/odishatv-khabar/media/post_attachments/uploadimage/library/16_9/16_9_0/IMAGE_1687412125.jpg)
Honey Singh
ବଲିଉଡ୍ର ଫେମସ୍ ଗାୟକ ତଥା ରାପର୍ ହନି ସିଂଙ୍କୁ ହତ୍ୟା ଧମକ ମିଳିଛି । ଏନେଇ ହନି ସିଂ ଦିଲ୍ଲୀ ପୋଲିସ ନିକଟରେ ଅଭିଯୋଗ କରିଛନ୍ତି । ତାଙ୍କ କହିବାନୁଯାୟୀ ୧୯ ଜୁନ୍ରେ ତାଙ୍କ ମ୍ୟାନେଜର୍ ଛାବ୍ରାଙ୍କୁ କାନାଡ଼ାରେ ରହୁଥିବା ଗ୍ୟାଙ୍ଗଷ୍ଟାର୍ ଗୋଲ୍ଡି ବ୍ରାର୍ଙ୍କ କଲ୍ ଆସିଥିଲା । କଲ୍ କରିଥିବା ବ୍ୟକ୍ତି ଜଣକ ନିଜକୁ ଗୋଲ୍ଡି ବ୍ରାର୍ ବୋଲି କହିବା ସହ ହନି ସିଂଙ୍କୁ ମାରିଦେବାକୁ ଧମକ ଦେଇଥିଲେ । ଏହାସହ ୫୦ ଲକ୍ଷ ଟଙ୍କା ମଧ୍ୟ ମାଗିଥିଲେ ।
ଗାୟକ ହନି ସିଂଙ୍କୁ ଜୀବନରୁ ମାରି ଦେବାକୁ ଧମକ । କାନାଡ଼ାର ଗ୍ୟାଙ୍ଗଷ୍ଟାର୍ ଗୋଲ୍ଡି ବ୍ରାର୍ ତାଙ୍କୁ ହତ୍ୟା ଧମକ ଦେଇଥିବା ସେ ଦିଲ୍ଲୀ ପୋଲିସ ଆଗରେ ଅଭିଯୋଗ କରିଛନ୍ତି । ଗୋଲ୍ଡି ବ୍ରାର୍ ତାଙ୍କୁ ଜୀବନରୁ ମାରିଦେବା ସହ ୫୦ ଲକ୍ଷ ଟଙ୍କା ମାଗିଥିବା କଥା ବି କହିଛନ୍ତି । ଏହାଛଡ଼ା ତାଙ୍କୁ ବିଦେଶରୁ ଅନେକ ଧମକପୂର୍ଣ୍ଣ କଲ୍ ଆସୁଥିବା କଥା ମଧ୍ୟ କହିଛନ୍ତି । ଅଭିଯୋଗ ପରେ ଦିଲ୍ଲୀ ପୋଲିସ ଆଇପିସି ଧାରା ୩୮୭ ଓ ୫୦୬ ଆଧାରରେ ମାମଲା ରୁଜୁ କରିଛି ।
ହନି ସିଂ ତାଙ୍କ ମ୍ୟାନେଜର୍ ସାଂସଦ ପ୍ରବେଶ ଶର୍ମାଙ୍କ ସହ ଦିଲ୍ଲୀ ପୋଲିସ କମିଶନର ସଞ୍ଜୟ ଆରୋରା ଏବଂ ସ୍ପେଶାଲ ସେଲ୍ର ସ୍ୱତନ୍ତ୍ର କମିଶନର ଏଚ୍.ଜି.ଏସ୍ ଧାଲିୱାଲ୍ଙ୍କୁ ଦେଖା କରି ଅଭିଯୋଗ କରିଥିଲେ । ଏନେଇ ହନି ସିଂ ଅତ୍ୟଧିକ ଭୟଭୀତ ଥିବାର ସୂଚନା ମିଳିଛି । ସେ କହିଛନ୍ତି ଯେ ସେ ଏବଂ ତାଙ୍କ ପରିବାର ମୃତ୍ୟୁର ଭୟ ରହିଛି । ପୋଲିସ ପ୍ରଶାସନ ସେମାନଙ୍କୁ ସାହାଯ୍ୟ କରିବା ଏବଂ ସେମାନଙ୍କୁ ଉତ୍ତମ ସୁରକ୍ଷା ଦେବା ଉଚିତ୍ ।
ନିକଟରେ ପଞ୍ଜାବର ସିଦ୍ଧୁ ମୁସେୱାଲାଙ୍କୁ ମଧ୍ୟ ଗୋଲ୍ଡି ବ୍ରାର୍ ଇସାରାରେ ଗ୍ୟାଙ୍ଗଷ୍ଟାର୍ ଲରେନ୍ସ ବିଷ୍ଣୋଇ ଓ ତାଙ୍କ ଗ୍ୟାଙ୍ଗ ହତ୍ୟା କରିଥିଲେ । ପ୍ରଥମଥର ହନି ସିଂଙ୍କୁ ହତ୍ୟା ଧମକ ସହ ୫୦ ଲକ୍ଷ ଟଙ୍କା ମଗାଯାଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)