Shefali Jariwala
ମ୍ୟୁଜିକ ଭିଡିଓ 'କାଣ୍ଟା ଲଗା'ର ଫେମ୍ ଆକ୍ଟ୍ରେସ୍ ଶେଫାଳି ଜରିୱାଲାଙ୍କ ଦେହାନ୍ତ ହୋଇଛି । ମାତ୍ର ୪୨ ବର୍ଷ ବୟସରେ ତାଙ୍କର ପରଲୋକ ଘଟିଛି । ଏହାରି ଭିତରେ ଭାଇରାଲ ହେଉଛି ଶେଫାଳିଙ୍କ ଶେଷ ପୋଷ୍ଟ । ଯାହା ସେ ଇନଷ୍ଟାଗ୍ରାମ ଓ ଟ୍ୱିଟର୍(X)ରେ ସେୟାର କରିଥିଲେ ।
ଗତକାଲି ରାତିରେ ତାଙ୍କର ଅକାଳ ବିୟୋଗ ଘଟିଛି । ଏହା ହୃଦଘାତ ଜନିତ ମତ୍ୟୁ ବୋଲି କୁହାଯାଉଛି । ତେବେ ମୃତ୍ୟୁର ଠିକ୍ ୩ ଦିନ ପୂର୍ବରୁ ଶେଫାଳି ଗ୍ଲାମର୍ ଲୁକ୍ରେ ନିଜର ଫଟୋ ଇନଷ୍ଟାଗ୍ରାମ ଆକାଉଣ୍ଟରେ ପୋଷ୍ଟ କରିଥିଲେ । ଆଉ କ୍ୟାପସନ୍ରେ ଲେଖିଥିଲେ, ବ୍ଲିଙ୍ଗ୍ ଇଟ୍ ଅନ୍ ବେବୀ!(Bling it on baby!) । ଏହି ପୋଷ୍ଟରେ ସେ ଏକ ଧୂଷର କଳା ରଙ୍ଗର ପୋଷାକ ପିନ୍ଧିଥିବା ଦେଖିବାକୁ ମିଳିଥିଲା ।
ତେବେ ତାଙ୍କ ବ୍ୟକ୍ତିଗତ ଜୀବନ ଯୋଗୁଁ ସେ ଅନେକ ସମୟରେ ଗଣମାଧ୍ୟମରେ ଚର୍ଚ୍ଚାକୁ ଆସୁଥିଲେ । ସେ ଦିବଂଗତ ଅଭିନେତା ସିଦ୍ଧାର୍ଥ ଶୁକ୍ଳାଙ୍କ ସହିତ ସମ୍ପର୍କରେ ଥିଲେ, କିନ୍ତୁ ତାହା ଅଧିକ ସମୟ ତିଷ୍ଠି ପାରିନଥିଲା। ସେ ପ୍ରଥମେ ୨୦୦୪ରେ ମିଟ୍ ବ୍ରଦର୍ସର ମ୍ୟୁଜିସିଆନ ହରମିତ୍ ସିଂଙ୍କୁ ବିବାହ କରିଥିଲେ, କିନ୍ତୁ ୨୦୦୯ରେ ସେମାନେ ଅଲଗା ହୋଇଥିଲେ । ଏହା ପରେ ୨୦୧୫ରେ ସେ ପରାଗ ତ୍ୟାଗୀଙ୍କୁ ବିବାହ କରିଥିଲେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1751088464.jpg)