Advertisment

‘ଜବାନ’ର ଆଡଭାନ୍ସ ବୁକିଂ ଆରମ୍ଭ; ଆମେରିକାରେ କଲାଣି ଏତେ କୋଟି ରୋଜଗାର

‘ଜବାନ’କୁ ନେଇ ଲୋକଙ୍କ ମଧ୍ୟରେ ଏପରି ଏକ କ୍ରେଜ୍‌ ତିଆରି ହୋଇଯାଇଛି ଯେ ଫିଲ୍ମକୁ ଅପେକ୍ଷା କରିବା ସେମାନଙ୍କ ପାଇଁ କଷ୍ଟକର ହୋଇପଡିଛି। ବିଦେଶରେ ମଧ୍ୟ ଏହାର ଆଡଭାନ୍ସ ବୁକିଂ ଆରମ୍ଭ ହୋଇଯାଇଛି। ଏହି ଚଳଚ୍ଚିତ୍ରଟି ବିଦେଶରେ ‘ପଠାନ’ର ରେକର୍ଡ ଭାଙ୍ଗିବାକୁ ପ୍ରସ୍ତୁତ ହେଉଛି।

author-image
Pramod Behera
‘ଜବାନ’ର ଆଡଭାନ୍ସ ବୁକିଂ ଆରମ୍ଭ; ଆମେରିକାରେ କଲାଣି ଦେଢ କୋଟି ରୋଜଗାର

‘ଜବାନ’ର ଆଡଭାନ୍ସ ବୁକିଂ ଆରମ୍ଭ; ଆମେରିକାରେ କଲାଣି ଦେଢ କୋଟି ରୋଜଗାର

ଶାହାରୁଖ ଖାନ ଆଜିକାଲି ତାଙ୍କର ଆଗାମୀ ଚଳଚ୍ଚିତ୍ର ‘ଜବାନ’କୁ ନେଇ ଚର୍ଚ୍ଚାରେ ଅଛନ୍ତି। ଚଳଚ୍ଚିତ୍ରର ପ୍ରୀଭ୍ୟୁ ଆସିବା ମାତ୍ରେ ହଙ୍ଗାମା ଖେଳେଇ ଦେଇଥିଲା। ‘ଜବାନ’କୁ ନେଇ ଲୋକଙ୍କ ମଧ୍ୟରେ ଏପରି ଏକ କ୍ରେଜ୍‌ ତିଆରି ହୋଇଯାଇଛି ଯେ ଫିଲ୍ମକୁ ଅପେକ୍ଷା କରିବା ସେମାନଙ୍କ ପାଇଁ କଷ୍ଟକର ହୋଇପଡିଛି। ବିଦେଶରେ ମଧ୍ୟ ଏହାର ଆଡଭାନ୍ସ ବୁକିଂ ଆରମ୍ଭ ହୋଇଯାଇଛି। ଏହି ଚଳଚ୍ଚିତ୍ରଟି ବିଦେଶରେ ‘ପଠାନ’ର ରେକର୍ଡ ଭାଙ୍ଗିବାକୁ ପ୍ରସ୍ତୁତ ହେଉଛି।

Advertisment

ଶାହରୁଖ ଖାନଙ୍କ ‘ପଠାନ’ ବ୍ଲକବଷ୍ଟର ହୋଇ ବଲିଉଡରେ ଲାଗିଥିବା ବୟକଟ ଗ୍ରହଣକୁ ଶେଷ କରିଥିଲା। ବର୍ତ୍ତମାନ ଅଭିନେତା ‘ଜବାନ୍’‌ ସହ ଆସୁଛନ୍ତି। ଏ ବିଷୟରେ ଶାହାରୁଖ ଖାନ ନିକଟରେ ଏକ ଟୁଇଟ୍ କରିଛନ୍ତି ଯେଉଁଥିରେ ସେ ‘ଜବାନ୍’‌ର ଅନେକ ଚେହେରା ଦେଖାଇଛନ୍ତି।

କିଛି ଦିନ ପୂର୍ବରୁ ଯେତେବେଳେ ‘ଜବାନ’ର ପ୍ରୀଭ୍ୟୁ ରିଲିକ୍ ହୋଇଥିଲା, ସେତେବେଳେ ଶାହରୁଖ ଖାନ ଏଥିରେ ବିଭିନ୍ନ ରୂପରେ ଦେଖାଦେଇଥିଲେ। କେତେବେଳେ ସେ ମାସ୍କ ପିନ୍ଧିଥିଲେ ତ ପୁଣି କେତେବେଳେ ସେ ମୁହଁରେ ବ୍ୟାଣ୍ଡେଜ୍ ଗୁଡେଇବା ଅବସ୍ଥାରେ ତ ପୁଣି ଲଣ୍ଡିତ ମସ୍ତକରେ ନଜର ଆସିଥିଲେ। ଏସବୁ ଦେଖିବା ପରେ ପ୍ରଶଂସକମାନେ ଫିଲ୍ମ ପାଇଁ ପାଗଳ ହୋଇପଡିଛନ୍ତି।

Advertisment

ସୋସିଆଲ ମିଡିଆରେ ଫିଲ୍ମର ଅନେକ ଚେହେରା ଶେୟାର କରି ଶାହରୁଖ ଖାନ ଲେଖିଛନ୍ତି, "ୟେ ତୋ ଶୁରୁଆତ ହେ... ନ୍ୟାୟ କେ କଇ ଚେହେରେ... ୟେ ତୀର ହେ, ଅଭୀ ଢାଲ୍ ବାକି ହେ... ୟେ ଅନ୍ତ ହେ, ଅଭି କାଲ ବାକି ହେ... ୟେ ପୁଛ୍‌ ନା ହେ ଖୁଦ୍‌ ସେ କୁଛ୍... ଅଭି ଜବାବ ବାକି ହେ। ହର୍ ଚେହରେ କେ ପିଛେ ଏକ ମକସଦ ହେ, ଲେକିନ୍ ଅଭି ତୋ ୟହ ବସ୍ ଶୁରୁଆତ ହେ... ଆଗେ କି ଜାନକାରି କେ କିଏ ଅଭି ଇନ୍ତଜାର କରେ!!!”

ଆଡଭାନ୍ସ ବୁକିଂ ବିଷୟରେ କହିବାକୁ ଗଲେ ଶାହରୁଖ ଖାନଙ୍କ ପ୍ରଶଂସକମାନେ ସାରା ବିଶ୍ୱରେ ଛାଇଯାଇଛନ୍ତି, ଯାହା ‘ଜବାନ’ର ଅଗ୍ରୀମ ବୁକିଂକୁ ଜଣାପଡେ। ‘ଜବାନ’ ରିଲିଜ୍‌ ହେବାର ଏକ ମାସ ପୂର୍ବରୁ ଆମେରିକାରେ ଫିଲ୍ମର ଆଗୁଆ ବୁକିଂ ପାଇଁ ଟିକେଟ୍ କାଉଣ୍ଟର ଖୋଲାଯାଇଛି। ଫିଲ୍ମ ମଧ୍ୟ ଖୁବ ରୋଜଗାର କରୁଛି। ପ୍ରକାଶଥାଉ ଯେ ଆମେରିକାର ୪୦୭ ସ୍କ୍ରିନ୍‌ରେ ‘ଜବାନ’ ମୁକ୍ତିଲାଭ କରିବ।

ପ୍ରଥମ ଦିନରେ ଫିଲ୍ମର ୧୭୭୭ ଶୋ ରଖାଯାଇଛି। ଅନ୍ୟପକ୍ଷରେ, ଫିଲ୍ମ ପାଇଁ ୧୧,୮୮୦ ଟିକେଟ୍ ବିକ୍ରି ହୋଇସାରିଛି। ଏହା ସହିତ ଏହି ଚଳଚ୍ଚିତ୍ରଟି ୧.୫୨ କୋଟିର ଏକ ଓଭର୍‌ସୀଜ୍ ବକ୍ସ ଅଫିସ ରୋଜଗାର କରିସାଇଲାଣି।

'ଜବାନ୍' ଏଟ୍‌ଲୀଙ୍କ ନିର୍ଦ୍ଦେଶିକ, ଗୌରୀ ଖାନ୍‌ଙ୍କ ଦ୍ୱାରା ନିର୍ମିତ ରେଡ୍ ଚିଲିସ୍ ଏଣ୍ଟର୍‌ଟେନମେଣ୍ଟ୍ ଦ୍ୱାରା ପ୍ରସ୍ତୁତ ଏକ ଆକ୍ସନ ଫିଲ୍ମ। ଏହି ଚଳଚ୍ଚିତ୍ରଟି ହିନ୍ଦୀ, ତାମିଲ ଏବଂ ତେଲୁଗୁ ଭାଷାରେ ୭ ସେପ୍ଟେମ୍ବର ୨୦୨୩ ମୁକ୍ତିଲାଭ କରିବ।

Bollywood Pathan Shahrukh Khan
Advertisment
Advertisment