସ୍କାର ଆୱାର୍ଡ ୨୦୨୩ରେ ଭାରତୀୟ ଚଳଚ୍ଚିତ୍ର ଇତିହାସ ସୃଷ୍ଟି କରିଛି । ଭାରତ ଦୁଇଟି ବର୍ଗରେ ଓସ୍କାର ଜିତିଛି । ଏସଏସ ରାଜାମୌଲିଙ୍କ ଚଳଚ୍ଚିତ୍ର RRR ଅରିଜିନାଲ ସଙ୍ଗ୍‌ କାଟାଗୋରୀରେ ପୁରସ୍କାର ଜିତିବା ଭାରତୀୟଙ୍କ ପାଇଁ ଏକ ଗର୍ବର ବିଷୟ । ହେଲେ ଦୁଃଖର କଥା ଉତ୍ସବର ବାତାବରଣ ମଧ୍ୟରେ ଓସ୍କାର ସେରିମୋନିରେ ଘଟିଥିବା ଘଟଣା RRRର ପ୍ରଶଂସକକୁ ନିରାଶ କରିଛି । ସେହି ସମୟର ଏକ ଭିଡିଓ ଏବେ ଭାଇରାଲ୍ ହେବାରେ ଲାଗିଛି । ୟୁଜର୍ସ ଏହାକୁ ଅପମାନ ବୋଲି କହୁଛନ୍ତି ।

ଓସ୍କାର ପୁରସ୍କାର ବିତରଣ ସମାରୋହରୁ ଭିଡିଓକୁ କ୍ୟାପଚର କରାଯାଇଛି । ଯେତେବେଳେ ନାଟୁ ନାଟୁ ଗୀତକୁ ବେଷ୍ଟ ଅରିଜିନାଲ କାଟାଗୋରୀ ପାଇଁ ବିଜେତା ଘୋଷଣା କରାଗଲା, ପୂରା ଟିମ୍‌ ଖୁସିରେ ଆତ୍ମହରା ହୋଇଯାଇଥିଲେ । ଭିଡିଓରେ ଏସଏସ୍‌ ରାଜାମୌଲି, ତାଙ୍କ ପତ୍ନୀ ଏବଂ ରାମଚରଣଙ୍କ ପତ୍ନୀ ଉପସାନା ନଜର ଆସୁଛନ୍ତି । ହେଲେ RRRର ପୂରା ଟିମ୍‌ ଡଲବି ଥିଏଟରର ଶେଷ ସିଟ୍‌ରେ ବସିଥିବା ଦେଖିବାକୁ ମିଳିଛି । ଆଉ ଏହା ଦେଖି ଭାରତୀୟ ଦର୍ଶକ ଅସନ୍ତୋଷ ପ୍ରକାଶ କରିଛନ୍ତି । ୟୁଜର ଏହାକୁ ଅପମାନ ବୋଲି କହିଛନ୍ତି ।

ଜଣେ ପ୍ରଶଂସକ ଲେଖିଛନ୍ତି - RRR ଦଳ ଏକଜିଟ୍‌ ଗେଟ୍ ନିକଟରେ ବସିଛନ୍ତି । ଅନ୍ୟ ଜଣେ ଲେଖିଛନ୍ତି - ଏହା ଘୋର ଅପମାନ, ଆରଆରଆର ଟିମ୍‌କୁ କାହିଁକି ପଛରେ ସିଟ୍‌ ଦିଆଯାଇଛି । ସେହିପରି ଆଉ ଜଣେ ପ୍ରଶଂସକ ଲେଖିଛନ୍ତି- ସମସ୍ତଙ୍କୁ ଜଣା ସେ ଓସ୍କାର ଜିତିବେ , ତଥାପି କାହିଁକି ପଛ ସିଟରେ ବସିବାକୁ ଦିଆଯାଇଛି ।

ସୂଚନାଯୋଗ୍ୟ ୧୯ ମାସ ପରେ ସମ୍ପୂର୍ଣ୍ଣ ଭାବେ ତିଆରି ହେଲା ‘ନାଟୁ ନାଟୁ’ ଗୀତ । ଏବେ ଏହାକୁ କିପରି ସ୍କ୍ରିନରେ ଲୋକଙ୍କ ପାଖରେ ପରସା ଯିବ ତାକୁ ନେଇ ଯୋଜନା ପ୍ରସ୍ତୁତ ହେଲା । ରାମଚରଣ ଓ ଜୁନିୟର ଏନଟିଆର ଫିଲ୍ମରେ ଦୁଇ ବନ୍ଧୁ ତା’ସହ ଗୀତରେ ଏମାନଙ୍କ ମଧ୍ୟରେ ପ୍ରତିଯୋଗିତା ଭାବ ଦେଖେଇବା ପାଇଁ ସେପରି ଡାନ୍ସର ଆବଶ୍ୟକତା ଥିଲା । କୋରିଓଗ୍ରାଫର ପ୍ରେମ୍‌ ରକ୍ଷିତ୍ ଏଥିପାଇଁ ୯୫ ଷ୍ଟେପ୍ ପ୍ରସ୍ତୁତ କଲେ । ଏହାସହ ଗୀତର ଶେଷ ଓ ସିଗନେଚର ଷ୍ଟେପ୍ ଭାବେ ‘ନାଟୁ ନାଟୁ’କୁ ରଖାଗଲା ।...

ପିକ୍ଚରାଜେସନ ପାଇଁ ୟୁକ୍ରେନ ରାଷ୍ଟ୍ରପତିଙ୍କ ଆବାସ ଭଳି ସେଟ୍ ତିଆରି କରାଯାଇଥିଲା । ଗୀତ ଆରମ୍ଭରୁ ଦୁଇ ଭାରତୀୟ ବ୍ରିଟିଶ ଅଫିସରଙ୍କୁ ଦେଶୀ ଡାନ୍ସ କଥା କହିଥିଲେ । ଏହି ଡାନ୍ସ ଅନସ୍କ୍ରିନ ଆଉ ଅଫ୍ ସ୍କ୍ରିନରେ ଧୁମ୍ ମଚାଇଥିଲା । ଏପରିକି ଦେଶୀ ଡାନ୍ସ ପ୍ରେମରେ ଏବେ ଦିୱାନା ହଲିଉଡ୍ । ଆଉ ଏବେ ଫିଲ୍ମର ‘ନାଟୁ ନାଟୁ’ ଗୀତକୁ ଓସ୍କାର ମିଳିଛି ।