Advertisment

ଶିଳ୍ପା ଶେଟ୍ଟୀଙ୍କ ନୂଆ ହେୟାର୍‌ଷ୍ଟାଇଲ୍ ଦେଖି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ

ବଲିଉଡ୍‌ ଗ୍ଲାମରସ୍ ଗାର୍ଲ ଶିଳ୍ପା ଶେଟ୍ଟୀ ସୋସିଆଲ ମିଡିଆରେ ସବୁବେଳେ ସକ୍ରିୟ ଥାନ୍ତି। ସେ ତାଙ୍କ ଫିଟ୍‌ନେସ୍‌କୁ ନେଇ କିଛି ନା କିଛି ପଟୋ ବା ଭିଡିଓ ଶେୟାର କରନ୍ତି। ଏ ସବୁକୁ ତାଙ୍କ ପ୍ରଶଂସକମାନେ ମଧ୍ୟ ଖୁବ ପସନ୍ଦ କରନ୍ତି। ସେ ପ୍ରାୟ ସମୟରେ ନିଜର ୱାର୍କଆଉଟ୍ ଭିଡିଓ ଶେୟାର କରନ୍ତି। କିନ୍ତୁ ବର୍ତ୍ତମାନ ଶୀଳ୍ପା ଯେଉଁ ୱାର୍କଆଉଟ୍ ଭିଡିଓ ଶେୟାର କରିଛନ୍ତି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେବା ଭଳି।

author-image
Pramod Behera
Shilpa Shetty new hair cut

Shilpa Shetty new hair cut

ନୂଆଦିଲ୍ଲୀ : ବଲିଉଡ୍‌ ଗ୍ଲାମରସ୍ ଗାର୍ଲ ଶିଳ୍ପା ଶେଟ୍ଟୀ ସୋସିଆଲ ମିଡିଆରେ ସବୁବେଳେ ସକ୍ରିୟ ଥାନ୍ତି। ସେ ତାଙ୍କ ଫିଟ୍‌ନେସ୍‌କୁ ନେଇ କିଛି ନା କିଛି ପଟୋ ବା ଭିଡିଓ ଶେୟାର କରନ୍ତି। ଏ ସବୁକୁ ତାଙ୍କ ପ୍ରଶଂସକମାନେ ମଧ୍ୟ ଖୁବ ପସନ୍ଦ କରନ୍ତି। ସେ ପ୍ରାୟ ସମୟରେ ନିଜର ୱାର୍କଆଉଟ୍ ଭିଡିଓ ଶେୟାର କରନ୍ତି। କିନ୍ତୁ ବର୍ତ୍ତମାନ ଶୀଳ୍ପା ଯେଉଁ ୱାର୍କଆଉଟ୍ ଭିଡିଓ ଶେୟାର କରିଛନ୍ତି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେବା ଭଳି। ଏହି ଭିଡିଓରେ ଶିଳ୍ପା ବ୍ୟାୟାମ୍ କରୁଥିବା ଦେଖାଯାଏ। ବ୍ୟାୟାମ କରିବା ପୂର୍ବରୁ ଶିଳ୍ପା ତାଙ୍କ ପଛପଟ ଚୁଟିକୁ ବାନ୍ଧୁଥିବା ଦେଖାଯାଏ। ସେ ଯେତେବେଳେ ଚୁଟିକୁ ଗଣ୍ଠି କରିବା ନେଇ ଉପରକୁ ଉଠଉଛନ୍ତି ସ୍ପଷ୍ଟ ଦେଖାଯାଉଛି ସେ ତାଙ୍କ ପଛପଟ ଚୁଟିର ତଳ ଭାଗକୁ କଟିଂ କରିଛନ୍ତି। ଶିଳ୍ପାଙ୍କ ଏହି ଷ୍ଟାଇଲ ନିହାତି ୟୁନିକ୍।

Advertisment
Shilpa Shetty new hair cutନୂଆ ହେୟାର୍‌ଷ୍ଟାଇଲ୍‌ରେ ଶିଳ୍ପା ଶେଟ୍ଟୀ

ଅଭିନେତ୍ରୀ ଏହି ଭିଡିଓ ଶେୟାର୍ କରି କ୍ୟାପ୍‌ସନ୍‌ରେ ଲେଖିଛନ୍ତି ଯେ “ତୁମେ ପ୍ରତିଦିନ ବିନା ରିସ୍କରେ କିମ୍ବା ନିଜର କମ୍ଫର୍ଟ ଜୋନ୍‌ରୁ ବାହାରକୁ ଆସି ବଞ୍ଚିପାରିବ ନାହିଁ : ଏହା ଅଣ୍ଡରକଟ୍ ବଜ୍ ହେଉ ବା ମୋର ନୂଆ ଏରୋବିକ୍ ୱାର୍କଆଉଟ୍ ହେଉ : ଟ୍ରାଇବାଲ୍ ସ୍କ୍ୱାର୍ଟ୍ସ। ଏ ସବୁ ଲୋୟର ବଡି ମସଲ୍ସ, କାନ୍ଧ, ହାତ-ପାଦର ସମନ୍ୱତ, ଗତି ଓ ଚଳଚଞ୍ଚଳତା ଉପରେ କାମ କରେ; ବିଶେଷ କରି ଆମ ମସ୍ତିଷ୍କ ଓ ଶରୀର କ୍ଷେତ୍ରରେ। ପ୍ରତିଦିନ ୩୦ ସେକେଣ୍ଡ ବିଶ୍ରାମରେ ୬୦ ସେକେଣ୍ଡ ୪ ସେଟ୍ କରିବାର ଅଛି।”

Advertisment

ଶିଳ୍ପାଙ୍କ ଏହି ହେୟାର୍‌ଷ୍ଟାଇଲ୍ ସ୍ୱତନ୍ତ୍ର ଥିଲାବେଳେ, ତାଙ୍କର ଏଭଳି ରୂପ ଦେଖି ଲୋକେ ଆଶ୍ଚର୍ଯ୍ୟ ମଧ୍ୟ ହୋଇଯାଇଛନ୍ତି। ଏହି ହେୟାର୍‌ଷ୍ଟାଇଲକୁ ସେ ଅଣ୍ଡରକଟ୍ ବଜ୍ କଟ୍ ନାମ ଦେଇଛନ୍ତି। ତାଙ୍କ ଅନୁସାରେ ଏହି ହେୟାର୍‌ଷ୍ଟାଇଲ୍ ତାଙ୍କୁ ଜୀବନ୍ତ ଅନୁଭବ କରଉଛି। ଏହି ଭିଡିଓରେ ଶୀଳ୍ପା ବହୁତ ଖୁସି ଥିବା ଦେଖାଯାଉଥିବା ବେଳେ ସେ ୱାର୍କଆଉଟ୍‌କୁ ବହୁତ ଉପଭୋଗ ମଧ୍ୟ କରୁଛନ୍ତି। ଏହି ଭିଡିଓ ସାମ୍ନାକୁ ଆସିବା ପରେ କିଛି ଲୋକ ଶୀଳ୍ପାଙ୍କ ଏହି ୟୁନିକ୍ ହେୟାର୍‌କଟ୍‌କୁ ପ୍ରଶଂସା କରୁଥିବା ବେଳେ କିଛି ତାଙ୍କୁ ଟ୍ରୋଲ୍ ମଧ୍ୟ କରୁଛନ୍ତି। ଲୋକେ କମେଣ୍ଟ ଦେଇ ଶିଳ୍ପାଙ୍କୁ ଥଟ୍ଟା କରୁଥିବା ଦେଖାଯାଏ।

ଶିଳ୍ପାଙ୍କ ଏହି ପୋଷ୍ଟରେ ଜଣେ ଉପଭୋକ୍ତା କମେଣ୍ଟ କରି ଲେଖିଛନ୍ତି ଯେ “ଲାଗୁଛି କରେଣ୍ଟ ଲାଗିଛି ବୋଧେ।” ସେହିପରେ ଅନ୍ୟଜଣେ ଅଧା ଚନ୍ଦା ହୋଇଯିବା ଲେଖିଥିବା ବେଳେ ଆଉ ଜଣେ ଏହା ଭଲ ଲାଗୁନି ବୋଲି ଲେଖିଛନ୍ତି । କିଛି ମଧ୍ୟ ଶୀଳ୍ପାଙ୍କୁ ରାଜ କୁନ୍ଦ୍ରାଙ୍କ ବିଷୟରେ ପ୍ରଶ୍ନ କରୁଥିବା ଦେଖାଯାଏ। ତେବେ ଶୀଳ୍ପାଙ୍କ ଏହି ଭିଡିଓ ପୋଷ୍ଟରେ ସେଲିବ୍ରିଟିମାନେ ବହୁତ ଲାଇକ୍‌ କରିଛନ୍ତି।

Bollywood Shilpa Shetty Kundra Shilpa Shetty
Advertisment
Advertisment