Advertisment

Odisha Train Tragedy: ରେଳ ଦୁର୍ଘଟଣାରେ ପୀଡିତ ପରିବାରକୁ ସାହାଯ୍ୟ କରିବେ ସୋନୁ ସୁଦ; ଶେୟାର କଲେ ନମ୍ବର

ସୋନୁ ସୁଦ ବାହାନଗା ଟ୍ରେନ୍ ଦୁର୍ଘଟଣାରେ ପୀଡିତଙ୍କ ପରିବାରକୁ ସାହାଯ୍ୟ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସୋସିଆଲ ମିଡିଆରେ ଏକ ପୋଷ୍ଟ୍‌ ମାଧ୍ୟମରେ ସେ ଏହି ସୂଚନା ଦେଇଛନ୍ତି। ସୋସିଆଲ୍ ମିଡିଆରେ ଫୋନ୍ ନମ୍ବର ଶେୟାର କରି ସୋନୁ କ’ଣ କହିଛନ୍ତି ଦେଖନ୍ତୁ।

ଅଦ୍ୟତନ ହୋଇଛି
Sonu Sood Extends Help to rebuild Lives Of Victims Of Odisha Train Tragedy

sonu sood extends help to rebuild the lives of the victims of odisha train tragedy

Advertisment

ବାହାନଗା ଟ୍ରେନ୍ ଦୁର୍ଘଟଣା ଦେଶ ପାଇଁ ଏକ ବଡ କ୍ଷତି ଘଟାଇଛି। ଏହି ଘଟଣାରେ ସରକାରୀ ଭାବେ ୨୮୮ ରେଳ ଯାତ୍ରୀ ପ୍ରାଣ ହରାଇଥିବା ବେଳେ ୯୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ବର୍ତ୍ତମାନ ବଲିଉଡ୍‌ ଅଭିନେତା ସୋନୁ ସୁଦ ଏହି ଦୁର୍ଘଟଣାରେ ପୀଡିତଙ୍କ ପରିବାରକୁ ସାହାଯ୍ୟ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସୋସିଆଲ ମିଡିଆରେ ଏକ ପୋଷ୍ଟ୍‌ ମାଧ୍ୟମରେ ସେ ଏହି ସୂଚନା ଦେଇଛନ୍ତି।

Advertisment

ସୋନୁ ସୁଦ ଇନ୍‌ଷ୍ଟାଗ୍ରାମ୍‌ ହ୍ୟାଣ୍ଡେଲ୍‌ରେ ନିଜର ଏକ ଭିଡିଓ ପୋଷ୍ଟ୍‌ କରିଛନ୍ତି ଯେଉଁଥିରେ ସେ କହିଛନ୍ତି, “ବନ୍ଧୁଗଣ, କିଛି ଦିନ ହେଲା ଆମେ ଜାଣିବାକୁ ଚେଷ୍ଟା କରୁଛୁ କେଉଁ ପରିବାର ଓଡିଶା ଟ୍ରେନ୍‌ ଦୁର୍ଘଟଣାରେ ଅଧିକ ପ୍ରଭାବିତ ହୋଇଛନ୍ତି। କିଛି ଲୋକ ସେମାନଙ୍କ ପରିବାର ସଦସ୍ୟଙ୍କୁ ହରାଇଛନ୍ତି, କିଛି ଲୋକ ଗୁରୁତର ଆହତ ହୋଇଛନ୍ତି ଏବଂ ସେମାନେ ବର୍ତ୍ତମାନ କିପରି ଜୀବନଯାପନ କରିବେ ଜାଣନ୍ତି ନାହିଁ।”

ଅଧିକ ପଢ଼ନ୍ତୁ: ସାହାଯ୍ୟ ପାଇଁ ଦିନକୁ ୩୦ରୁ ୪୦ ହଜାର ଅନୁରୋଧ ପାଆନ୍ତି ସୋନୁ ସୁଦ

ସୋନୁ ଆହୁରି କହିଛନ୍ତି, “ସେହି ଲୋକମାନଙ୍କୁ ସାହାଯ୍ୟ କରିବା ପାଇଁ ଆମେ 9967567520 ଏକ ହେଲ୍‌ପ୍‌ଲାଇନ ନମ୍ବର ଦେଇଛୁ, ଯାହା ମୁଁ ଆପଣଙ୍କ ସହିତ ଶେୟାର କରୁଛି। ଆପଣ ଏହି ନମ୍ବରରେ ପୀଡିତଙ୍କ ପରିବାର ସହିତ ଆମକୁ ସଂଯୋଗ କରିପାରିବେ, ତେଣୁ ଦୟାକରି ଏଥିରେ ଏକ ମେସେଜ୍ ପଠାନ୍ତୁ। ମନେରଖନ୍ତୁ, ଆପଣ ଏହି ନମ୍ବରରେ କଲ୍ କରିବେ ନାହିଁ, କେବଳ SMS ପଠାଇବାର ଅଛି।”

Advertisment

ସୋନୁ ଆହୁରି କହିଛନ୍ତି, “ଆପଣମାନେ ଆମକୁ ସେହି ପରିବାର ସହିତ ସଂଯୋଗ କରନ୍ତୁ। ସେମାନଙ୍କୁ କିପରି ସେମାନଙ୍କ ପାଦରେ ଛିଡା କରେଇବାକୁ ହେବ ଆମେ ଚେଷ୍ଟା କରିବୁ। ଚାକିରି, ବ୍ୟବସାୟ, ପିଲାମାନଙ୍କର ଶିକ୍ଷା ସମ୍ବନ୍ଧରେ ପୀଡିତ ପରିବାରକୁ ସାହାଯ୍ୟ କରିବାକୁ ଆମେ ଯଥାସମ୍ଭବ ଚେଷ୍ଟା କରିବୁ।”

ପ୍ରକାଶଥାଉ ଯେ ୨୦୨୦ ମସିହାରେ ସୋନୁ ସୁଦ୍ କରୋନା ଭାଇରସ କାରଣରୁ ଦେଶରେ ଲାଗିଥିବା ଲକ୍‌ଡାଉନରେ ଫସିଥିବା ପ୍ରବାସୀ ଶ୍ରମିକମାନଙ୍କୁ ସାହାଯ୍ୟର ହାତ ବଢେଇଥିଲେ। ଲୋକଙ୍କୁ ସୁବିଧାରେ ଘରେ ପହଞ୍ଚେଇବା ପାଇଁ ସେ ମାଗଣାରେ ସବୁ ବ୍ୟବସ୍ଥା କରିଥିଲେ। ସେବେଠାରୁ ଆଜି ପର୍ଯ୍ୟନ୍ତ ସେ ଲୋକମାନଙ୍କୁ ସାହାଯ୍ୟ କରିବା ପାଇଁ ସର୍ବଦା ଆଗରେ ଅଛନ୍ତି। ଏହା ଭିତରେ ସୋନୁ ସୁଦ ଏବଂ ତାଙ୍କ ଟିମ ହଜାର ହଜାର ଲୋକଙ୍କୁ ବିଭିନ୍ନ ଉପାୟରେ ସାହାଯ୍ୟ କରିସାରିଲେଣି।

Advertisment

Train Accident Sonu Sood Bollywood Train Mishap
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ