Advertisment

ଶିଳ୍ପା ଶେଟ୍ଟୀଙ୍କ ପଥରେ ତାଙ୍କର ଦୁଇ ପିଲା, କରିଲେ ଯୋଗ

ବଲିଉଡ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ ଫିଟ୍‌ନେସ୍, ବ୍ୟାୟାମ୍ ଓ ଯୋଗକୁ ନେଇ କେତେ ସକ୍ରିୟ ତାହା ପ୍ରାୟ ସମସ୍ତେ ଜାଣନ୍ତି। ପ୍ରାୟ ସମୟରେ ସେ ତାଙ୍କର ଯୋଗ ଫଟୋ ଓ ଭିଡିଓ ଶେୟାର କରିବା ସହିତ ଲୋକଙ୍କୁ ଫିଟ୍ ରହିବା ନେଇ ପରାମର୍ଶ ଦେଇଥାନ୍ତି। ଏବେ ଶିଳ୍ପା ସେଟ୍ଟୀ ସୋସିଆଲ୍ ମିଡିଆରେ ଏକ ଭିଡିଓ ଶେୟାର କରିଛନ୍ତି, ଯେଉଁଥିରେ ତାଙ୍କର ଦୁଇ ପିଲା ନଜର ଆସିଛନ୍ତି। ତେବେ ଏହି ଭିଡିଓ ସ୍ୱତନ୍ତ୍ର ହେବାର କାରଣ ହେଲା ଶିଳ୍ପାଙ୍କ ଦୁଇ ପିଲା ମଧ୍ୟ ମା’ଙ୍କ ପଥ ଅନୁସରଣ କରି ଯୋଗ କରୁଥିବା ଦେଖାଯାଇଛି।

author-image
Pramod Behera
Shilpa Shetty daughter Samisha and Viaan doing yoga

Shilpa Shetty daughter Samisha and Viaan doing yoga

ନୂଆଦିଲ୍ଲୀ : ବଲିଉଡ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ ଫିଟ୍‌ନେସ୍, ବ୍ୟାୟାମ୍ ଓ ଯୋଗକୁ ନେଇ କେତେ ସକ୍ରିୟ ତାହା ପ୍ରାୟ ସମସ୍ତେ ଜାଣନ୍ତି। ପ୍ରାୟ ସମୟରେ ସେ ତାଙ୍କର ଯୋଗ ଫଟୋ ଓ ଭିଡିଓ ଶେୟାର କରିବା ସହିତ ଲୋକଙ୍କୁ ଫିଟ୍ ରହିବା ନେଇ ପରାମର୍ଶ ଦେଇଥାନ୍ତି। ଏବେ ଶିଳ୍ପା ସେଟ୍ଟୀ ସୋସିଆଲ୍ ମିଡିଆରେ ଏକ ଭିଡିଓ ଶେୟାର କରିଛନ୍ତି, ଯେଉଁଥିରେ ତାଙ୍କର ଦୁଇ ପିଲା ନଜର ଆସିଛନ୍ତି। ତେବେ ଏହି ଭିଡିଓ ସ୍ୱତନ୍ତ୍ର ହେବାର କାରଣ ହେଲା ଶିଳ୍ପାଙ୍କ ଦୁଇ ପିଲା ମଧ୍ୟ ମା’ଙ୍କ ପଥ ଅନୁସରଣ କରି ଯୋଗ କରୁଥିବା ଦେଖାଯାଇଛି। ଏହି ଭିଡିଓ ବହୁତ କୌତୁକିଆ ହୋଇଥିବା ବେଳେ ସୋସିଆଲ ମିଡିଆରେ ପଡିବା କ୍ଷଣି ଭାଇରାଲ୍ ହେବାରେ ଲାଗିଛି।

Advertisment

ଏହି ଭିଡିଓରେ ଶିଳ୍ପାଙ୍କ ପୁଅ ଭିୟାନ୍ ଯୋଗ କରୁଥିବା ନଜର ଆସୁଥିବା ବେଳେ ତାଙ୍କ ଝିଅ ତାଙ୍କୁ କପି କରୁଥିବା ଦେଖାଯାଉଛି। ଏବେ ଶିଳ୍ପାଙ୍କ ଝିଅ ସମୀଷା ବହୁତ ଛୋଟ ଥିଲେ ମଧ୍ୟ ସେ ତାଙ୍କ ଭାଇକୁ ଦେଖି ଯେଉଁଭଳି ଭାବେ କପି କରୁଛି ତାହା ଦେଖିବା ପ୍ରକୃତରେ ମଜ୍ଜାଳିଆ ହୋଇଛି।

Advertisment

ଶିଳ୍ପା ଇନ୍‌ଷ୍ଟାଗ୍ରାମ୍‌ରେ ଏହି ଭିଡିଓ ଶେୟାର କରି କ୍ୟାପ୍‌ସନ୍‌ରେ ଲେଖିଛନ୍ତି ଯେ “ପିଲାମାନେ ହେଉଛନ୍ତି ଓଦା ମାଟି। ଆମେ ତାଙ୍କୁ ଭଲ ଜୀବନଶୈଳୀ ଦିଗରେ ପ୍ରେରିତ କରିବା ଉଚିତ। ଆମେ ସେମାନଙ୍କୁ ସନ୍ତୁଳିତ ରହିବା, ସୁଷମ ଖାଦ୍ୟ ଓ ଫିଟ୍‌ନେସ୍‌ ରହିବା ସହିତ ମନ ଓ ଆତ୍ମାକୁ ଆୟତ କରିବାର ଅଭ୍ୟାସରେ ପକେଇବା ଜରୁରୀ। ମୁଁ ଭିୟାନ ସହିତ ସେପରି କିଛି କରିବାକୁ ଚେଷ୍ଟା କରୁଛି। ଏବେ ତା’ର ଜୀବନ ବଦଳି ଯାଇଛି। ସେ ସମୀଷାକୁ ଯୋଗ ଶିଖେଇବା ଦେଖି ମତେ ଗର୍ବ ଅନୁଭବ ହେଉଛି।”

ସମୀଷାଙ୍କ ଏହି ଭିଡିଓ ବହୁତ କୌତୁକିଆ ହୋଇଛି। ଏହା ପୂର୍ବରୁ ଶିଳ୍ପା ମଧ୍ୟ ଡଟର୍ସ ଡେ’ରେ ସମୀଷାଙ୍କ ଏକ ଭିଡିଓ ଶେୟାର କରିଥିଲେ। ଏହା ଗଣେଷ ପୂଜା ଅବସରର ଥିଲା ଯେଉଁଥିରେ ଶିଳ୍ପା ଓ ସମୀଷା ଏହାଭଳି ପୋଷାକ ପିନ୍ଧିଥିବା ଦେଖାଦେଇଥିଲେ। ଏହି ଭିଡିଓରେ ସମୀଷା ଗୀତକୁ ଉପଭୋଗ କରୁଥିବା ଦେଖାଦେଇଥିଲା। ଲୋକେ ମଧ୍ୟ ଏହି ଭିଡିଓକୁ ଖୁବ୍ ପସନ୍ଦ କରିଥିଲେ।

ଏହି ଭିଡିଓରେ ଶିଳ୍ପା କ୍ୟାପ୍‌ସନ୍‌ରେ ଲେଖିଥିଲେ ଯେ “ସମୀଷା ମତେ ଶୁଣିଥିବାରୁ ଧନ୍ୟବାଦ। ମୁଁ କଥା ଦେଉଛି ଯେ ଆମେ ମା-ଝିଅ ହୋଇଥିଲେ ବି ସବୁବେଳେ ହୃଦୟରୁ ସାଙ୍ଗ ହୋଇ ରହିବା।”

Bollywood Shilpa Shetty
Advertisment
Advertisment