Advertisment

ସାଉଥ୍ ଫିଲ୍ମ୍ ମୋତେ ଖରାପ ହିନ୍ଦୀ ଫିଲ୍ମ କରିବାରୁ ରକ୍ଷା କରେ

ବର୍ତ୍ତମାନ ବଲିଉଡ୍ ଓ ସାଉଥ୍‌ ଇଣ୍ଡଷ୍ଟ୍ରୀ ଭିତରେ ଚାଲିଥିବା ବିବାଦ ଭିତରେ ସୋନୁ ସୁଦ୍‌ ନିଜର ମତ ରଖିଛନ୍ତି। ସାଉଥ୍‌ ଫିଲ୍ମ କରିବା ଦ୍ୱାରା ତାଙ୍କର କ’ଣ ଲାଭ ହୁଏ ସେ କହିଛନ୍ତି।

author-image
Pramod Behera
Sonu sood says south film industry save him to do bad hindi movie

Sonu sood says south film industry save him to do bad hindi movie

ଖୁବ ଶୀଘ୍ର ମାନୁଷୀ ଛିଲର ଓ ଅକ୍ଷୟ କୁମାର ଷ୍ଟାରର୍ ‘ସମ୍ରାଟ ପୃଥ୍ୱୀରାଜ୍’ ରେ ସୋନୁ ସୁଦ୍ ନଜର ଆସିବେ। ଏହି ଫିଲ୍ମରେ ସେ କବି ଚାନ୍ଦ ବରଦା‍ଇଙ୍କ ଭୂମିକାରେ ଦେଖାଦେବେ। ସୋନୁ ସୁଦ୍ ସବୁବେଳେ ଉଭୟ ରିଏଲ୍ ଲାଇଫ୍‌ ଓ ରିଲ୍ ଲାଇଫ୍‌କୁ ନେଇ ଚର୍ଚ୍ଚାରେ ଥାଆନ୍ତି।

Advertisment

ବର୍ତ୍ତମାନ ବଲିଉଡ୍ ଓ ସାଉଥ ଇଣ୍ଡଷ୍ଟ୍ରୀ ଭିତରେ ଚାଲିଥିବା ବିବାଦ ଭିତରେ ସୋନୁ ସୁଦ୍‌ ନିଜର ମତ ରଖିଛନ୍ତି। ସେ କହିଛନ୍ତି ଯେ ସାଉଥ୍ ଫିଲ୍ମ୍ କରିବା ତାଙ୍କୁ ‘ଖରାପ ହିନ୍ଦୀ ଫିଲ୍ମ’ କରିବାରୁ ରକ୍ଷା କରୁଛି।

ସୋନୁ ସୁଦ ୧୯୯୯ ମସିହାରୁ 'କଲ୍ଲାଜହର' ଏବଂ 'ନେଞ୍ଜିନିଲ' ଭଳି ତାମିଲ ଚଳଚ୍ଚିତ୍ରରୁ ନିଜର କ୍ୟାରିୟର ଆରମ୍ଭ କରିଥିଲେ। ୨୦୦୨ରେ 'ସହିଦ-ଏ-ଆଜମ' ସହିତ ହିନ୍ଦୀ ଚଳଚ୍ଚିତ୍ର ଡେବ୍ୟୁ କରିବା ପୂର୍ବରୁ ସେ ତେଲୁଗୁ ଚଳଚ୍ଚିତ୍ର 'ହ୍ୟାଣ୍ଡ୍‌ସ ଅପ୍‌' ଏବଂ 'ମଜୁନୁ'ରେ ଭିଲେନ ଭୂମିକାରେ ଅଭିନୟ କରିଥିଲେ। ବର୍ତ୍ତମାନ ଏକ ସାକ୍ଷାତକାରରେ ସୋନୁ ସୁଦ୍‌ ତାମିଲ-ହିନ୍ଦୀ ସିନେମାକୁ ନେଇ ନିଜ ମତ ରଖିଛନ୍ତି।

Advertisment

ସୋନୁ ସୁଦ କହିଛନ୍ତି ଯେ “ସେ ତାମିଲ୍ ହେଉ କି ତେଲୁଗୁ ବା ହିନ୍ଦୀ ଚଳଚ୍ଚିତ୍ର, ମୁଁ ସବୁବେଳେ ମୋର ସ୍କ୍ରିପ୍ଟକୁ ସିଲେକ୍ଟ କରେ। ସାଉଥ୍ ମୋତେ ଖରାପ ହିନ୍ଦୀ ଚଳଚ୍ଚିତ୍ର କରିବାରୁ ରକ୍ଷା କରେ। ନଚେତ୍ ଏପରି ଏକ ସମୟ ଆସେ ଯେତେବେଳେ ଭାବିବାକୁ ପଡେ ଯେମିତି ଏକ ବଡ ଫିଲ୍ମରେ କାମ କରୁଛ। ସାଉଥ୍ ମୋତେ ଏହା କରିବାକୁ ଦୂରରେ ରହିବାକୁ ସାହାଯ୍ୟ କରେ।”

ସାକ୍ଷାତକାରରେ ସୋନୁ ଏହା ମଧ୍ୟ କହିଛନ୍ତି ଯେ ତାଙ୍କ ଜୀବନର ସର୍ବୋତ୍ତମ ସମୟ ବର୍ତ୍ତମାନ ଚାଲିଛି। ସେ କହିଛନ୍ତି, “ମୁଁ ଜାଣେ ନାହିଁ ଏହା ଉଚ୍ଚ କି ନୁହେଁ, ଏହା ଏକ ସମୟ ଯେଉଁଠାରେ ମୁଁ ନିଜକୁ ଭାଗ୍ୟବାନ ମନେ କରେ। ମୁଁ ସବୁବେଳେ ଭାବୁଥିଲି ଯେ ଚଳଚ୍ଚିତ୍ର କରିବା, ୧୦୦-୨୦୦ କୋଟି ଟଙ୍କାର ଚଳଚ୍ଚିତ୍ରର ଅଂଶ ହେବା ଯାହାକୁ ଆମେ ସଫଳତା ବୋଲି କହିଥାଉ, କିନ୍ତୁ ସାଧାରଣ ଲୋକଙ୍କ ସହ ଯୋଡି ହେବା, ଅଭାବୀ ବ୍ୟକ୍ତିଙ୍କ ସହ ଜଡିବ ହେବା ମୋ ପାଇଁ ସବୁଠାରୁ ସନ୍ତୋଷଜନକ ଅନୁଭୂତି।

ନିକଟରେ ତେଲୁଗୁ ଚଳଚ୍ଚିତ୍ର 'ଆଚାର୍ଯ୍ୟ'ରେ ଭିଲେନ ଭୂମିକାରେ ସୋନୁ ସୁଦଙ୍କୁ ଦେଖିବାକୁ ମିଳିଥିଲା। ଚିରଞ୍ଜୀବୀ ଏବଂ ରାମ ଚରଣ ଏହି ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ଥିଲେ। କିଛି ଦିନ ପରେ ଡକ୍ଟର ଚନ୍ଦ୍ରପ୍ରକାଶ ଦ୍ୱିବେଦୀଙ୍କ ଫିଲ୍ମ 'ସମ୍ରାଟ ପୃଥ୍ୱୀରାଜ'ରେ ସୋନୁଙ୍କୁ ଦେଖିବାକୁ ମିଳିବ। ଏହି ଚଳଚ୍ଚିତ୍ରର ନାମ ପୂର୍ବରୁ ‘ପୃଥ୍ୱୀରାଜ' ରଖାଯାଇଥିଲା। କରଣୀ ସେନାର ଆପତ୍ତି ପରେ ‘ୟଶ୍‌ ରାଜ ଫିଲ୍ମସ’ ଫିଲ୍ମର ନାମ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଥିଲା।

Sonu Sood Bollywood
Advertisment
Advertisment