Advertisment

Entertainment : ପ୍ରଥମ ଦିନରେ କିଏ ମାରିଲା ବାଜି… 'ସିଙ୍ଘମ ଏଗେନ୍' ନା 'ଭୁଲ୍ ଭୁଲୈୟା ୩'

ନଭେମ୍ବର ୦୧ରେ ଉଭୟ ଫିଲ୍ମ ବକ୍ସ ଅଫିସରେ 'ସିଙ୍ଘମ ଏଗେନ୍' ଏବଂ 'ଭୁଲ୍ ଭୁଲୈୟା ୩' ରିଲିଜ୍‌ ହୋଇଛି। ଉଭୟ ଫିଲ୍ମର ଦମଦାର ପ୍ରଶଂସକ ଅଛନ୍ତି। ତେବେ କେଉଁ ଫିଲ୍ମ ପ୍ରଥମ ଦିନ ଅଧିକ ରୋଜଗାର କରିଛି ? କିଏ କାହା ଉପରେ ଭାରି ପଡିଛି ? ଆସନ୍ତୁ ଜାଣିବା…

author-image
Pramod Behera
ଅଦ୍ୟତନ ହୋଇଛି
Singham again bhool bhulaiyaa 3 first day box office collection

Singham again bhool bhulaiyaa 3 first day box office collection

ଦୀପାବଳି ଅବସରରେ ବକ୍ସ ଅଫିସରେ ଦୁଇଟି ବଲିଉଡ୍‌ ଫିଲ୍ମ ରିଲିଜ୍‌ ହୋଇଛି। ଉଭୟ ସୁପର୍‌ହିଟ୍ ଫିଲ୍ମର ଫ୍ରାଞ୍ଚାଇଜ୍। ପ୍ରଥମ ଫିଲ୍ମ ପରଠାରୁ ପ୍ରଶଂସକଙ୍କ ମଧ୍ୟରେ ଉଭୟ ଫିଲ୍ମକୁ ନେଇ କ୍ରେଜ୍ ରହିଛି। ଆପଣ ଜାଣିପାରୁଥିବେ ଏଠାରେ 'ସିଙ୍ଘମ ଏଗେନ୍' ଏବଂ 'ଭୁଲ୍ ଭୁଲୈୟା ୩' ବିଷୟରେ କୁହାଯାଉଛି। ନଭେମ୍ବର ୦୧ରେ ଉଭୟ ଫିଲ୍ମ ବକ୍ସ ଅଫିସରେ ରିଲିଜ୍‌ ହୋଇଛି।

Advertisment

'ସିଙ୍ଘମ ଏଗେନ୍' ହେଉଛି ଅଜୟ ଦେବଗନ୍, ଅକ୍ଷୟ କୁମାର, ରଣବୀର ସିଂହ, କରୀନା କପୁର ଖାନ୍, ଦୀପିକା ପାଦୁକୋନ୍, ଅର୍ଜୁନ କପୁର ଏବଂ ଟାଇଗର ଶ୍ରଫ୍ ଅଭିନୀତ ଏକ ମଲ୍ଟି ଷ୍ଟାର୍ ଆକ୍ସନ୍ ଫିଲ୍ମ। କେବଳ ଏତିକି ନୁହେଁ ଫିଲ୍ମରେ ସଲମାନ ଖାନଙ୍କ ଏକ କେମିଓ ମଧ୍ୟ ରହିଛି।

Advertisment

ସେହିପରି, 'ଭୁଲ୍ ଭୁଲୈୟା ୩'ରେ କାର୍ତ୍ତିକ ଆର୍ଯ୍ୟନ୍, ମାଧୁରୀ ଦୀକ୍ଷିତ, ବିଦ୍ୟା ବାଲାନ୍ ଏବଂ ତୃପ୍ତି ଡିମିରିଙ୍କ ଅଭିନୟ ଦେଖିବାକୁ ମିଳେ। ଉଭୟ ଫିଲ୍ମର ଦମଦାର ପ୍ରଶଂସକ ଅଛନ୍ତି। ତେବେ କେଉଁ ଫିଲ୍ମ ପ୍ରଥମ ଦିନ ଅଧିକ ରୋଜଗାର କରିଛି ? କିଏ କାହା ଉପରେ ଭାରି ପଡିଛି ? ଆସନ୍ତୁ ଜାଣିବା…

ରୋହିତ ଶେଟ୍ଟୀଙ୍କ ନିର୍ଦ୍ଦେଶନାରେ ନିର୍ମିତ କପ୍‌ ୟୁନିଭର୍ସ 'ସିଙ୍ଘମ୍ ଏଗେନ୍' ସମାଲୋଚକଙ୍କ ଠାରୁ ମିଶ୍ରିତ ପ୍ରତିକ୍ରିୟା ପାଉଛି। ତଥାପି ଏହା ପ୍ରଥମ ଦିନରେ ଖୁବ ଭଲ ରୋଜଗାର କରିଛି। ଏହା ହେଉଛି ସିଙ୍ଘମ୍ ସିରିଜର ତୃତୀୟ ଫିଲ୍ମ ଏବଂ କପ୍ ୟୁନିଭର୍ସର ପଞ୍ଚମ ଫିଲ୍ମ।

'ସିଙ୍ଘମ୍ ଏଗେନ୍' ବକ୍ସ ଅଫିସରେ ଏକ ଦମଦାର ଓପେନିଂ କରିଛି। ସ୍ୟାକ୍‌ନିଲ୍​ ରିପୋର୍ଟ ଅନୁଯାୟୀ, ଏହା ଭାରତର ମସ୍ତ ଭାଷାରେ ପ୍ରାୟ ୪୩.୫୦ କୋଟି ଟଙ୍କା ଆୟ କରିଛି। ଦର୍ଶକମାନେ ଏହି ଆକ୍ସନ୍ ଫିଲ୍ମକୁ ବହୁତ ପସନ୍ଦ ମଧ୍ୟ କରୁଛନ୍ତି।

ବକ୍ସ ଅଫିସରେ କାର୍ତ୍ତିକ ଆର୍ଯ୍ୟନଙ୍କ ଅଭିନୀତ 'ଭୁଲ୍‌ ଭୁଲୈୟା ୩' ସହିତ 'ସିଙ୍ଘମ୍ ଏଗେନ୍'ର ସଂଘର୍ଷ ଚାଲିଛି। ରିଲିଜ୍ ପୂର୍ବରୁ ମଧ୍ୟ ଉଭୟ ଫିଲ୍ମ ପାଇଁ ସମାନ ସଂଖ୍ୟକ ପ୍ରେକ୍ଷାଳୟର ଚାହିଦା ରହିଥିଲା। ଅନେକ ଲୋକ କହିଥିଲେ ଯେ 'ଭୁଲ୍ ଭୁଲୈୟା ୩'କୁ କମ୍ ପ୍ରେକ୍ଷାଳୟ ମିଳିଛି।

କାର୍ତ୍ତିକ ଆର୍ଯ୍ୟନ୍, ବିଦ୍ୟା ବାଲାନ୍ ଏବଂ ମାଧୁରୀ ଦୀକ୍ଷିତଙ୍କ ଅଭିନୀତ 'ଭୁଲ୍ ଭୁଲୈୟା ୩' ଆଡ୍‌ଭାନ୍ସ ବୁକିଂରେ ୧୬ କୋଟି ଟଙ୍କା ରୋଜଗାର କରିଥିଲା। ସ୍ୟାକ୍‌ନିଲ୍ ରିପୋର୍ଟ ଅନୁଯାୟୀ, ଏହି ଫିଲ୍ମ ପ୍ରଥମ ଦିନରେ ୩୫.୫୦ କୋଟି ଟଙ୍କା ରୋଜଗାର କରିଛି।

ତେବେ 'ସିଙ୍ଘମ୍ ଏଗେନ୍' ତୁଳନାରେ 'ଭୁଲ୍ ଭୁଲୈୟା ୩'କୁ ଦିଲ୍ଲୀ ଏନ୍‌ସିଆର ଏବଂ କୋଲକାତାରେ କମ୍ ସ୍କ୍ରିନ୍ ମିଳିଛି, ଯେଉଁଥିପାଇଁ ଫିଲ୍ମର ପ୍ରଦର୍ଶନ ସାମାନ୍ୟ କମ୍ ରହିଛି। ତେବେ ସମାଲୋଚକମାନେ ଏହାକୁ ମିଶ୍ରିତ ସମୀକ୍ଷା ମଧ୍ୟ ଦେଇଛନ୍ତି।

ତେବେ ଏହି ଦୁଇ ଫିଲ୍ମ ବ୍ୟତୀତ ଏକ ପାନ ଇଣ୍ଡିଆ ଫିଲ୍ମ 'ଅମରନ' ମଧ୍ୟ ରିଲିଜ ହୋଇଛି ଯାହା ତାମିଲ ଏବଂ ତେଲୁଗୁ ବକ୍ସ ଅଫିସ୍‌ରେ ତରଙ୍ଗ ସୃଷ୍ଟି କରୁଛି।

Ajay Devgn Bollywood Kartik Aaryan
Advertisment
Advertisment