Advertisment

Sonu Sood: ସ୍ୱାସ୍ଥ୍ୟ ସେବାକୁ ମଜବୁତ କରିବା ପାଇଁ ସୋନୁ ସୁଦଙ୍କ ଚାରୋଟି ଆମ୍ବୁଲାନ୍ସ ଦାନ

ସ୍ୱାସ୍ଥ୍ୟର ବିକାଶ ପାଇଁ ଆଗେଇ ଆସିଛନ୍ତି ସୋନୁ ସୁଦ। ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କୁ ଭେଟି ରାଜ୍ୟରେ ସ୍ୱାସ୍ଥ୍ୟ ସେବାକୁ ମଜବୁତ କରିବା ପାଇଁ ସୋନୁ ସୁଦ ଚାରୋଟି ଆମ୍ବୁଲାନ୍ସ ଦାନ କରିଛନ୍ତି।

ଅଦ୍ୟତନ ହୋଇଛି
Sonu Sood meets chandrababu naidu donates ambulances

Sonu Sood meets chandrababu naidu donates ambulances

Advertisment

ବଲିଉଡ୍‌ ଅଭିନେତା ସୋନୁ ସୁଦଙ୍କ ଦରଦୀ ହୃଦୟ ପୁଣି କାନ୍ଦି ଉଠିଛି। ସ୍ୱାସ୍ଥ୍ୟର ବିକାଶ ପାଇଁ ଆଗେଇ ଆସିଛନ୍ତି ଅଭିନେତା। ନିକଟରେ ସେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କୁ ଭେଟି ରାଜ୍ୟରେ ସ୍ୱାସ୍ଥ୍ୟ ସେବାକୁ ମଜବୁତ କରିବା ପାଇଁ ଚାରୋଟି ଆମ୍ବୁଲାନ୍ସ ଦାନ କରିଛନ୍ତି। ସୁଦ୍ ଚାରିଟି ଫାଉଣ୍ଡେସନକୁ ଦିଆଯାଇଥିବା ସହାୟତା ପାଇଁ ସୋମବାର ସୋନୁ ମୁଖ୍ୟମନ୍ତ୍ରୀ ନାଇଡୁଙ୍କୁ ଧନ୍ୟବାଦ ଜଣାଇବା ସହ କୃତଜ୍ଞତା ଜଣାଇଛନ୍ତି।

Advertisment

ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ ହ୍ୟାଣ୍ଡେଲ୍‌ରେ ସୋନୁ ସୁଦ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ ସହ ଅନେକ ଫଟୋ ଶେୟାର କରିଛନ୍ତି, ଯେଉଁଥିରେ ସେ ମୁଖ୍ୟମନ୍ତ୍ରୀଙ୍କୁ ଅଭିବାଦନ କରିବା ସହ ତାଙ୍କ ସହ ପୋଜ୍ ଦେଉଥିବା ଦେଖିବାକୁ ମିଳେ।

ଅଧିକ ପଢ଼ନ୍ତୁ: ଭାଇରାଲ ହେଉଛି ଉଦିତ ନାରାୟଣଙ୍କ ପୁରୁଣା କିସିଂ ଭିଡିଓ

ଚନ୍ଦ୍ରବାବୁ ନାଇଡୁଙ୍କୁ ଧନ୍ୟବାଦ:

ଅଭିନେତା ଏହି ପୋଷ୍ଟ୍ କରି କ୍ୟାପ୍‌ସନ୍‌ରେ ଲେଖିଛନ୍ତି, "ଜୀବନ ରକ୍ଷା କରିବାରେ ଆମ୍ବୁଲାନ୍ସ ଗୁରୁତ୍ୱପୂର୍ଣ୍ଣ ଏବଂ ଆନ୍ଧ୍ରପ୍ରଦେଶ ରାଜ୍ୟକୁ ଚାରିଟି ଆମ୍ବୁଲାନ୍ସ ଦାନ କରି ରୋଗୀଙ୍କୁ ଠିକ୍ ସମୟରେ ଚିକିତ୍ସା ଯୋଗାଇବାର ଏହି ଯାତ୍ରା ଆରମ୍ଭ କରି ମୁଁ ବହୁତ ଖୁସି। ଏକ ସୁସ୍ଥ ଭାରତ ଦିଗରେ କାମ କରିବାକୁ ଆମର ଉଦ୍ୟମକୁ ଜାରି ରଖିବା ପାଇଁ ସମର୍ଥନ ଓ ମାର୍ଗଦର୍ଶନ ପାଇଁ ଚନ୍ଦ୍ରବାବୁ ନାଇଡୁ ସାର୍‌ଙ୍କୁ ଅଶେଷ ଧନ୍ୟବାଦ।"

Advertisment


ମୁଖ୍ୟମନ୍ତ୍ରୀ ଦେଲେ ଧନ୍ୟବାଦ:

ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ମଧ୍ୟ ସୋନୁ ସୁଦଙ୍କୁ ଭେଟିବା ପରେ ନିଜର ଖୁସି ପ୍ରକାଶ କରିଛନ୍ତି। ରାଜ୍ୟକୁ ଚାରିଟି ଆମ୍ବୁଲାନ୍ସ ଦାନ କରିଥିବାରୁ ସେ ଅଭିନେତାଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ତାଙ୍କ ଅଫିସିଆଲ୍ X ହ୍ୟାଣ୍ଡେଲ୍‌ରେ ମୁଖ୍ୟମନ୍ତ୍ରୀ ଲେଖିଛନ୍ତି, “ଆପଣଙ୍କୁ ଭେଟି ଖୁସି ହେଲି। ସୋନୁ ସୁଦ ଏବଂ ସୋନୁ ସୁଦ ଫାଉଣ୍ଡେସନ ଜରିଆରେ ଆନ୍ଧ୍ରପ୍ରଦେଶକୁ ଆମ୍ବୁଲାନ୍ସ ପ୍ରଦାନ କରିଥିବାରୁ ଧନ୍ୟବାଦ। ଆପଣଙ୍କର ପ୍ରଶଂସନୀୟ ପଦକ୍ଷେପ ସ୍ୱାସ୍ଥ୍ୟ ସେବାକୁ ମଜବୁତ କରିବ ଏବଂ ଦୁର୍ଗମ ଅଞ୍ଚଳରେ ଠିକ୍ ସମୟରେ ଚିକିତ୍ସା ସେବା ଯୋଗାଇବ।”

Advertisment

ସୋନୁ ସୁଦଙ୍କ କାମ:

ଅଭିନେତା ସୋନୁ ସୁଦଙ୍କୁ ଶେଷ ଥର ପାଇଁ ତାଙ୍କର ପ୍ରଥମ ନିର୍ଦ୍ଦେଶିତ ଫିଲ୍ମ 'ଫତେହ'ରେ ଦେଖିବାକୁ ମିଳିଥିଲା। ଫିଲ୍ମର କାହାଣୀ ଓ ଆକ୍ସନ୍ ଦୃଶ୍ୟ ମଜଭୁତ ଥିଲେ ମଧ୍ୟ ଫିଲ୍ମଟି ବକ୍ସ ଅଫିସରେ ସନ୍ତୋଷଜନକ ରୋଜଗାର କରି ପାରି ନାହିଁ। ସୋନୁ ସୁଦଙ୍କ ଏହି ଫିଲ୍ମ ସାରା ବିଶ୍ୱରେ ମାତ୍ର ୧୯ କୋଟି ଟଙ୍କା ରୋଜଗାର କରିଥିବା ବେଳେ ଭାରତରେ ୧୩.୩ କୋଟି ଟଙ୍କା ରୋଜଗାର କରିଛି।

ଅଧିକ ପଢ଼ନ୍ତୁ: ସବୁ ସୀମା ଟପିଲେ...ଲାଇଭ୍ ଶୋ’ରେ ମହିଳା ଫ୍ୟାନ୍‌ଙ୍କ ଓଠକୁ କିସ୍‌ କଲେ ଉଦିତ୍, କହିଲେ...

Sonu Sood Bollywood
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ