Advertisment

ନରେନ୍ଦ୍ର ମୋଦି ମାଟିକୁ ମଥାରେ ମାରିବାରୁ ଏମିତି ଥଟ୍ଟା କଲେ ପ୍ରକାଶ ରାଜ

ପ୍ରକାଶ ରାଜ ଯେତେବେଳେ 'ଚନ୍ଦ୍ରଯାନ'ନୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଥିଲେ, ସେତେବେଳେ ତାଙ୍କୁ ଅନେକ ସମାଲୋଚନାର ସମ୍ମୁଖୀନ ହେବାକୁ ପଡିଥିଲା। ଏବେ ସେ ପୁଣି ଥରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ୍‌ କରିଛନ୍ତି। ଏହି କାରଣରୁ ସେ ପୁଣି ଥରେ ସୋସିଆଲ ମିଡିଆରେ ଆଲୋଚନର କେନ୍ଦ୍ର ପାଲଟିଛନ୍ତି।

author-image
Pramod Behera
south actor prakash raj target to Modi

south actor prakash raj target to Modi

ସାଉଥ୍‌ର ପ୍ରସିଦ୍ଧ ଭିଲେନ୍ ପ୍ରକାଶ ରାଜ ଯେତେବେଳେ 'ଚନ୍ଦ୍ରଯାନ'ନୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଥିଲେ, ସେତେବେଳେ ତାଙ୍କୁ ଅନେକ ସମାଲୋଚନାର ସମ୍ମୁଖୀନ ହେବାକୁ ପଡିଥିଲା। ବୋଧହୁଏ ଏହା ଅଭିନେତାଙ୍କ ପାଇଁ କୌଣସି ଫରକ ପଡି ନାହିଁ ଏବଂ ସେ ପ୍ରତିଦିନ କିଛି ନା କିଛି ବିଦାଦୀୟ ମତ ଦେଇ ଚର୍ଚ୍ଚାରେ ରହୁଛନ୍ତି।

Advertisment

ଏବେ ସେ ପୁଣି ଥରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ୍‌ କରିଛନ୍ତି। ପ୍ରକାଶ ରାଜ 'ମେରୀ ମାଟୋ ଦେଶ ଦେଶ' ଅଭିଯାନ ସହ ଜଡିତ ପ୍ରଧାନମନ୍ତ୍ରୀ ମୋଦିଙ୍କ ଭିଡିଓକୁ ଶେୟାର କରିଛନ୍ତି ଏବଂ ଏଥିରେ ମନ୍ତବ୍ୟ ଦେଇଛନ୍ତି। ଏହି କାରଣରୁ ସେ ପୁଣି ଥରେ ସୋସିଆଲ ମିଡିଆରେ ଆଲୋଚନର କେନ୍ଦ୍ର ପାଲଟିଛନ୍ତି।

ପ୍ରକାଶ ରାଜ, ୨୬ ମାର୍ଚ୍ଚ ୧୯୬୫ରେ ବାଙ୍ଗାଲୋରରେ ଜନ୍ମଗ୍ରହଣ କରି ଚଳଚ୍ଚିତ୍ର ଜଗତରେ ଅନେକ ନାମ ଅର୍ଜନ କରିଛନ୍ତି। ତାଙ୍କର ଚମତ୍କାର ଅଭିନୟରେ ସେ ଅନେକ ହିଟ୍ ଚଳଚ୍ଚିତ୍ର ଦେଇଛନ୍ତି। ବିଶେଷ କରି ଖଳ ଭୂମିକାରେ ତାଙ୍କୁ ସାଉଥ୍ ଇଣ୍ଡଷ୍ଟ୍ରିରେ ଅନେକ ପରିଚୟ ମିଳିଛି।

Advertisment

ଏହା ବ୍ୟତୀତ ସେ ବଲିଉଡର ଅନେକ ଚଳଚ୍ଚିତ୍ରରେ ମଧ୍ୟ ଭିଲେନ୍ ଭୂମିକାରେ ଅଭିନୟ କରିଛନ୍ତି। ଅଭିନୟ ସହିତ ପ୍ରକାଶ ରାଜ ସାମାଜିକ ତଥା ରାଜନନୈତିକ ପ୍ରସଙ୍ଗରେ ମଧ୍ୟ ନିଜର ମତ ଦିଅନ୍ତି। ବର୍ତ୍ତମାନ ପ୍ରିସ୍ଥିତିରେ ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏକ ଭିଡିଓ ଉପରେ ମନ୍ତବ୍ୟ ଦେଇ ବିବାଦୀୟ ହୋଇପଡିଛନ୍ତି।

ନିକଟରେ ପ୍ରଧାନମନ୍ତ୍ରୀ ମୋଦି 'ଅମୃତ କଳଶ ଯାତ୍ରା'ର ସମାପନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। 'ମେରୀ ମାଟି ମେରା ଦେଶ' ଅଧୀନରେ ଦେଶର ବିଭିନ୍ନ ସ୍ଥାନରୁ ଅଣାଯାଇଥିବା ମାଟିକୁ ଭାରତ କଳଶରେ ପକେଇ ସେହି ମାଟିକୁ ନେଇ ସେ କପାଳରେ ତିଲକ ଲଗାଇଥିଲେ।

ସୋସିଆଲ ମିଡିଆରେ ଏହାର ଏକ ଭିଡିଓ ଭାଇରାଲ ହେଉଛି। ଏହି ଭିଡିଓ ଦେଖି ପ୍ରକାଶ ରାଜ ବ୍ୟଙ୍ଗାତ୍ମକ ଢଙ୍ଗରେ ଟ୍ୱିଟର୍‌ରେ ଲେଖିଛନ୍ତି, “ଲାଇଟ୍ କ୍ୟାମେରା ଆକ୍ସନ୍ କିଏ ସେ..., ବୋକା ବନାଉଛ, କେବଳ ପଚାରୁଛି।”

ପ୍ରକାଶ ରାଜଙ୍କ ଏହି ମନ୍ତବ୍ୟ ବର୍ତ୍ତମାନ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି। କିଛି ଲୋକ ତାଙ୍କୁ ପୁଣି ଥରେ 'ଦେଶଦ୍ରୋହୀ' ବୋଲି କହୁଛନ୍ତି। ଜଣେ ଲେଖିଛନ୍ତି, “ତୁମେ ଭାରତରେ ଜନ୍ମ ହେଇଥିବାରୁ ଭାଗ୍ୟବାନ୍, ସେଥିପାଇଁ ତୁମେ ଏପରି ଜଣେ ପ୍ରସିଦ୍ଧ ନେତାଙ୍କ ବିଷୟରେ ନିୟମିତ କହୁଛ।” ଆଉ ଜଣେ ଲେଖିଛନ୍ତି, “ଯିଏ ନିଜେ ମୂର୍ଖ, ତାକୁ ଅନ୍ୟମାନେ ମଧ୍ୟ ମୂର୍ଖ ପରି ମନେ ହୁଅନ୍ତି”।

Prakash Raj South Indian Stars Tollywood
Advertisment
Advertisment