Advertisment

ଝିଅମାନଙ୍କୁ କୋମଳ, ନିର୍ବୋଧ କହିବା ବନ୍ଦ କରନ୍ତୁ

ମାତୃ ଦିବସରେ ମହିଳାଙ୍କୁ ନେଇ ମତ ରଖିଛନ୍ତି ଶେହନାଜ ଗିଲ୍। ଝିଅମାନଙ୍କୁ କୋମଳ, ସୂକ୍ଷ୍ମ ଏବଂ ନିର୍ବୋଧ ବୋଲି କହିବା ବନ୍ଦ କରନ୍ତୁ ବୋଲି ସେ କହିଛନ୍ତି।

author-image
Pramod Behera
Shehnaaz Gill speech on women video viral

Shehnaaz Gill speech on women video viral

ଆଜି ମାତୃ ଦିବସ। ପୂରା ଦୁନିଆ ଏହାକୁ ପାଳନ କରୁଛି। ଏହି ଅବସରରେ ବିଗ୍ ବସ୍ ଫେମ୍ ବା ଇଣ୍ଟରନେଟ୍ ସେନ୍ସେଶନ୍ ଶେହନାଜ୍ ଗିଲ୍‌ଙ୍କ ଏକ ଭିଡିଓ ଭାଇରାଲ୍ ହେବାରେ ଲାଗିଛି। ଏହି ଭିଡିଓରେ ସେ ମା, ପୁଅ ଓ ଝିଅକୁ ନେଇ ନିଜର ଏକ ମତ ରଖୁଥିବା ନଜର ଆସିଛନ୍ତି। ଶେହନାଜ କହିଛନ୍ତି ଯେ ଝିଅମାନଙ୍କୁ କୋମଳ, ଲାଜକୁଳା କହିବା ଜରୁରୀ ନୁହେଁ। ଏହାଛଡା ସେ ତାଙ୍କର ଅନୁଭବ ଓ ନିଜ ଉପରେ ବିଶ୍ୱାସକୁ ନେଇ ମଧ୍ୟ ମତ ରଖିଛନ୍ତି। ନିକଟରେ ବ୍ରହ୍ମାକୁମାରୀ ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ସେ ଏ କଥା କହିଛନ୍ତି।

Advertisment

ମହିଳା ସଶକ୍ତିକରଣକୁ ନେଇ ଶେହନାଜ୍ ଗିଲ୍ ତାଙ୍କ ଭାଷଣରେ କହିଥିଲେ। ମହିଳାମାନଙ୍କ ଦ୍ୱାରା ପରିଚାଳିତ ଏକ ଆଧ୍ୟାତ୍ମିକ ସଂଗଠନ ବାଳିକା ସଶକ୍ତିକରଣ ଅଭିଯାନ ଆରମ୍ଭ କରିବାକୁ ତାଙ୍କୁ ନିମନ୍ତ୍ରଣ କରାଯାଇଥିଲା। ପାପାରାଜି ବିରଲ ଭୟାନୀ ଏହି ଘଟଣାର ଏକ ଭିଡିଓ ଶେୟାର କରିଛନ୍ତି। ଏଥିରେ ଶେହନାଜ ପୁଅ ଓ ଝିଅମାନଙ୍କ ପାଇଁ ସମାନ ବ୍ୟବହାର ଆବଶ୍ୟକତାକୁ ନେଇ କହୁଥିବା ଦେଖାଯାଆନ୍ତି।

ଶେହନାଜ ଗିଲ କହିଛନ୍ତି ଯେ “ତୁମେ ଯଦି ତୁମ ଜୀବନରେ ଭଲ ଶିକ୍ଷା ଦେଇଥିବ ତେବେ ତୁମକୁ ସୁଖ ପୁଅ ବି ଦେଇପାରିବ ଆଉ ଝିଅ ବି ଦେଇପାରିବ। ଝିଅମାନଙ୍କୁ କୋମଳ, ସୂକ୍ଷ୍ମ ଏବଂ ନିର୍ବୋଧ ବୋଲି କହିବା ବନ୍ଦ କରନ୍ତୁ। ଆମେ ବିଚରା ଆଦୌ ନୁହଁ।” ସେହିପରି ଏହି କାର୍ଯ୍ୟକ୍ରମର ଅନ୍ୟ ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି, ଯେଉଁଥିରେ ଶେହନାଜ ନିଜକୁ ଶୁଦ୍ଧ ବୋଲି କହିବା ସହ ଲୋକଙ୍କୁ ସ୍ୱଚ୍ଛ ମନ ରଖିବାକୁ ପରାମର୍ଶ ଦେଉଥିବାର ନଜର ଆସିଛନ୍ତି।

Advertisment

ଯେତେବେଳେ ପଚରାଗଲା ଯେ ଶେହନାଜ୍ ଗିଲ୍ ଏତେ କମ୍ ବୟସର ହୋଇଥିଲେ ବି ତାଙ୍କ ଚିନ୍ତାଧାରା ଏତେ ଉଚ୍ଚ କିପରି? ଏହାର ଉତ୍ତରରେ ସେ କହିଥିଲେ, “ମୋର ଚିନ୍ତାଧାରା ଭଲ କାରଣ ମୁଁ ଶୁଦ୍ଧ… ମୁଁ ବହୁତ ଭଲ। ମୁଁ ନିଜକୁ କାହିଁକି ଭଲ ଭାବୁଛି ନା, କାରଣ ମୁଁ ପ୍ରକୃତରେ ଭଲ।” ଶେହନାଜ ଏତିକି କହିବା ମାତ୍ରେ ସେଠାରେ ଉପସ୍ଥିତ ଥିବା ମହିଳାମାନେ ଜୋରରେ କରତାଳି ଦେବା ଆରମ୍ଭ କରିଥିଲେ।

ଏହି ଭିଡିଓ ସୋସିଆଲ ମିଡିଆରେ ଆସିବା ପରେ ପ୍ରଶଂସକମାନେ ଶେହନାଜ ଗିଲ୍‌ଙ୍କୁ ଜମେଇକି ପ୍ରଶଂସା କରୁଛନ୍ତି। ଜଣେ ପ୍ରଶଂସକ ଲେଖିଛନ୍ତି, “ଏକ ସୁନ୍ଦର ଏବଂ ସତ୍‌ ଆତ୍ମା”। ସେହିପରି ଅନ୍ୟ ଜଣେ ପ୍ରଶଂସକ ମନ୍ତବ୍ୟ ଦେଇଛନ୍ତି, “ଆପଣଙ୍କ ପ୍ରତି ଭଲ ପାଇବା ଓ ଆପଣଙ୍କ ଉପରେ ଗର୍ବିତ।” ଆଉ ଜଣେ ଲେଖିଛନ୍ତି ଯେ “ସେ ମୋତେ ବହୁତ ପ୍ରେରଣା ଦିଅନ୍ତି। ମୁଁ ତାଙ୍କୁ ବହୁତ ଭଲ ପାଏ କାରଣ ସେ ଭିତରୁ ବହୁତ ସୁନ୍ଦର।”

Mother’s Day 2022
Advertisment
Advertisment