Advertisment

ଆଶ୍ଚର୍ଯ୍ୟ କରୁଛି ଶିଳ୍ପା ଶେଟ୍ଟୀଙ୍କ ଭ୍ୟାନ୍; ସତେ ଯେପରି ୱ୍ୱାନ୍ Bhk ରୁମ୍

ଭ୍ୟାନିଟି ଭ୍ୟାନ୍‌କୁ ନେଇ ଏବେ ଚର୍ଚ୍ଚାରେ ଅଛନ୍ତି ଶିଳ୍ପା ଶେଟ୍ଟୀ। ଭ୍ୟାନ୍ ନୁହେଁ ତ ସତେ ଯେପରି ଏକ ଲଗଜୁରୀ ଘର। ଅଛି ଦୁଇଟି ୱାଶ୍‌ ରୁମ୍, ଗୋଟିଏ ରୋଷେଇ ଘର ଆଉ ଏକ ସଭା କକ୍ଷ।

author-image
Pramod Behera
ଅଦ୍ୟତନ ହୋଇଛି
Shilpa shetty vanity van is not less than 1 bhk

Shilpa shetty vanity van is not less than 1 bhk

ବଲିଉଡ୍ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ ଫିଲ୍ମ ଓ ରିଏଲିଟି ଶୋ’ ବ୍ୟତୀତ ନିଜ ସମ୍ପତ୍ତିକୁ ନେଇ ଚର୍ଚ୍ଚାରେ ରହୁଛନ୍ତି। କିଛି ଦିନ ହେବ ସେ ତାଙ୍କର ଭ୍ୟାନିଟି ଭ୍ୟାନ୍‌କୁ ନେଇ ବେଶ ଚର୍ଚ୍ଚାରେ ଅଛନ୍ତି। ଚଳିତ ବର୍ଷ ସେ ତାଙ୍କର ୪୭ତମ ଜନ୍ମଦିନ ଅବସରରେ ନିଜ ଭ୍ୟାନିଟି ଭ୍ୟାନ୍ ବିଷୟରେ ତାଙ୍କ ଫ୍ୟାନ୍‌ମାନଙ୍କୁ ସୂଚନା ଦେଇଥିଲେ। ସେହିଦିନ ଠାରୁ ତାଙ୍କ ଫ୍ୟାନ୍‌ମାନେ ତାଙ୍କ ଏହି ଭ୍ୟାନ୍‌କୁ ଦେଖିବା ନେଇ ଉତ୍ସାହର ସହ ଅନେଇ ରହିଛନ୍ତି।

Advertisment

ଶିଳ୍ପାଙ୍କ ଫ୍ୟାନମାନଙ୍କ ଏହି ଅପେକ୍ଷାର ଅନ୍ତ ହୋଇଛି। ବର୍ତ୍ତମାନ ଶିଳ୍ପା ଶେଟ୍ଟୀଙ୍କ ଭ୍ୟାନିଟି ଭ୍ୟାନ୍‌ର ଭିଡିଓ ସାମ୍ନାକୁ ଆସିଛି। ଏହାକୁ ଦେଖିଲା ପରେ ବଡ ବଡ ଲୋକଙ୍କର ମଧ୍ୟ ହୋସ୍ ଉଡିଯିବ। ଶିଳ୍ପାଙ୍କର ଏହି ଭ୍ୟାନିଟି ଭ୍ୟାନ୍ କୌଣସି ଲଗଜୁରୀ ଘର ଠାରୁ ବି କମ୍ ନୁହେଁ।

ଅଭିନେତ୍ରୀଙ୍କ ଭ୍ୟାନିଟି ଭ୍ୟାନ୍‌ର ଏହି ଭିଡିଓ ସେଲିବ୍ରିଟି ଫଟୋଗ୍ରାଫର ଭିରଲ ଭୟାନୀ ତାଙ୍କ ଅଫିସିଆଲ୍‌ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରେ ଶେୟାର କରିଛନ୍ତି। ଏହି ଭିଡିଓରେ ଶିଳ୍ପା ଶେଟ୍ଟୀଙ୍କ ଭ୍ୟାନିଟି ଭ୍ୟାନ୍‌ରେ କ’ଣ ସବୁ ସୁବିଧା ରହିଛି ତାହା ଦେଖାଯାଇଛି। ତାଙ୍କର ଏହି ଭ୍ୟାନିଟି ଭ୍ୟାନରେ ଦୁଇଟି ୱାଶ୍‌ ରୁମ୍, ଗୋଟିଏ ରୋଷେଇ ଘର ଆଉ ଏକ ସଭା କକ୍ଷ ମଧ୍ୟ ଅଛି। କେବଳ ଏତିକି ନୁହେଁ, ଶିଳ୍ପା ଶେଟ୍ଟୀ ଯୋଗ କରିବା ପାଇଁ ଭ୍ୟାନିଟି ଭ୍ୟାନର ଛାତକୁ ମଧ୍ୟ ସୁନ୍ଦର ଭାବେ ତିଆରି କରାଯାଇଛି।

Advertisment

ଶିଳ୍ପା ଶେଟ୍ଟୀଙ୍କ ଭ୍ୟାନିଟି ଭ୍ୟାନ୍‌ର ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି। ଅଭିନେତ୍ରୀଙ୍କ ପ୍ରଶଂସକମାନେ ଏହି ଭିଡିଓକୁ ଖୁବ୍ ପସନ୍ଦ ମଧ୍ୟ କରୁଛନ୍ତି। ସେମାନେ କମେଣ୍ଟ ଦେଇ ଏହାକୁ ଖୁବ ପ୍ରଶଂସା କରୁଛନ୍ତି।

ଜଣେ ସୋସିଆଲ୍ ମିଡିଆ ବ୍ୟବହାରକାରୀ ଲେଖିଛନ୍ତି ଯେ “ଏତେ ବଡ ତ ମୁମ୍ବାଇରେ ୱ୍ୱାନ୍ Bhk ରୁମ୍ ହିଁ ଅଛି”। ଅନ୍ୟ ଜଣେ ପ୍ରଶଂସକ ଲେଖିଛନ୍ତି, “ବହୁତ ସୁନ୍ଦର”। ଅନ୍ୟ ଜଣେ ଏହାର ମୂଲ୍ୟ ପଚାରିବାକୁ ଯାଇ ଲେଖିଛନ୍ତି, “ଏହି ଭ୍ୟାନିଟି ଭ୍ୟାନ୍‌ର ମୂଲ୍ୟ କେତେ?” ଏତଦ୍ ବ୍ୟତୀତ ଆହୁରି ଅନେକ ପ୍ରଶଂସକ ଭିଡିଓ ଉପରେ ମନ୍ତବ୍ୟ ଦେଇ ଶିଳ୍ପା ଶେଟ୍ଟୀଙ୍କ ଭ୍ୟାନିଟି ଭ୍ୟାନକୁ ପ୍ରଶଂସା କରିଛନ୍ତି।

Bollywood Shilpa Shetty
Advertisment
Advertisment