Advertisment

ବିବାହ କଥା ଶୁଣି ଜଳିଲେ ସୋନାକ୍ଷୀ ସିହ୍ନା; କହିଲେ ଏବେ ବି ମୁଁ ଅବିବାହିତ

ଏବେ 'ହିରାମଣ୍ଡି’ର ପୁରା ଷ୍ଟାର୍ କାଷ୍ଟ୍ 'ଦି ଗ୍ରେଟ୍ ଇଣ୍ଡିଆନ୍ କପିଲ୍ ସୋ'ରେ ନଜର ଆସିଥିଲେ। ଏହି ସମୟରେ କପିଲ ଶର୍ମା ସୋନାକ୍ଷୀ ସିହ୍ନାଙ୍କୁ ବିବାହକୁ ନେଇ ଏକ ପ୍ରଶ୍ନ ପଚାରିଥିଲେ, ଯାହାକୁ ସେ ଏକ ମଜାଳିଆ ଢଙ୍ଗରେ ଉତ୍ତର ଦେଇଥିଲେ।

author-image
Pramod Behera
Sonakshi sinha talks about her marriage

Sonakshi sinha talks about her marriage

ଆଜିକାଲି ସଞ୍ଜୟ ଲୀଲା ଭଂସାଲୀଙ୍କ ୱେବ୍ ସିରିଜ୍ 'ହିରାମଣ୍ଡି: ଦ ଡାଏମଣ୍ଡ୍ ବଜାର' OTT ନେଟ୍‌ଫ୍ଲିକ୍ସରେ ଧମାଲ୍ ସୃଷ୍ଟି କରୁଛି। ଏଥିରେ ମନୀଷା କୋଇରାଲା, ଅଦିତି ରାଓ ହୈଦରୀ, ରୁଚା ଚଡ୍‌ଢା, ସୋନାକ୍ଷୀ ସିହ୍ନା, ସଞ୍ଜୀଦା ଶେଖ ଏବଂ ଶର୍ମିନ୍ ସେହଗଲଙ୍କ ଭଳି ତାରକାମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି।

Advertisment

ଏବେ ଏହି ସିରିଜ୍‌ର ପୁରା ଷ୍ଟାର୍ କାଷ୍ଟ୍ 'ଦି ଗ୍ରେଟ୍ ଇଣ୍ଡିଆନ୍ କପିଲ୍ ସୋ'ରେ ନଜର ଆସିଥିଲେ। ଏହି ସମୟରେ କପିଲ ଶର୍ମା ସୋନାକ୍ଷୀ ସିହ୍ନାଙ୍କୁ ବିବାହକୁ ନେଇ ଏକ ପ୍ରଶ୍ନ ପଚାରିଥିଲେ, ଯାହାକୁ ସେ ଏକ ମଜାଳିଆ ଢଙ୍ଗରେ ଉତ୍ତର ଦେଇଥିଲେ।

କପିଲ ଶର୍ମା ଏହି ଶୋ’ରେ ସୋନାକ୍ଷୀ ସିହ୍ନାଙ୍କୁ କହୁଛନ୍ତି, ଆଲିଆ ଭଟ୍ଟ ବିବାହ କରିଲେଣି, କିୟାରା ଆଡ୍‌ଭାନୀ ବିବାହ କଲେଣି, ଏହା ପରେ ସେ କଥାକୁ ବୁଲେଇ ଦିଅନ୍ତି ଆଉ କୁହନ୍ତି ‘ହିରାମାଣ୍ଡିରେ ଆପଣଙ୍କ ଚରିତ୍ର ଏକ ନକାରାତ୍ମକ ନା ସକାରାତ୍ମକ?' ଏହା ଶୁଣି ସୋନାକ୍ଷୀ ହସି ହସି ବେଦମ ହୋଇଯାଆନ୍ତି।

Advertisment

ଏହା ପରେ ସୋନା‍କ୍ଷୀ କୁହନ୍ତି, 'ଆପଣ କ୍ଷତରେ ଲୁଣ ମିଶାଉଛନ୍ତି। ହିରାମଣ୍ଡି ମଧ୍ୟ ଶେଷ ହୋଇଗଲା କିନ୍ତୁ ମୋର ବିବାହ ହେଲାନି। ଶର୍ମିନ୍ ମଧ୍ୟ ବିବାହ କରିସାରିଲେଣି।’ ଏହା ପରେ ମନୀଷା କୋଇରାଲା କୁହନ୍ତି, 'ରୁଚା ମଧ୍ୟ ବିବାହ କରିସାରିଲେଣି ଏବଂ ବର୍ତ୍ତମାନ ସେ ଗର୍ଭବତୀ ଅଛନ୍ତି।'

ଏହି ଶୋ’ରେ ରୁଚା ଚଡ୍‌ଢା 'ହିରାମଣ୍ଡି: ଦ ଡାଏମଣ୍ଡ୍ ବଜାର' ସୁଟିଂ ପରେ ତାଙ୍କ ବିବାହକୁ ନେଇ କହିଥିଲେ। ସେ କହିଥିଲେ, “ମୋର ଭଲ ଅଭ୍ୟାସ ହୋଇଯାଇଥିଲା। ମୋ କଷ୍ଟ୍ୟୁମ୍‌ର ଓଜନ ୩୦ କିଲୋଗ୍ରାମ ଥିଲା। ତା’ପରେ ଯେତେବେଳେ ମୁଁ ବିବାହ ପୋଷାକ ପିନ୍ଧିଥିଲି, ଏହାର ଆଦୌ ଓଜନ ନ ଥିଲା। ଆରାମରେ ନାଚ, ଡିଅଁ ଗାଅ କିଛି ବି ଫରକ ପଡିବନି।”

ପ୍ରକାଶଥାଉ ଯେ ଶର୍ମିନ ସେହଗଲ ଗତ ବର୍ଷ ନଭେମ୍ବର ମାସରେ ଅମାନ ମେହେଟ୍ଟାଙ୍କୁ ବିବାହ କରିଥିଲେ। ଶର୍ମିନ ହେଉଛନ୍ତି ସଞ୍ଜୟ ଲୀଲା ଭଂସାଲୀଙ୍କ ଭାଣିଜୀ ଏବଂ ସେ 'ହିରାମଣ୍ଡି'ରେ ମଲ୍ଲିକାଜାନଙ୍କ ଝିଅ ଆଲମଜେବ ଭୂମିକାରେ ଅଭିନୟ କରିଛନ୍ତି।

ସେହିପରି ରୁଆ ଚଡ୍‌ଢା ୨୦୨୨ ମସିହାରେ ତାଙ୍କ ପ୍ରେମିକ ଅଲି ଫଜଲଙ୍କୁ ବିବାହ କରିଥିଲେ। ଆଜିକାଲି ସେ ତାଙ୍କ ପ୍ରେଗ୍ନେସୀକୁ ଖୁବ୍ ଉପଭୋଗ କରୁଛନ୍ତି। ଫେବୃଆରୀ ୨୦୨୪ରେ ଅଲି ଏବଂ ରିଚା କହିଥିଲେ ଯେ ସେମାନେ ବାପାମାଆ ହେବାକୁ ଯାଉଛନ୍ତି। ଏହି ଯୋଡି ସେମାନଙ୍କର ପ୍ରଥମ ସନ୍ତାନକୁ ଖୁବ ଶୀଘ୍ର ସ୍ୱାଗତ କରିବେ।

Kapil Sharma Bollywood Sonakshi Sinha
Advertisment
Advertisment