Advertisment

ଅକଳରେ ଅଭିନେତା ସୋନୁ ସୁଦ୍‌ ! ସରକାରଙ୍କୁ ୨୦ କୋଟି ଟଙ୍କାର ଟ୍ୟାକ୍ସ ଫାଙ୍କିଥିବା ଅଭିଯୋଗ

ଟ୍ୟାକ୍ସ ଫାଙ୍କି ଅଭିଯୋଗରେ ସୋନୁ ସୁଦଙ୍କ ଘରେ ଏବଂ ତାଙ୍କ କମ୍ପାନୀ ଲିଙ୍କରେ ଥିବା ବିଭିନ୍ନ ସ୍ଥାନରେ ୩ ଦିନ ଧରି ରେଡ୍ କରୁଥିଲା ଆୟକର ଟିମ୍ । ଏହି ସମୟରେ ଟ୍ୟାକ୍ସ ଫାଙ୍କି ନେଇ ବିଭିନ୍ନ ପ୍ରମାଣ ମିଳିଥିବା ଏବଂ ସୋନୁ ସୁଦ୍ ବିଭିନ୍ନ ବେନାମୀ ଲୋକଙ୍କ ଠାରୁ ଲୋନ୍ ମାଧ୍ୟମରେ ଟଙ୍କା ଆଣିଥିବା ବେଳେ ଯାହାର କିଛି ହିସାବ ମିଳୁନଥିବା ଆୟକର ବିଭାଗ ଦାବି କରିଛି । ଏହି ବେନାମୀ ଲୋନ୍ ଜରିଆରେ ଆସିଥିବା ଅର୍ଥକୁ ସେ ନିବେଶ ଏବଂ ସମ୍ପତ୍ତି କିଣାରେ ବ୍ୟବହାର କରିଛନ୍ତି

author-image
Prangyan Parimita
ଅଦ୍ୟତନ ହୋଇଛି
sonu sood

sonu sood

ନୂଆଦିଲ୍ଲୀ : ସରକାରଙ୍କୁ ୨୦ କୋଟି ଟଙ୍କାର ଟ୍ୟାକ୍ସ ଫାଙ୍କିଛନ୍ତି ସୋନୁ ସୁଦ୍ ! ଅଭିନେତାଙ୍କ ମୁମ୍ବାଇ ବାସଭବନରେ ଲଗାତର ଚଢାଉ ପରେ ଆଜି ଆୟକର ବିଭାଗ ପକ୍ଷରୁ ଏ ନେଇ ଏକ ବିବୃତ୍ତିରେ ସୂଚନା ଦିଆଯାଇଛି । ସୋନୁ ସୁଦଙ୍କ ଅଣ ଲାଭଜନକ ପାଣ୍ଠି ପରିମାଣ ମଧ୍ୟ ୨ କୋଟି ବଢ଼ିଛି । ଦରିଆପାରି ଦାତାଙ୍କଠାରୁ କ୍ରାଉଡ୍ ଫଣ୍ଡିଂ ଜରିଆରେ ସୋନୁ ସୁଦ୍ ଏହି ପାଣ୍ଠି ସଂଗ୍ରହ କରିଥିବା ବେଳେ ଏହା ବିଦେଶୀ ଅନୁଦାନ ନିୟମର ଉଲ୍ଲଂଘନ ବୋଲି ଆୟକର ବିଭାଗ ଦର୍ଶାଇଛି । ସୋନୁ ସୁଦଙ୍କ ସହ ଜଡିତ ସ୍ଥାନଗୁଡିକରେ ଚଢ଼ାଉ ପରେ ୨୦ କୋଟି ଟଙ୍କା ଟିକସ ଚୋରି, ୨.୧ କୋଟି ଟଙ୍କା ବେଆଇନ ବିଦେଶୀ ଦାନ, ୬୫ କୋଟି ଟଙ୍କା ଜାଲିଆତି, ଜୟପୁର ଭିତ୍ତିକ ଇନଫ୍ରା ଫାର୍ମ ସହିତ ୧୭୫ କୋଟି ଟଙ୍କା ସର୍କୁଲାର କାରବାରର ଦାବି କରିଛି ଆଇଟି ବିଭାଗ ।

Advertisment

ଟ୍ୟାକ୍ସ ଫାଙ୍କି ଅଭିଯୋଗରେ ସୋନୁ ସୁଦଙ୍କ ଘରେ ଏବଂ ତାଙ୍କ କମ୍ପାନୀ ଲିଙ୍କରେ ଥିବା ବିଭିନ୍ନ ସ୍ଥାନରେ ୩ ଦିନ ଧରି ରେଡ୍ କରୁଥିଲା ଆୟକର ଟିମ୍ । ଏହି ସମୟରେ ଟ୍ୟାକ୍ସ ଫାଙ୍କି ନେଇ ବିଭିନ୍ନ ପ୍ରମାଣ ମିଳିଥିବା ଏବଂ ସୋନୁ ସୁଦ୍ ବିଭିନ୍ନ ବେନାମୀ ଲୋକଙ୍କ ଠାରୁ ଲୋନ୍ ମାଧ୍ୟମରେ ଟଙ୍କା ଆଣିଥିବା ବେଳେ ଯାହାର କିଛି ହିସାବ ମିଳୁନଥିବା ଆୟକର ବିଭାଗ ଦାବି କରିଛି । ଏହି ବେନାମୀ ଲୋନ୍ ଜରିଆରେ ଆସିଥିବା ଅର୍ଥକୁ ସେ ନିବେଶ ଏବଂ ସମ୍ପତ୍ତି କିଣାରେ ବ୍ୟବହାର କରିଛନ୍ତି । ତେବେ ଏହି କାରବାର ଫଳରେ ଯେତିକି ଟଙ୍କାର ଟ୍ୟାକ୍ସ ଫାଙ୍କି ହୋଇଛି, ତାର ପରିମାଣ ୨୦ କୋଟିରୁ ଅଧିକ ହେବ । ସେହିଭଳି ସର୍ଚ୍ଚ ବେଳେ ସୋନୁଙ୍କ ଘରୁ ୧ କୋଟି ୮୦ ଲକ୍ଷ ଟଙ୍କାର ନଗଦ କ୍ୟାସ ମିଳିଛି ବୋଲି ଆୟକର ବିଭାଗ ସୂଚନା ଦେଇଛି ।

Advertisment

ଆୟକର ବିଭାଗ ମୁମ୍ବାଇରେ ସୋନୁ ସୁଦଙ୍କ ଘର ଏବଂ ଲକ୍ଷ୍ନୌ ସ୍ଥିତ ରିଏଲ୍ ଇଷ୍ଟେଟ୍ ଗ୍ରୁପ୍‌ରେ ସର୍ଚ୍ଚ ଅପରେସନ କରିଥିଲା । ଦୁଇ ଦିନ ମଧ୍ୟରେ ମୁମ୍ବାଇ, ଲକ୍ଷ୍ନୌ, କାନପୁର, ଜୟପୁର, ଦିଲ୍ଲୀ ଏବଂ ଗୁରୁଗ୍ରାମରେ ମୋଟ ୨୮ ଟି ସ୍ଥାନରେ ଖୋଜାଖୋଜି ସର୍ଚ୍ଚ ଅପରେସନ କରାଯାଇଥିଲା। ଶୁକ୍ରବାର ଦିନ ମଧ୍ୟ ଟିକସ ଚୋରି ମାମଲାରେ ଆୟକର ବିଭାଗ ମୁମ୍ବାଇ, ନାଗପୁର ଏବଂ ଜୟପୁରରେ ଅଭିନେତା ସୋନୁ ସୁଦଙ୍କ ଘରେ ଚଢ଼ାଉ କରିଥିଲା ।

Sonu Sood Income Tax Department
Advertisment
Advertisment