Advertisment

ଛୋଟ ସୋନୁଙ୍କ ଗୁହାରି ଶୁଣିଲେ ବଡ ସୋନୁ; ପାଠପଢାର ସବୁ ବ୍ୟବସ୍ଥା କରିଦେଲେ

ପାଠ ପଢିବାକୁ ଚାହୁଁଥିଲେ ସୋନୁ କୁମାର। ଏନେଇ ସୋସିଆଲ୍ ମିଡିଆରେ ମୁଖ୍ୟମନ୍ତ୍ରୀଙ୍କୁ କରିଥିଲେ ଗୁହାରି। ସୋନୁ ସୁଦ୍ ଏହି ଖବର ପାଇବା ପରେ କରିଦେଲେ…

author-image
Pramod Behera
Sonu Sood helped bihar viral boy Sonu Kumar

Sonu Sood helped bihar viral boy Sonu Kumar

ଆଜିକାଲି ବିହାରର ସୋନୁଙ୍କୁ ନେଇ ଖୁବ୍ ଚର୍ଚ୍ଚା। ସୋସିଆଲ ମିଡିଆରେ ତାଙ୍କୁ ନେଇ ଖୁବ ଆଲୋଚନା ହେଉଛି। ୧୧ ବର୍ଷର ଏହି ନିରୀହ ବାଳକ ବିହାରର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ତାଙ୍କ ପାଠପଢାକୁ ନେଇ ଗୁହାରି କରିଥିଲେ। ସୋସିଆଲ ମିଡିଆରେ ଏହି ଭିଡିଓ ଭାଇରାଲ ଖୁବ୍ ଭାଇରାଲ୍ ହେଲା।

Advertisment

କରୋନା ମହାମାରୀ ସମୟରେ ହଜାର ହଜାର ଲୋକଙ୍କ ମସିବା ହୋଇଥିବା ବଲିଉଡ୍‌ ଅଭିନେତା ସୋନୁ ସୁଦ୍‌ ଛୋଟ ସୋନୁଙ୍କ ଦୁଃଖ ଶୁଣିନେଇଥିଲେ ଓ ତାଙ୍କ ପାଇଁ ସାହାଯ୍ୟର ହାତ ବଢାଇଛନ୍ତି। ସେ ଟୁଇଟ୍ କରି ସୂଚନା ଦେଇଛନ୍ତି ଯେ ସୋନୁ କେବଳ ସ୍କୁଲ୍‌ରେ ଆଡ୍‌ମିଶନ ପାଇନାହିଁ, ବରଂ ହଷ୍ଟେଲ୍‌ରେ ରହିବା ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଛି।

ଛୋଟ ସୋନୁଙ୍କ ଗୁହାରି ଶୁଣି ତାଙ୍କ ପାଇଁ ସାହାଯ୍ୟର ହାତ ବଢେଇ ଥିବାରୁ ଏବେ ପୁଣି ଚର୍ଚ୍ଚାକୁ ଆସିଛନ୍ତି ସୋନୁ ସୁଦ୍‌। ଏହା ପରେ ସୋସିଆଲ ମିଡିଆରେ ତାଙ୍କର ଏହି କାମକୁ ନେଇ ଖୁବ ପ୍ରଶଂସା କରାଯାଉଛି।

Advertisment

ସୋନୁ ସୁଦ୍ ଟ୍ୱିଟ୍ କରି ସୂଚନା ଦେଲେ:

ସୋନୁ ସୁଦ୍ ଟ୍ୱିଟ୍ କରି ଲେଖିଛନ୍ତି ଯେ “ସୋନୁ ସୋନୁଙ୍କ କଥାକୁ ଶୁଣିନେଲା ଭାଇ। ସ୍କୁଲ୍ ବ୍ୟାଗ୍ ବାନ୍ଧ। ତୁମର ସଂପୂର୍ଣ୍ଣ ଶିକ୍ଷା ଏବଂ ହଷ୍ଟେଲ ବ୍ୟବସ୍ଥା ହୋଇଯାଇଛି। ସୋନୁ ତାଙ୍କ ଟ୍ୱିଟ୍‌ରେ ମଧ୍ୟ କହିଛନ୍ତି ଯେ ସୋନୁଙ୍କ ଆଡ୍‌ମିଶନ ଆଇଡିଆଲ୍‌ ଇଣ୍ଟର୍‌ନ୍ୟାସ୍‌ନାଲ୍‌ ପବ୍ଲିକ୍‌ ସ୍କୁଲ୍‌ BIHTA (ପାଟନା) ରେ କରାଯାଇଛି।

କିଏ ଏହି ସୋନୁ:

୧୧ ବର୍ଷୀୟ ସୋନୁ ବିହାରର ନାଳନ୍ଦା ଜିଲ୍ଲାର ନୀମା କୌଲ୍‌ ଗାଁର ବାସିନ୍ଦା। ମେ ୧୪ରେ ବିହାରର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ସେ ହାତ ଯୋଡି ନିବେଦନ କରି କହିଥିଲେ ଯେ ତାଙ୍କ ପାଠପଢାର ବ୍ୟବସ୍ଥା କରିବା ନେଇ। ସେହି ସୋନୁ ମଧ୍ୟ ଆର୍‌ଜେଡି ନେତା ତଥା ହାସନପୁର ବିଧାୟକ ତେଜ ପ୍ରତାପ ଯାଦବଙ୍କୁ ଏକ ଭିଡିଓ କଲ୍‌ରେ କହିଥିଲେ ଯେ ସେ ଆଇଏଏସ୍ ହେବାକୁ ଚାହୁଁଛନ୍ତି, କିନ୍ତୁ ତାଙ୍କ ଅଧୀନରେ(ତେଜ ପ୍ରତାପ) କି ଆଉ କାହା ଅଧୀନରେ କାମ କରିବେ ନାହିଁ।

ଖୋଲାଖୋଲି ଭାବେ ନିଜ ମନର କଥାକୁ କହୁଥିବା ଏହି କୁନି ସୋନୁ ନିଜ ବାପାଙ୍କ ମଦ୍ୟପାନ ନିଶା ହେତୁ ସେ ଖୁବ ସମସ୍ୟାର ସମ୍ମୁଖିନ ହେଉଛନ୍ତି। ସେ କୁହନ୍ତି ଯେ ସେ ପାଠ ପଢିବାକୁ ଚାହାଁନ୍ତି। ତାଙ୍କ ବାପା ଦହି ବିକ୍ରି କରୁଥିଲେ ମଧ୍ୟ ସେ ରୋଜଗାର କରୁଥିବା ଟଙ୍କାକୁ ମଦ୍ୟପାନରେ ଖର୍ଚ୍ଚ କରିଦିଅନ୍ତି। ଏନେଇ ସୋନୁଙ୍କ ପାଠା ପଢା ଖର୍ଚ୍ଚ ଦେଇ ପାରୁ ନଥିବାରୁ ତାଙ୍କ ଅଧ୍ୟୟନରେ ସମସ୍ୟା ହେଉଛି ବୋଲି ସେ କୁହନ୍ତି।

Sonu Sood Bollywood
Advertisment
Advertisment