Advertisment

Kantara Chapter 2: ବିପଦରେ 'କାନ୍ତାରା: ଚାପ୍ଟର ୧'ର ଟିମ୍; ଓଲଟିଲା ଷ୍ଟାର୍‌-କାଷ୍ଟ୍‌ରେ ଭରା ମିନି ବସ୍

ଆସିଲା 'କାନ୍ତାରା: ଚାପ୍ଟର ୧'କୁ ନେଇ ଦୁଃଖ ଖବର। ଫିଲ୍ମ ଷ୍ଟାର୍‌ମାନଙ୍କୁ ନେଇ ଯାଉଥିବା ଏକ ମିନି ବସ୍ ଓଲଟି ପଡ଼ିଛି। ଏଥିରେ ଫିଲ୍ମର ୨୦ ଜଣ କଳାକାର ଥିଲେ, ସେଥିମଧ୍ୟରୁ ୬ଜଣ ଜୁନିଅର ଅଭିନେତା ଆହତ ହୋଇଛନ୍ତି।

ଅଦ୍ୟତନ ହୋଇଛି
Six junior artists of kannada blockbuster film kantara injured in accident

Six junior artists of kannada blockbuster film kantara injured in accident

Advertisment

ସାଉଥ୍ ଫିଲ୍ମ 'କାନ୍ତାରା: ଚାପ୍ଟର ୧'କୁ ନେଇ ଏବେ ସମସ୍ତଙ୍କ ମନରେ ଉତ୍ସାହ ଥିବାବେଳେ ଏହାରି ଭିତରେ ଏକ ଖରାପ ଖବର ଆସିଛି। ଏହି ଖବର ଶୁଣିବା ପରେ ଫିଲ୍ମକୁ ଉତ୍ସାହର ସହିତ ଅପେକ୍ଷା କରିଥିବା ଲୋକଙ୍କ ମନରେ ନିଶ୍ଚିତ ଦୁଃଖ ଆସିବ।

Advertisment

ସୂଚନା ମୁତାବକ ଫିଲ୍ମ ଷ୍ଟାର୍‌ମାନଙ୍କୁ ନେଇ ଯାଉଥିବା ଏକ ମିନି ବସ୍ ଓଲଟି ପଡିଛି। ଏଥିରେ ଫିଲ୍ମର ୨୦ ଜଣ କଳାକାର ଥିଲେ, ସେଥିମଧ୍ୟରୁ ୬ଜଣ ଜୁନିଅର ଅଭିନେତା ଆହତ ହୋଇଛନ୍ତି।

ଅଧିକ ପଢ଼ନ୍ତୁ: 'ପୁଷ୍ପା ୨' ଟ୍ରେଲର ଲଞ୍ଚ୍‌ ବେଳେ ପାଟନାବାସୀଙ୍କୁ କ୍ଷମା ମାଗିଲେ ଅଲ୍ଲୁ ଅର୍ଜୁନ

Advertisment

ନ୍ୟୁଜ୍ ଏଜେନ୍ସି ପିଟିଆଇ ଅନୁଯାୟୀ ସୋମବାର ପୋଲିସ କହିଛି ଯେ ଏହି ଦୁର୍ଘଟଣାରେ କନ୍ନଡ ବ୍ଲକବଷ୍ଟର ଫିଲ୍ମ 'କାନ୍ତାରା'ର ପ୍ରିକ୍ୱେଲର ୬ ଜଣ ଜୁନିଅର ଅଭିନେତା ଆହତ ହୋଇଛନ୍ତି। ସେମାନେ ଗୋଟିଏ ବସ୍‌ରେ ଯାତ୍ରା କରୁଥିଲେ ଯାହା ଓଲଟି ପଡିଥିଲା।

Advertisment


ରବିବାର ରାତିରେ ଦୁର୍ଘଟଣା:

ପୋଲିସର ସୂଚନାନୁସାରେ, ରବିବାର ରାତିରେ ଜଡକାଲ ନିକଟରେ ଏହି ଦୁର୍ଘଟଣା ଘଟିଛି। ଫିଲ୍ମ ଟିମ୍ ଯେଉଁ ମିନି ବସ୍‌ରେ ଯାତ୍ରା କରୁଥିଲା ହଠାତ୍ ଓଲଟି ପଡିଥିଲା। ଜଣେ ପୋଲିସ ଅଧିକାରୀ କହିଛନ୍ତି, “ସେମାନେ ଜଡକାଲର ମୁଦୂର ଠାରେ ସୁଟିଂ ଶେଷ କରିବା ପରେ କୋଲୁରକୁ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ମିନି ବସ୍ ରେ ୨୦ ଜୁନିଅର କଳାକାର ଥିଲେ। ଏହି ଦୁର୍ଘଟଣାରେ ୬ ଜଣ ଜୁନିଅର କଳାକାର ଗୁରୁତର ଆହତ ହୋଇଛନ୍ତି।”


ଚିକିତ୍ସା ଚାଲିଛି:

ଏହି ଦୁର୍ଘଟଣାରେ ଆହତ କଳାକାରମାନଙ୍କୁ ଚିକିତ୍ସା ପାଇଁ ଜଡକାଲ ଏବଂ କୁନ୍ଦାପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। କୋଲ୍ଲୁର ପୋଲିସ ଏହି ଘଟଣାର ତଦନ୍ତ କରୁଛି।

ଅଧିକ ପଢ଼ନ୍ତୁ: ମେହେନ୍ଦୀ ରଙ୍ଗର ଶାଢିକୁ ମୋତି ଗଳାହାର, ଆକର୍ଷଣୀୟ ଲୁକ୍‌ରେ ରଶ୍ମିକା ମନ୍ଦାନା

'କାନ୍ତାରା' ଥିଲା ବ୍ଲକବଷ୍ଟର:

ଋଷଭ ଶେଟ୍ଟୀ ନିକଟରେ 'କାନ୍ତାରା: ଚାପ୍ଟର ୧'ର ରିଲିଜ୍ ତାରିଖ ଘୋଷଣା କରିଥିଲେ। ଏହି ଫିଲ୍ମଟି ୦୨ ଅକ୍ଟୋବର ୨୦୨୫ରେ ରିଲିଜ ହେବାର କାର୍ଯ୍ୟକ୍ରମ ରହିଛି। ୨୦୨୨ ମସିହାରେ ଋଷଭ ଶେଟ୍ଟୀଙ୍କ ଫିଲ୍ମ 'କାନ୍ତାରା' ମୁକ୍ତିଲାଭ କରିଥିଲା ​​ଏବଂ ବକ୍ସ ଅଫିସରେ ଏହା ବ୍ଲକବଷ୍ଟର ବୋଲି ପ୍ରମାଣିତ ହୋଇଥିଲା। ଫିଲ୍ମ ହିଟ୍ ହେବା ପରେ ହିଁ ଋଷଭ ଏହାର ସିକ୍ୱେଲ୍ ଘୋଷଣା କରିଥିଲେ। ଏହା ବାସ୍ତବରେ ଫିଲ୍ମର ଏକ ପ୍ରିକ୍ୱେଲ୍ ହେବ।


ଟିଜର୍‌ରେ ଋଷଭ ଶେଟ୍ଟୀଙ୍କ ଭିନ୍ନ ଲୁକ୍:

କିଛିଦିନ ପୂର୍ବ ଫିଲ୍ମର ଏକ ଟିଜର୍ ରିଲିଜ୍ ହୋଇଥିଲା। ଟିଜର୍‌ରୁ ଫିଲ୍ମ ଅତ୍ୟନ୍ତ ରୋମାଞ୍ଚକର ଏବଂ ସ୍ୱତନ୍ତ୍ର ହେବ ବୋଲି ଅନୁମାନ କରାଯାଉଛି। ଟିଜରରେ ଅଭିନେତା-ନିର୍ଦ୍ଦେଶକ ଋଷଭ ଶେଟ୍ଟୀଙ୍କ ଏକ ଭିନ୍ନ ଲୁକ୍ ଦେଖାଯାଇଛି। କିନ୍ତୁ ଏହି ଟିଜରକୁ ଦେଖିଲେ କୁହାଯାଇପାରେ ଯେ ଫିଲ୍ମ କେଜିଏଫ ଏବଂ ବାହୁବଲୀ ଭଳି ଫିଲ୍ମକୁ ଏହା କଡ଼ା ଟକ୍କର ଦେଇପାରେ। ଏହି ଟିଜର ଦର୍ଶକଙ୍କୁ ଋଷଭ ଶେଟ୍ଟୀଙ୍କ ରହସ୍ୟ ଏବଂ ରୋମାଞ୍ଚ ସହିତ ପରିଚିତ କରାଏ।

ଟିଜର ଏକ ନିଆରା ସ୍ପର୍ଶ ସହିତ ଶେଷ ହେଉଛି – ସଂଗୀତର ଭିନ୍ନ ଭିନ୍ନ ସାତୋଟି ରାଗ ସେହି ସାତଟି ଭାଷା ମଧ୍ୟରୁ ସବୁର ପ୍ରତିନିଧିତ୍ୱ କରେ ଯେଉଁଥିରେ 'କାନ୍ତାରା: ଚାପ୍ଟର ୧' ରିଲିଜ୍ ହେବ। ଆସନ୍ତା ବର୍ଷ 'କନ୍ତାରା: ଚାପ୍ଟର ୧' ରିଲିଜ୍ ହେବାର ଖବର ଅଛି, ଯାହା ସାତୋଟି ଭାଷାରେ ଦର୍ଶକଙ୍କୁ ଆକର୍ଷିତ କରିବ।

ବଲିଉଡ୍‌କୁ ନେଇ ଋଷଭଙ୍କ ମତ:

ତେବେ କିଛିଦିନ ପୂର୍ବରୁ ବଲିଉଡ୍‌କୁ ନେଇ ଋଷଭ ଏକ ନକରାତ୍ମକ ପ୍ରତିକ୍ରିୟା ଦେଇଥିଲେ। ଯେତେବେଳେ ଋଷଭଙ୍କୁ ପଚରାଯାଇଥିଲା ଯେ ଆଜିକାଲି କାହିଁକି ବଲିଉଡ୍‌ ଫିଲ୍ମ ସାଉଥ୍ ଫିଲ୍ମ ଅପେକ୍ଷା ଭଲ ପ୍ରଦର୍ଶନ କରୁନାହିଁ? ଏହାର ଉତ୍ତରରେ ସେ କହିଥିଲେ ଯେ “ବଲିଉଡ୍‌ ଫିଲ୍ମରେ ପାଶ୍ଚାତ୍ୟ ସଂସ୍କୃତିର ବହୁତ ପ୍ରଭାବ ରହିଛି। ଚଳଚ୍ଚିତ୍ର ନିର୍ମାତାମାନେ ଭାରତରେ ହଲିଉଡ୍‌ କିମ୍ବା ଅନ୍ୟାନ୍ୟ ବିଷୟବସ୍ତୁ ଦେଖାଇବାକୁ ଚେଷ୍ଟା କରୁଛନ୍ତି, ଯାହା ହୁଏତ ଲୋକଙ୍କୁ ସଂଯୋଗ କରିପାରୁ ନାହିଁ।”

ସେ ଆହୁରି କହିଥିଲେଯେ “ଏମିତିରେ ତ OTTରେ ବିଭିନ୍ନ ପ୍ରକାରର କଣ୍ଟେଣ୍ଟ୍ ଦେଖିବାକୁ ମିଳୁଛି। ଏଭଳି ପରିସ୍ଥିତିରେ ଆଞ୍ଚଳିକ ବିଷୟବସ୍ତୁ ପାଇଁ କୌଣସି ମାଧ୍ୟମ ନାହିଁ। ଆଞ୍ଚଳିକ ସ୍ତରରେ ଅନେକ କାହାଣୀ ଅଛି, ଯାହା ପ୍ରଭାବିତ କରିଥାଏ। ଚଳଚ୍ଚିତ୍ର ନିର୍ମାତାମାନେ ହିଁ ସେସବୁକୁ ଦେଖାଇ ପାରିବେ।”

ଅଧିକ ପଢ଼ନ୍ତୁ: 'ପୁଷ୍ପା-୨' ଫିଲ୍ମ ‘କିସ୍ ଇକ୍’ ଗୀତର ଟିଜର୍ ରିଲିଜ୍; 'ଓ ଆଣ୍ଟାୱା'କୁ ଦେବ ମାତ୍

South Indian Films
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ