Advertisment

ଯେତେବେଳେ ମୁଁ ଇଣ୍ଡଷ୍ଟ୍ରିରେ ନୂଆ ଥିଲି ଅନୁ ମଲିକ ମୋତେ ଡରଉଥିଲେ; ସୋନୁ ନିଗମ

ଆଜିକାଲି ଅନୁ ମଲିକ ତାଙ୍କ ବ୍ୟବହାର ପାଇଁ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ନିକଟରେ ଏକ ସାକ୍ଷାତକାରରେ ଅନୁ ମଲିକଙ୍କ ବିଷୟରେ କଥାବାର୍ତ୍ତା କରୁଥିବାବେଳେ ସୋନୁ ନିଗମ କହିଥିଲେ ଯେ ତାଙ୍କ କ୍ୟାରିୟରର ପ୍ରଥମ ଦିନରେ ସେ କିପରି ତାଙ୍କୁ ଡରଉଥିଲେ।

author-image
Pramod Behera
sonu nigam reveals anu malik used to bully him in initial days

sonu nigam reveals anu malik used to bully him in initial days

ସଂଗୀତ ଶିଳ୍ପରେ ଅନୁ ମଲିକ ଏକ ଜଣାଶୁଣା ନାଁ। ସେ ରିଆଲିଟି ଶୋ 'ଇଣ୍ଡିଆନ୍ ଆଇଡଲ୍'ର ଜଜ୍ ହୋଇ ଏକ ଘରୋଇ ନାଁ ପାଲଟିଗଲେ। ଏହି ଗାୟକ ଏବଂ କମ୍ପୋଜର କୌଣସି ନା କୌଣସି କାରଣରୁ ପ୍ରତିଦିନ ଚର୍ଚ୍ଚାରେ ରହିଥା’ନ୍ତି।

Advertisment

ଆଜିକାଲି ଅନୁ ମଲିକ ତାଙ୍କ ବ୍ୟବହାର ପାଇଁ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ନିକଟରେ ଏକ ସାକ୍ଷାତକାରରେ ଅନୁ ମଲିକଙ୍କ ବିଷୟରେ କଥାବାର୍ତ୍ତା କରୁଥିବାବେଳେ ସୋନୁ ନିଗମ କହିଥିଲେ ଯେ ତାଙ୍କ କ୍ୟାରିୟରର ପ୍ରଥମ ଦିନରେ ସେ କିପରି ତାଙ୍କୁ ଡରଉଥିଲେ।

ଏକ ସାକ୍ଷାତକାରରେ ସୋନୁ ନିଗମ ଅନୁ ମଲିକଙ୍କ ସହ ତାଙ୍କର ପ୍ରଥମ ସାକ୍ଷାତ ବିଷୟରେ ଉଲ୍ଲେଖ କହିଛନ୍ତି। ସେ କହିଛନ୍ତି ଯେ ଏକ ରିଆଲିଟି ଶୋ’ ବେଳେ ସେ ତାଙ୍କୁ ଭେଟିଥିଲେ। ସେ କହିଛନ୍ତି, “ପ୍ରଥମେ ମୁଁ ତାଙ୍କୁ ଭୟ କରୁଥିଲି। ଯେତେବେଳେ ମୁଁ ଇଣ୍ଡଷ୍ଟ୍ରିରେ ନୂଆ ଥିଲି ସେ ମୋତେ ଡରଉଥିଲେ। ସେ ମୋ ଠାରୁ ବହୁତ ବଡ ଥିଲେ ଏବଂ ତାଙ୍କର ଅନେକ ବର୍ଷର ଅଭିଜ୍ଞତା ଥିଲା, ସେଥିପାଇଁ ସେ ମୋତେ ଡରଉଥିଲେ। ଯେତେବେଳେ ମୁଁ ତାଙ୍କୁ ପ୍ରଥମ ଥର ଭେଟିଲି ସେତେବେଳେ ମୋତେ ମାତ୍ର ୧୪ ବର୍ଷ ହୋଇଥିଲା। ସେ କହିଥିଲେ ଯେ ଯେତେବେଳେ ସେ ବଡ ହେଇଯିବି ତାଙ୍କ ପାଖକୁ ଆସିବି।”

Advertisment

ସୋନୁ ଆହୁରି କହିଛନ୍ତି ଯେ “ଯେତେବେଳେ ମୁଁ ପ୍ରଥମ ଥର ମୁମ୍ବାଇ ଆସିଥିଲି, ସେତେବେଳେ ମୋ ବାପା ଏବଂ ମୁଁ ତାଙ୍କୁ ଭେଟିବାକୁ ଯାଇଥିଲୁ। ପ୍ରଥମେ ସେ ମୋତେ ବହୁତ ଡରଉଥିଲେ, କିନ୍ତୁ ପରେ ଧୀରେ ଧୀରେ ମୁଁ ତାଙ୍କ ସହ କିପରି ମୁକାବିଲା କରିବି ବୁଝିଗଲି। ତୁମେ ଯେତେ ଅଧିକ ଦବିବ, ସେ ସେତେ ଅଧିକ ଦବାଇବେ। ତଥାପି, ମୁଁ ତାଙ୍କଠାରୁ ବହୁତ କିଛି ଶିଖିଥିଲି ଏବଂ ସେ ମୋର ଗୁରୁ।”

ସୋନୁ ନିଗମଙ୍କ ପୂର୍ବରୁ ଭେଟେରାନ ଗାୟକ କୁମାର ସାନୁ ମଧ୍ୟ ଅନୁ ମଲିକଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ। ସେ କହିଥିଲେ, “ଅନୁ ମଲିକ ଟିକେ ଏକଜିଡିଆ ଲୋକ। ସେ କେବେବି କାହାକୁ ଉତ୍ସାହିତ କରନ୍ତି ନାହିଁ। ସେ କେବଳ ନିରାଶ କରନ୍ତି। ସେ କୁହନ୍ତି, 'ଆଜି ତୋ ଗଳାର କ’ଣ ହେଲା, ମଜା ଆସୁ ନାହିଁ।'

ଅରୁଣ ବକ୍ସିଙ୍କ ସମେତ ବଲିଉଡର ବହୁ ଜଣାଶୁଣା ଗାୟକ ଅନୁ ମଲିକଙ୍କ ଉପରେ ଅନୁପଯୁକ୍ତ ବ୍ୟବହାର କରିଥିବା ଅଭିଯୋଗ କରିଛନ୍ତି। ତେବେ ପ୍ରକାଶଥାଉ ଯେ ଏଥର ଅନୁ ମଲିକ ‘ଇଣ୍ଡିଆନ୍ ଆଇଡଲ୍’ର ବିଚାରପତି ତାଲିକାରେ ନାହାନ୍ତି।

Bollywood Sonu Nigam Anu Malik
Advertisment
Advertisment