/odishatv-khabar/media/post_attachments/uploadimage/library/16_9/16_9_0/IMAGE_1644899867.jpg)
Shaktimaan Film Teaser Out
ସୁପର୍ମ୍ୟାନ୍, ସ୍ପାଇଡର ମ୍ୟାନ୍ଠୁ ଏକ୍ସ ମ୍ୟାନ୍ ଯାଏ ହଲିଡଡ୍ ଫିଲ୍ମରେ ନିଜ ସୁପର ପାୱାର ଦେଖାଇ ସାରିଛନ୍ତି ଅନେକ ସୁପରହିରୋ। କେବଳ ହଲିଉଡ୍ରେ ସୀମିତ ହୋଇ ରହି ନାହିଁ ଏଭଳି ଫିଲ୍ମ, ବଲିଉଡ୍ରେ ମଧ୍ୟ କ୍ରିଶ୍, ରା-ୱାନ୍ ଭଳି ସୁପରହିରୋଙ୍କୁ ନେଇ ଅନେକ ଫିଲ୍ମ ରିଲିଜ ହୋଇସାରିଛି। ଖାସ୍ କଥା ହେଉଛି, ଏହି ତାଲିକାରେ ଯୋଡ଼ି ହେବାକୁ ଯାଉଛି ଆଉ ଏକ ଚର୍ଚ୍ଚିତ ସୁପରହିରୋ ଚରିତ୍ର। ଯାହାକି ୯୦ ଦଶକରେ ଟିଭି ପରଦାରେ ରାଜ୍ କରିଥିଲା। ଖୁବ୍ଶୀଘ୍ର ‘ଶକ୍ତିମାନ’କୁ ନେଇ ଫିଲ୍ମ ନିର୍ମାଣ ହେବାକୁ ଯାଉଛି।
#ବଡ଼_ପରଦାକୁ_ଫେରିବ_ଦେଶୀ_ସୁପରହିରୋ_ଶକ୍ତିମାନ
ପୁଣି ଫେରୁଛି ୯୦ ଦଶକରେ ପିଲାଙ୍କ ଭୋକଶୋଷ ଭୁଲାଇ ଦେଉଥିବା ‘ଶକ୍ତିମାନ’, ଦେଖନ୍ତୁ ‘ଶକ୍ତିମାନ’କୁ ନେଇ ନିର୍ମାଣ ହେବାକୁ ଥିବା ଫିଲ୍ମର ପ୍ରଥମ ଝଲକ....#ShaktimaanFilm#ShaktimaanFilmTeaser#Shaktimaan#ActorMukeshKhannapic.twitter.com/gY5lWIRfjM— ଓଟିଭି (@otvkhabar) February 15, 2022
ବଡ଼ ପରଦାକୁ ଫେରୁଛି ଟିଭି ପରଦାର ଦେଶୀ ସୁପରହିରୋ। ୯୦ ଦଶକରେ ପିଲାମାନଙ୍କ ଭୋକଶୋଷ ଭୁଲାଇ ଦେଇ ଟିଭି ଆଗରେ ବାନ୍ଧି ରଖୁଥିବା ‘ଶକ୍ତିମାନ’ ପୁଣିଥରେ ଫେରୁଛି। ‘ଶକ୍ତିମାନ’ ଫିଲ୍ମର ଟିଜର୍ ରିଲିଜ୍ ହୋଇଛି। ଏହି ୫୯ ସେକେଣ୍ଡ୍ର ଟିଜର୍କୁ ନେଇ ସର୍ବସମ୍ମୁଖକୁ ଆଣିଛନ୍ତି ସେତେବେଳେ ଶକ୍ତିମାନ ଚରିତ୍ରରେ ଅଭିନୟ କରିଥିବା ଅଭିନେତା ମୁକେଶ ଖାନ୍ନା। ଏହି ଟିଜର୍ରେ ଶକ୍ତିମାନ ଗେଟ୍ଅପ୍ର କିଛି ଝଲକ ସହ ସୁପରହିରୋର ସାଧାରଣ ମଣିଷ ରୂପ, ଗଙ୍ଗାଧରଙ୍କ ଚଷମା ଓ କ୍ୟାମେରା ଆଦି ଦେଖିବାକୁ ମିଳିଛି। ଫିଲ୍ମଟି ୩ଟି ପାର୍ଟରେ ରିଲିଜ୍ ହେବ ଏବଂ ଶକ୍ତିମାନ ଚରିତ୍ରରେ ଜଣେ ବଲିଉଡ୍ ସୁପରଷ୍ଟାରଙ୍କୁ ଦେଖିବାକୁ ମିଳିବ ବୋଲି ଚର୍ଚ୍ଚା ହେଉଛି।
୧୯୯୭ ମସିହା ସେପ୍ଟେମ୍ବର ୧୩ରୁ ଆରମ୍ଭ ହୋଇ ୨୦୦୫ ମସିହା ମାର୍ଚ୍ଚ ୨୭ ଯାଏ ଦୂରଦର୍ଶନରେ ପ୍ରସାରିତ ହୋଇଥିଲା ଶକ୍ତିମାନ ଧାରାବାହିକର ୪୫୦ ଏପିସୋଡ୍। ସେହି ସମୟରେ କୌଣସି ଟିଭି ଧାରାବାହିକ ଏତେ ବର୍ଷ ଧରି କ୍ରମାଗତ ପ୍ରସାରିତ ହେବା ଏବଂ ଦେଶବ୍ୟାପୀ ଏଭଳି ଲୋକପ୍ରିୟତା ହାସଲ କରିବା ବିରଳ ଥିଲା।
ପଣ୍ଡିତ୍ ଗଙ୍ଗାଧର ବିଦ୍ୟାଧର ମାୟାଧର ଓମ୍କାରନାଥ ଶାସ୍ତ୍ରୀ ଓରଫ୍ ଶକ୍ତିମାନ ଭୂମିକାରେ ମୁକେଶ ଖାନ୍ନା ଅଭିନୟ କରିଥିଲେ। ୯୦ ଦଶକରେ ପିଲାଙ୍କ ମଧ୍ୟରେ ଅତ୍ୟଧିକ ଆଦୃତି ଲାଭ କରିଥିବା ଏହି ସିରିୟଲ୍ ପରେ ଅନ୍ୟ କେତେକ ଚ୍ୟାନେଲ୍ରେ ମଧ୍ୟ ପୁନଃପ୍ରସାରିତ ହୋଇଛି। ହେଲେ ଏହାକୁ ନେଇ ଫିଲ୍ମ ରିଲିଜ ହେବ ବୋଲି ବହୁବର୍ଷ ତଳୁ ଚର୍ଚ୍ଚା ହୋଇ ଆସୁଥିଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)