Advertisment

ବିବାହ ପରେ ଲାଗିଲା ପ୍ରଥମ ଝଟ୍‌କା; ସୋନାକ୍ଷୀଙ୍କ ସ୍ଥାନରେ ମୃଣାଳ ଠାକୁର୍

ଜହୀର ଏବଂ ସୋନାକ୍ଷୀ ବର୍ତ୍ତମାନ ନିଜ ବୈବାହୀକ ଜୀବନକୁ ଉପଭୋଗ କରୁଥିବା ବେଳେ ଟ୍ରୋଲ୍‌ର ଶିକାର ହେଉଛନ୍ତି। ସେମାନଙ୍କ ବିବାହକୁ 'ଲଭ୍ ଜିହାଦ୍' ବୋଲି କହି ଲୋକେ ଟ୍ରୋଲ୍‌ କରୁଛନ୍ତି। ତେବେ ସୋନାକ୍ଷୀ କିମ୍ବା ଜହୀର କେହି ବି ଟ୍ରୋଲ୍‌ ଉପରେ କୌଣସି ପ୍ରତିକ୍ରିୟା ଦେଇନାହାଁନ୍ତି।

ଅଦ୍ୟତନ ହୋଇଛି
Sonakshi sinha out from 2012 sequel son of sardar

Sonakshi sinha out from 2012 sequel son of sardar

Advertisment

ସୋନାକ୍ଷୀ ସିହ୍ନା 'ହିରାମଣ୍ଡି: ଦ ଡାଏମଣ୍ଡ୍ ବାଜାର'ର ସଫଳତାକୁ ଉପଭୋଗ କରିବା ପରେ ଦୀର୍ଘ ଦିନର ପ୍ରେମିକ ଜହୀର ଇକ୍‌ବାଲଙ୍କୁ ବିବାହ କରିଛନ୍ତି। ଉଭୟ ବର୍ତ୍ତମାନ ନିଜ ବୈବାହୀକ ଜୀବନକୁ ଉପଭୋଗ କରୁଥିବା ବେଳେ ଟ୍ରୋଲ୍‌ର ଶିକାର ହେଉଛନ୍ତି। ଜହୀର ଏବଂ ସୋନାକ୍ଷୀଙ୍କ ବିବାହକୁ 'ଲଭ୍ ଜିହାଦ୍' ବୋଲି କହି ଲୋକେ ଟ୍ରୋଲ୍‌ କରୁଛନ୍ତି। ତେବେ ସୋନାକ୍ଷୀ କିମ୍ବା ଜହୀର କେହି ବି ଟ୍ରୋଲ୍‌ ଉପରେ କୌଣସି ପ୍ରତିକ୍ରିୟା ଦେଇନାହାଁନ୍ତି।

Advertisment

ବିବାହକୁ ନେଇ ସୋନାକ୍ଷୀ ଖୁସି ଥିବାବେଳେ, ଏସବୁ ମଧ୍ୟରେ ସେ ୨୦୧୨ର ଏକ ସୁପରହିଟ୍ ଫିଲ୍ମ ହରାଇଛନ୍ତି। ଏହି ଫିଲ୍ମର ପ୍ରଥମ ଭାଗରେ ସୋନାକ୍ଷୀଙ୍କ ସହ ଅଜୟ ଦେବଗନ୍, ଜୁହି ଚାୱଲା ଏବଂ ସଞ୍ଜୟ ଦତ୍ତ ଥିଲେ।

୨୦୧୨ରେ ଆସିଥିବା ଫିଲ୍ମ 'ସନ୍ ଅଫ୍‌ ସର୍ଦ୍ଦାର'ରେ ଅଜୟ ଦେବଗନ୍ ଏବଂ ସୋନାକ୍ଷୀ ସିହ୍ନା ଯୋଡି ହୋଇଥିଲେ। ଯଦିଓ ଏହା ସମାଲୋଚକମାନଙ୍କ ଠାରୁ ଭଲ ସମୀକ୍ଷା ଗ୍ରହଣ କରି ନଥିଲା, ତଥାପି ଏହା ବିଶ୍ୱ ବକ୍ସ ଅଫିସରେ ୧୬୧.୪୮ କୋଟି ଟଙ୍କା ସଂଗ୍ରହ କରିଥିଲା। ବର୍ତ୍ତମାନ ଏହାର ସିକ୍ୱେଲ୍‌ ଘୋଷଣା କରାଯାଇଛି। ଏହି ଆକ୍ସନ୍ କମେଡିରେ ଅଜୟ ଏବଂ ସଞ୍ଜୟ ଦତ୍ତଙ୍କ ଚରିତ୍ର ଜସ୍ସୀ ଏବଂ ବିଲ୍ଲୀ ଥିବାବେଳେ ଉଭୟଙ୍କ ମଧ୍ୟରେ ଦମଦାର ଫାଇଟ୍ ଦେଖିବାକୁ ମିଳିଥିଲା।

Advertisment

ଅଧିକ ପଢ଼ନ୍ତୁ: ମୁଁ ଜଣେ ହାର୍ଡକୋର ରୋମାଣ୍ଟିକ୍‌, ପ୍ରେମ ପାଇଁ ଶେଷ ପର୍ଯ୍ୟନ୍ତ ଲଢିବି; ମଲାଇକା

ଜସ୍ସୀ ଏବଂ ବିଲ୍ଲୀଙ୍କ ଯୋଡି ପୁଣିଥରେ 'ସର୍ଦ୍ଦାର ୨' ରେ ମୁହାଁମୁହିଁ ହେବେ। ଏହି ଫିଲ୍ମର ସୁଟ୍ ଆରମ୍ଭ ହୋଇଯାଇଛି। କିନ୍ତୁ ଏହା ସୋନାକ୍ଷୀଙ୍କ ପାଇଁ ଦୁଃଖର କଥା ଯେ ସେ ଏହାର ଅଂଶ ହେଉ ନାହାନ୍ତି। ତାଙ୍କ ସ୍ଥାନରେ ମୃଣାଳ ଠାକୁରଙ୍କୁ ଏହି ଫିଲ୍ମରେ ରଖାଯାଇଛି। ରିପୋର୍ଟ ଅନୁଯାୟୀ ଅଜୟ ଦେବଗନଙ୍କ ସହ ସଞ୍ଜୟ ଦତ୍ତ ମଧ୍ୟ 'ସନ୍ ଅଫ୍ ସର୍ଦ୍ଦାର'ର ସିକ୍ୱେଲ ପାଇଁ କାମ କରିବେ। ଏଥିରେ ଏକ ସମ୍ପୂର୍ଣ୍ଣ ନୂଆ କାହାଣୀ ଦେଖିବାକୁ ମିଳିବ।

Advertisment

ଏହାର ପ୍ରଥମ ସିକ୍ୱେଲ୍‌ରେ ଉଭୟଙ୍କ ତେରୀମେରୀକୁ ଖୁବ ପସନ୍ଦ କରାଯାଇଥିଲା। ଏଥର ଉଭୟଙ୍କ ମଧ୍ୟରେ ଅଧିକ ଝଗଡା ହେବା ଦେଖିବାକୁ ମିଳିବ। ସଞ୍ଜୟ ଦତ୍ତଙ୍କୁ ଏଥିରେ ଭିଲେନ୍ ଭୂମିକାରେ ଦେଖିବାକୁ ମିଳିବ। ଅଜୟ ଦେବଗନ୍, ସଞ୍ଜୟ ଦତ୍ତ ଏବଂ ମୃଣାଳ ଠାକୁର ସ୍କଟଲ୍ୟାଣ୍ଡରେ ୫୦ ଦିନିଆ ସେଡ୍ୟୁଲ୍ ଆରମ୍ଭ କରିବେ। ଗ୍ଲେନ୍‌କୋ ଏବଂ ଗ୍ଲେନ୍‌ଫିନନ୍ ଭଳି ସହରରେ ଏହାର ଆକ୍ସନ୍-ଡ୍ରାମା ସୁଟିଂ ହେବ।

ରିପୋର୍ଟ ଅନୁଯାୟୀ, ସ୍କଟ୍‌ଲ୍ୟାଣ୍ଡର କ୍ୟୁଲୋସ୍ ପ୍ୟାଲେସ୍, ଡୋନ୍ ଦୁର୍ଗ, ପ୍ରେଷ୍ଟନ୍ ମିଲ୍ ଏବଂ ଫାଙ୍କ୍‌ଲ୍ୟାଣ୍ଡ ପ୍ୟାଲେସ୍ ଭଳି ସୁନ୍ଦର ସ୍ଥାନରେ 'ସନ୍‌ ଅଫ୍ ସର୍ଦ୍ଦାର ୨' ମଧ୍ୟ ସୁଟିଂ କରାଯିବ। ଅଜୟ ଦେବଗନ୍ ଏବଂ ମୃଣାଳ ଠାକୁରଙ୍କ ଉପରେ ସୁଟିଂ ହେବାକୁ ଥିବା ରୋମାଣ୍ଟିକ୍ ଗୀତଗୁଡ଼ିକ ମଧ୍ୟ ଏହି ଦେଶରେ ସୁଟିଂ କରାଯିବ।

ଅଧିକ ପଢ଼ନ୍ତୁ: ଜୁହୀ କହିଲେ ଶାହରୁଖଙ୍କ ଦୁର୍ଦ୍ଦିନର କଥା, EMI ନ ଦେଇପାରିବାରୁ ଚାଲିଯାଇଥିଲା ଏହି କାର୍

Sanjay Dutt Ajay Devgn Bollywood Sonakshi Sinha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ