Advertisment

ଅଞ୍ଜଳିଙ୍କ ପରିବାରକୁ ଆର୍ଥିକ ସହାୟତା ପାଇଁ ଆଗେଇ ଆସିଲେ ଶାହରୁଖ୍

ନୂଆବର୍ଷରେ ଯେତେବେଳେ ସମସ୍ତେ ୨୦୨୩କୁ ସ୍ୱାଗତ କରୁଥିଲେ, ସେତେବେଳେ ଅଞ୍ଜଳି ସିଂହ ଦିଲ୍ଲୀ ରାସ୍ତାରେ ଜୀବନ ହରାଉଥିଲେ। ପରିବାର ଏକ ରୋଜଗାରିଆ ଝିଅକୁ ହରେଇଛି। ଏଭଳି ପରିସ୍ଥିତିରେ ଉଦାରତାର ପ୍ରମାଣ ଦେଇଛନ୍ତି କିଙ୍ଗ୍ ଖାନ ଶାହରୁଖ। ପରିବାରକୁ କରିଛନ୍ତି ଆର୍ଥିକ ସହାୟତା।

author-image
Pramod Behera
ଅଦ୍ୟତନ ହୋଇଛି
Shahrukh khan ngo meer foundation provid financial help to anjali singh family

Shahrukh khan ngo meer foundation provid financial help to anjali singh family

ବଲିଉଡ୍‌ର ବାଦ୍‌ଶାହା ଶାହରୁଖ ଖାନ ପ୍ରାୟ ସମୟରେ ତାଙ୍କ ଉଦାରତାର ଉଦାହରଣ ଦିଅନ୍ତି। ନିକଟରେ ପୁଣି ଥରେ ଇଣ୍ଡଷ୍ଟ୍ରିର 'ପଠାନ୍' ପ୍ରମାଣିତ କରିଛନ୍ତି ଯେ ସେ କାହାକୁ ସାହାଯ୍ୟ କରିବାକୁ ପଛଘୁଞ୍ଚା ଦିଅନ୍ତି ନାହିଁ। କିଙ୍ଗ୍‌ ଖାନ୍‌ଙ୍କ ଏନ୍‌ଜିଓ ‘ମୀର୍ ଫାଉଣ୍ଡେସନ’ ନୂଆବର୍ଷ ସକାଳେ ଦିଲ୍ଲୀରେ ଜୀବନ ହରାଇଥିବା ୨୦ ବର୍ଷୀୟା ଯୁବତୀ ଅଞ୍ଜଳି ସିଂହଙ୍କ ପରିବାରକୁ ସାହାଯ୍ୟ କରିବାକୁ ଆଗେଇ ଆସିଛି। ଦିଲ୍ଲୀରେ ଘଟିଥିବା ଏହି ଦୁଃଖଦ ଘଟଣାରେ ଅଞ୍ଜଳିଙ୍କୁ ଏକ କାର୍‌ କିଛି କିଲୋମିଟର ପର୍ଯ୍ୟନ୍ତ ଟାଣି ନେଇଥିଲା।

Advertisment

ନୂଆବର୍ଷରେ ଯେଉଁଠାରେ ସମସ୍ତେ ୨୦୨୩କୁ ଖୋଲା ହୃଦୟରେ ସ୍ୱାଗତ କରୁଥିଲେ, ଅଞ୍ଜଳି ନାମକ ଏହି ଯୁବତୀ ଦିଲ୍ଲୀ ରାସ୍ତାରେ ଜୀବନ ହରାଉଥିଲେ। ଅଞ୍ଜଳି ସିଂହଙ୍କ ସହ ହୋଇଥିବା ଏହି ଭୟଙ୍କର ଘଟଣା ସମଗ୍ର ଦେଶକୁ ଥରାଇ ଦେଇଛି। ସବୁଠୁ ବଡ ଦୁଃଖ ତାଙ୍କ ପରିବାରକୁ ପହଞ୍ଚିଛି। ଅଞ୍ଜଳି ତାଙ୍କ ପରିବାରକୁ ଚଳାଉଥିଲେ। ଘରର ରୋଜଗାରିଆ ଝିଅକୁ ହରେଇ ପରିବାର ଲୋକେ ଏବେ ଦୁଃଖିତ।

ବାସ୍ତବରେ ଅଞ୍ଜଳି ତାଙ୍କ ଘରର ଏକମାତ୍ର ରୋଜଗାରକାରୀ ସଦସ୍ୟ ଥିଲେ। ଏଭଳି ପରିସ୍ଥିତିରେ ଅଞ୍ଜଳିଙ୍କ ମୃତ୍ୟୁ ପରେ ତାଙ୍କ ପରିବାର ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏହି ଅସୁବିଧାକୁ ହ୍ରାସ କରିବା ପାଇଁ ଶାହରୁଖ୍‌ ଖାନ୍‌ଙ୍କ ଫାଉଣ୍ଡେସନ ସମେତ ଅନ୍ୟାନ୍ୟ ସଂଗଠନ ମଧ୍ୟ ଟଙ୍କା ଦାନ କରିଛନ୍ତି।

Advertisment

ଦିଲ୍ଲୀର ଏକ ସୂତ୍ରରୁ ପ୍ରକାଶ ଯେ, “ଶାହରୁଖ ଖାନଙ୍କ ‘ମୀର୍ ଫାଉଣ୍ଡେସନ’ ଅଞ୍ଜଳି ସିଂହଙ୍କ ପରିବାରକୁ ଏକ ଅଜ୍ଞାତ ରାଶି ଦାନ କରିଛି। ଅଞ୍ଜଳି ପରିବାରର ଏକମାତ୍ର ଅନ୍ନଦାତା ଥିଲେ ଯେଉଁଥିରେ ତାଙ୍କ ମା’ ଏବଂ ଭାଇଭଉଣୀମାନେ ଚଳୁଥିଲେ। ଶାହରୁଖ୍‌ଙ୍କ ‘ମୀର୍ ଫାଉଣ୍ଡେସନ’ ତାଙ୍କ ପରିବାରକୁ ସାହାଯ୍ୟ କରିବା ଉଦ୍ଦେଶ୍ୟରେ ଏହି ଦାନ କରିଛି। ଫଳରେ କେତେ ପରିମାଣର ଦାନ କରାଗଲା ତାହା ପ୍ରକାଶ କରାଯାଇ ନାହିଁ।

ପ୍ରକାଶଥାଉ ଯେ ଶାହାରୁଖ ତାଙ୍କ ବାପା ମୀର୍‌ ତାଜ୍‌ ମହମ୍ମଦ ଖାନଙ୍କ ନାମରେ ‘ମୀର୍‌ ଫାଉଣ୍ଡେସନ’ ପ୍ରତିଷ୍ଠା କରିଛନ୍ତି। ତୃଣମୂଳ ସ୍ତରରେ ପରିବର୍ତ୍ତନ ଆଣିବାକୁ ଏହି ଏନ୍‌ଜିଓ ଲକ୍ଷ୍ୟ ରଖିଛି ଏବଂ ଏକ ମହିଳା ସଶକ୍ତ ଦୁନିଆ ଗଢିବା ପାଇଁ ଏହା କାର୍ଯ୍ୟ କରୁଛି। ଏହି ଦାନ ଅଞ୍ଜଳିଙ୍କ ପରିବାରକୁ ଏହାର ଉଦ୍ଦେଶ୍ୟ ଅନୁଯାୟୀ ପ୍ରଦାନ କରାଯାଇଛି। ବର୍ତ୍ତମାନ ଅଞ୍ଜଳିଙ୍କ ମୃତ୍ୟୁ ଘଟଣାର ତଦନ୍ତ ଜାରି ରହିଛି ଏବଂ ନ୍ୟାୟ ପାଇବାରେ ପରିବାର ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

Bollywood Shahrukh Khan
Advertisment
Advertisment