Advertisment

Shefali Jariwala: ଏମିତି ଥିଲା ଶେଫାଳିଙ୍କ ଶେଷ ପୋଷ୍ଟ, ଦେଖିଲେ ଆଖିରେ ଆସିଯିବ ଲୁହ...

ଆଉ ନାହାନ୍ତି ମ୍ୟୁଜିକ ଭିଡିଓ 'କାଣ୍ଟା ଲଗା'ର ଫେମ୍‌ ଆକ୍ଟ୍ରେସ୍‌ ଶେଫାଳି ଜରିୱାଲା । ଇନଷ୍ଟାଗ୍ରାମ ଓ ଟ୍ୱିଟର୍‌(X)ରେ ଶେଫାଳି କରିଥିବା ଶେଷ ପୋଷ୍ଟ ଏବେ ଭାଇରାଲ ହେବାରେ ଲାଗିଛି । ଯାହାକୁ ଦେଖିବା ପରେ ଦୁଃଖ ପ୍ରକାଶ କରିଛନ୍ତି ୟୁଜର୍ସ ।

ଅଦ୍ୟତନ ହୋଇଛି
Shefali Jariwala

Shefali Jariwala

Advertisment

ମ୍ୟୁଜିକ ଭିଡିଓ 'କାଣ୍ଟା ଲଗା'ର ଫେମ୍‌ ଆକ୍ଟ୍ରେସ୍‌ ଶେଫାଳି ଜରିୱାଲାଙ୍କ ଦେହାନ୍ତ ହୋଇଛି । ମାତ୍ର ୪୨ ବର୍ଷ ବୟସରେ ତାଙ୍କର ପରଲୋକ ଘଟିଛି । ଏହାରି ଭିତରେ ଭାଇରାଲ ହେଉଛି ଶେଫାଳିଙ୍କ ଶେଷ ପୋଷ୍ଟ । ଯାହା ସେ ଇନଷ୍ଟାଗ୍ରାମ ଓ ଟ୍ୱିଟର୍‌(X)ରେ ସେୟାର କରିଥିଲେ । 

Advertisment

ଗତକାଲି ରାତିରେ ତାଙ୍କର ଅକାଳ ବିୟୋଗ ଘଟିଛି । ଏହା ହୃଦଘାତ ଜନିତ ମତ୍ୟୁ ବୋଲି କୁହାଯାଉଛି । ତେବେ ମୃତ୍ୟୁର ଠିକ୍ ୩ ଦିନ ପୂର୍ବରୁ ଶେଫାଳି ଗ୍ଲାମର୍ ଲୁକ୍‌ରେ ନିଜର ଫଟୋ ଇନଷ୍ଟାଗ୍ରାମ ଆକାଉଣ୍ଟରେ ପୋଷ୍ଟ କରିଥିଲେ । ଆଉ କ୍ୟାପସନ୍‌ରେ ଲେଖିଥିଲେ, ବ୍ଲିଙ୍ଗ୍‌ ଇଟ୍‌ ଅନ୍ ବେବୀ!(Bling it on baby!) । ଏହି ପୋଷ୍ଟରେ ସେ ଏକ ଧୂଷର କଳା ରଙ୍ଗର ପୋଷାକ ପିନ୍ଧିଥିବା ଦେଖିବାକୁ ମିଳିଥିଲା ।

Advertisment

ସେହିପରି ଶେଫାଳିଙ୍କ X ହ୍ୟାଣ୍ଡଲରେ ଶେଷ ପୋଷ୍ଟ ରହିଛି ସିଦ୍ଧାର୍ଥ ଶୁକ୍ଳାଙ୍କ ପାଇଁ । ବିଗ୍‌ ବସ-୧୩ରେ ନିଜ ସହଯୋଗୀ ସିଦ୍ଧାର୍ଥ ଶୁକ୍ଲାଙ୍କ ଅକାଳ ବିୟୋଗ ନେଇ ସେ ଶ୍ରଦ୍ଧାଞ୍ଚଳି ଜଣାଇଥିଲେ । ବିଗ୍‌ ବସ ସିଜନ-୧୩ ବିଜେତା ସିଦ୍ଧାର୍ଥ ଶୁକ୍ଳାଙ୍କ ମଧ୍ୟ ହୃଦଘାତ ଜନିତ ମୃତ୍ୟୁ ହୋଇଥିଲା । ତାଙ୍କର ପୁଣ୍ୟ ତିଥିରେ ଶ୍ରଦ୍ଧାଞ୍ଜଳି ଜଣାଇ ଶୋକ ବ୍ୟକ୍ତ କରିଥିଲେ ଶେଫାଳି । ଆଉ ଏବେ ସେ ନିଜେ ଶୋକ ସମ୍ୱାଦ ପାଲଟି ଯାଇଛନ୍ତି ।

ଶେଫାଳି ଜରିୱାଲା ୨୦୦୨ରେ ‘କାଣ୍ଟା ଲଗା’ ମ୍ୟୁଜିକ୍ ଭିଡିଓ ପାଇଁ ସେ ବେଶ ଲୋକପ୍ରିୟତା ପାଇଥିଲେ । ବଲିଉଡ୍ ଚଳଚ୍ଚିତ୍ର ‘ମୁଝସେ ଶାଦୀ କରୋଗି’ ରେ ନଜର ଆସିଥିଲେ । ସେ ‘ବିଗ୍ ବସ୍ ୧୩’ ସମେତ ବହୁ ରିୟଲିଟି ସୋରେ ଭାଗ ନେଇଥିଲେ । ସେ ସବୁଠୁ ଲୋକପ୍ରିୟ ଡ୍ୟାନ୍ସ ରିୟଲିଟି ସୋ ‘ବୁଗି ୱୁଗି’ ଓ ‘ନଚ ବଲିୟେ ୫’ ଓ ‘ନଚ ବଲିୟେ ୭’ ସିଜିନରେ ଭାଗ ନେଇଥିଲେ । ୨୦୧୯ରେ ୱେବରେସିଜ୍ ‘ବେବୀ କମ୍ ନା’ ରେ ଅଭିନୟ କରିଥିଲେ । 

Advertisment

ତେବେ ତାଙ୍କ ବ୍ୟକ୍ତିଗତ ଜୀବନ ଯୋଗୁଁ ସେ ଅନେକ ସମୟରେ ଗଣମାଧ୍ୟମରେ ଚର୍ଚ୍ଚାକୁ ଆସୁଥିଲେ । ସେ ଦିବଂଗତ ଅଭିନେତା ସିଦ୍ଧାର୍ଥ ଶୁକ୍ଳାଙ୍କ ସହିତ ସମ୍ପର୍କରେ ଥିଲେ, କିନ୍ତୁ ତାହା ଅଧିକ ସମୟ ତିଷ୍ଠି ପାରିନଥିଲା। ସେ ପ୍ରଥମେ ୨୦୦୪ରେ ମିଟ୍ ବ୍ରଦର୍ସର ମ୍ୟୁଜିସିଆନ ହରମିତ୍ ସିଂଙ୍କୁ ବିବାହ କରିଥିଲେ, କିନ୍ତୁ ୨୦୦୯ରେ ସେମାନେ ଅଲଗା ହୋଇଥିଲେ । ଏହା ପରେ ୨୦୧୫ରେ ସେ ପରାଗ ତ୍ୟାଗୀଙ୍କୁ ବିବାହ କରିଥିଲେ । 

ଅଧିକ ପଢନ୍ତୁ: ଆଖି ବୁଜିଲେ 'କାଣ୍ଟା ଲଗା ଗାର୍ଲ' ଓ 'ବିଗ୍ ବସ୍ ଫେମ୍' ଶେଫାଳି ଜରିୱାଲା

Shefali Jariwala Big Boss Kanta Laga
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ