Advertisment

ଗୀତରେ ଗୀତରେ ଇମୋସନାଲ୍‌ ହେଲେ ସିଦ୍ଧାର୍ଥ-ଶେହନାଜ

ଖୁବ୍‌ଶୀଘ୍ର ସିଦ୍ଧାର୍ଥ ଓ ଶେହନାଜଙ୍କ ଶେଷ ଗୀତ ‘ଅଧୁରା’ ରିଲିଜ୍ ହେବାକୁ ଯାଉଛି। ଶେଷଥର ପାଇଁ ଫ୍ୟାନ୍ସମାନେ #Sidnaaz ଯୋଡ଼ିଙ୍କୁ ସ୍କ୍ରିନ୍‌ରେ ଦେଖିବାକୁ ପାଇବେ। ଗୀତ ରିଲିଜ୍‌ ହେବା ପୂର୍ବରୁ ମେକର୍ସ ଗୀତର ପୋଷ୍ଟର ରିଲିଜ କରିଛନ୍ତି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Sidharth Shukla And Shehnaaz Gill

Sidharth Shukla And Shehnaaz Gill

ମୁମ୍ବାଇ: ଫ୍ୟାନ୍ସମାନେ ସବୁବେଳେ ଅଭିନେତା ସିଦ୍ଧାର୍ଥ ଶୁକ୍ଳା ଓ ଅଭିନେତ୍ରୀ ଶେହନାଜ ଗିଲ୍‌ଙ୍କ ଯୋଡ଼ିଙ୍କୁ ପସନ୍ଦ କରିଥାନ୍ତି। ଉଭୟଙ୍କୁ ସବୁବେଳେ ଅଫ୍‌ସ୍କ୍ରିନ୍‌ ଓ ଅନ୍‌ସ୍କ୍ରିନ୍‌ରେ ଦେଖିବା ପାଇଁ ଫ୍ୟାନ୍ସଙ୍କ ପାଗଳାମି ଦେଖିବାକୁ ମିଳୁଥିଲା। ହେଲେ ସେପ୍ଟେମ୍ବର ୨ରେ ସିଦ୍ଧାର୍ଥଙ୍କ ଅଚାନକ୍‌ ବିୟୋଗରେ ଫ୍ୟାନ୍ସଙ୍କ ହୃଦୟରେ ରାଜ୍‌ କରୁଥିବା #Sidnaaz ଯୋଡ଼ି ସବୁଦିନ ପାଇଁ ଭାଙ୍ଗି ଯାଇଥିଲା। ହେଲେ #Sidnaaz ଫ୍ୟାନ୍ସ ଏବେ ସେମାନଙ୍କର ପ୍ରିୟ ଯୋଡ଼ିଙ୍କୁ ଶେଷଥର ପାଇଁ ସ୍କ୍ରିନ୍‌ରେ ଦେଖିପାରିବେ। 

Advertisment

ଖୁବ୍‌ଶୀଘ୍ର ସିଦ୍ଧାର୍ଥ ଓ ଶେହନାଜଙ୍କ ଶେଷ ଗୀତ ‘ଅଧୁରା’ ରିଲିଜ୍ ହେବାକୁ ଯାଉଛି। ଶେଷଥର ପାଇଁ ଫ୍ୟାନ୍ସମାନେ #Sidnaaz ଯୋଡ଼ିଙ୍କୁ ସ୍କ୍ରିନ୍‌ରେ ଦେଖିବାକୁ ପାଇବେ। ଗୀତ ରିଲିଜ୍‌ ହେବା ପୂର୍ବରୁ ମେକର୍ସ ଗୀତର ପୋଷ୍ଟର ରିଲିଜ କରିଛନ୍ତି। ଗୀତ ‘ଅଧୁରା’ର ଗାୟିକା ଶ୍ରେୟା ଘୋଷାଲ୍‌ ଟ୍ୱିଟ୍‌ କରି ଶେହନାଜଙ୍କ ସହ ସିଦ୍ଧାର୍ଥଙ୍କ ଶେଷ ଗୀତର ପୋଷ୍ଟର ଫ୍ୟାନ୍ସଙ୍କ ସହ ଶେଆର କରିଛନ୍ତି । ଅକ୍ଟୋବର ୨୧ରେ ଏହି ଗୀତ ରିଲିଜ୍‌ ହେବ। ପୋଷ୍ଟର ଶେଆର କରିବା ସହ ସିଦ୍ଧାର୍ଥଙ୍କ ଉଦ୍ଦେଶ୍ୟରେ ଶ୍ରେୟା ଏକ ହୃଦୟସ୍ପର୍ଶୀ କଥା ଲେଖିଛନ୍ତି। ସେ ଲେଖିଛନ୍ତି, ‘ସେ ଷ୍ଟାର୍‌ ଥିଲେ ଓ ସବୁବେଳେ ରହିବେ। ଆମର ଅଧୁରା ଗୀତ #Adhura ରହିଛି କିନ୍ତୁ ତଥାପି ଏହା ସମ୍ପୂର୍ଣ୍ଣ ହେବ। #Sidnaazଙ୍କ ଏହି ଶେଷ ଗୀତ  ଫ୍ୟାନ୍ସଙ୍କ ହୃଦୟରେ ସବୁଦିନ ପାଇଁ ମନେ ରହିବ।’

Advertisment

ସିଦ୍ଧାର୍ଥ ଓ ଶେହନାଜଙ୍କ ଏହି ଶେଷ ଗୀତର ଟ୍ୟାଗ୍‌ଲାଇନ୍‌ ମଧ୍ୟ ବହୁତ ଇମୋସନାଲ୍‌। ଏକ ଅଧୁରା ଗାନା, ଏକ ଅଧୁରୀ କାହାଣୀ ଏହି ଗୀତର ଟ୍ୟାଗ୍‌ଲାଇନ୍‌ ରହିଛି। #Sidnaazଙ୍କ ଏହି ଗୀତ  ଫ୍ୟାନ୍ସଙ୍କ ପାଇଁ ବହୁତ ସ୍ପେଶାଲ ଓ ଇମୋସନାଲ୍‌ ବୋଲି କୁହାଯାଉଛି। ଯାହାକୁ ସବୁବେଳେ ଫ୍ୟାନ୍ସ ମନେ ରଖିବେ। ସିଦ୍ଧାର୍ଥଙ୍କ ଦେହାନ୍ତ ପରେ ମେକର୍ସ ଏହି ଗୀତର revamp କରିଛନ୍ତି। ଏହି ଗୀତ ମାଧ୍ୟମରେ ମେକର୍ସ ସିଦ୍ଧାର୍ଥଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଫଳରେ ଏହାର ଟାଇଟଲ୍‌ରେ ମଧ୍ୟ ପରିବର୍ତ୍ତନ କରାଯାଇଥିଲା। ପୂର୍ବରୁ ଏହି ଟାଇଟଲ୍‌ର ନାଁ ହ୍ୟାବିଟ୍‌ ଥିଲା, ଏବେ ଏହାର ନାଁରେ ପରିବର୍ତ୍ତନ କରାଯାଇ ‘ଅଧୁରା’ ରଖାଯାଇଛି। 

Sidharth Shukla Shehnaaz Gill Shreya Ghoshal Song Adhura
Advertisment
Advertisment