Advertisment

୪ ଥର ରିଲିଜ୍ ତାରିଖ ଘୁଞ୍ଚିବା ପରେ ଶେଷରେ ରିଲିଜ୍‌ ହେଲା ‘ଜର୍ସି’

ଶେଷର ରିଲିଜ୍ ହେଲା ବଲିଉଡ୍‌ ଅଭିନେତା ସାହିଦ୍ କପୁରଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଜର୍ସିି’(Jersey)। ୪ ଥର ଫିଲ୍ମର ରିଲିଜ୍ ତାରିଖ ଘୁଞ୍ଚିବା ପରେ ଶେଷରେ ଆଜି ରିଲିଜ୍‌ ହୋଇଛି।

author-image
Rajalaxmi Sahoo
Shahid Kapoor's Jersey Released

Shahid Kapoor's Jersey Released

ଶେଷର ରିଲିଜ୍ ହେଲା ବଲିଉଡ୍‌ ଅଭିନେତା ସାହିଦ୍ କପୁରଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଜର୍ସିି’(Jersey)। ୪ ଥର ଫିଲ୍ମର ରିଲିଜ୍ ତାରିଖ ଘୁଞ୍ଚିବା ପରେ ଶେଷରେ ଆଜି ରିଲିଜ୍‌ ହୋଇଛି।କ୍ରିକେଟର ଜୀବନର ସଂଘର୍ଷ ଓ ପରିଣତ ବୟସରେ ପୁଣି ପଡ଼ିଆକୁ ଫେରିବାକୁ ନେଇ ଫିଲ୍ମର କାହାଣୀ ଆଧାରିତ।

Advertisment

ନିଜ ପୁଅ ପାଇଁ ସବୁକିଛି କରିବାକୁ ପ୍ରସ୍ତୁତ ଥିବା କ୍ରିକେଟର ବାପା କ’ଣ କରୁଛନ୍ତି, ତାହା ଫିଲ୍ମର ବେଶ ପ୍ରଭାବୀ ଢଙ୍ଗରେ ଅଭିନୟ କରିଛନ୍ତି ସାହିଦ୍‌।ସାହିଦଙ୍କ ସହ ମୃଣାଳ ଠାକୁର, ପଙ୍କଜ କପୁର ମଧ୍ୟ ନଜର ଆସିଛନ୍ତି। ଜାତୀୟ ପୁରସ୍କାର ବିଜେତା ତେଲୁଗୁ ଫିଲ୍ମ ଜର୍ସିର ଏ ହେଉଛି ରିମେକ୍।ନେଚୁରାଲ୍ ଷ୍ଟାର୍ ନାନିଙ୍କ ଅବିକଳ ଲୁକ୍ ଓ ଷ୍ଟାଇଲ୍‌କୁ ଏଥିରେ କପି କରାଯାଇଛି। ହେଲେ ସାହିଦ୍‌ଙ୍କ ବିନ୍ଦାସ୍ ଆଟିଟ୍ୟୁଡ୍‌, ଷ୍ଟାଇଲିସ୍ ଡାଇଲଗ୍ ଲୋକଙ୍କୁ ବେଶ୍‌ ପସନ୍ଦ ଆସିଛି। 

ରଣଜୀ ଖେଳାଳିଙ୍କ କାହାଣୀ ଉପରେ ଫିଲ୍ମ ‘ଜର୍ସି’ ଆଧାରିତ। ଜଣେ ପ୍ରତିଭାବାନ ଖେଳାଳିଙ୍କ ଜୀବନରେ ଏମିତି କିଛି ଘଟେ ଯାହା ତାଙ୍କୁ କ୍ରିକେଟ୍ ଛାଡ଼ିବାକୁ ବାଧ୍ୟ କରେ। ଫ୍ୟାମିଲ୍ ଲାଇଫ୍‌କୁ ସମ୍ଭାଳିବା ପାଇଁ ପ୍ରତିଟି ମୂହୁର୍ତ୍ତରେ ସଂଘର୍ଷ କରିବାକୁ ପଡ଼ିଥାଏ। ତେବେ ପୁଅର ନିବେଦନ ଓ ପୁଅ ସମ୍ନାରେ ବାପା ନିଜ ସମ୍ମାନକୁ ରଖିବାକୁ ପୁଣିଥରେ କ୍ରିକେଟ୍‌କୁ ଫେରଛନ୍ତି। ଜର୍ସିର ଏହି ସ୍ପୋଟର୍ସ ଡ୍ରାମାକୁ ସାଉଥ୍‌ରେ ଅଡିଏନ୍ସଙ୍କ ଥମ୍ସ ଅପ୍ ମିଳିଥିଲା। ନିର୍ଦ୍ଦେଶକ ଗୌତମ ଏହାକୁ ହିନ୍ଦୀରେ ରିମେକ୍ କରିବାକୁ ଭାବିଥିଲେ। ଆଉ କବିର ସିଂ ପରେ ସାଉଥରେ ପରିଚିତ ହୋଇଥିବା ସାହିଦ୍ ବନି ଯାଇଥିଲେ ଜର୍ସି ପାଇଁ ପ୍ରଥମ ପସନ୍ଦ। 

Advertisment

ତେବେ ଫିଲ୍ମ ‘ଜର୍ସି’ ପାଇଁ ଚ୍ୟାଲେଞ୍ଜ ପାଲଟିଛି କେଜିଏଫ୍୨ର କ୍ରେଜ୍। ସାରା ଦେଶରେ କେଜିଏଫ୍୨କୁ ନେଇ ଏବେ ବି ହଲ୍‌ରେ ଭିଡ଼ ଜମୁଛି। ଏଭଳି ପରିସ୍ଥିତି ଯୋଗୁ ଫିଲ୍ମ ‘ଜର୍ସି’କୁ କମ୍ ସଂଖ୍ୟାରେ ସ୍କ୍ରିନ୍ ମିଳିଛି। ଏହାସହ ଲୋକଙ୍କ ଭିଡ଼ କେଜିଏଫ୍ ପାଇଁ ଥିବାରୁ ଜର୍ସିର ବିଜନେସ୍ ଉପରେ ଏହାର ପ୍ରଭାବ ପଡ଼ିବ ବୋଲି ଜଣାପଡ଼ିଛି।  

Shahid Kapoor Film Jersey Trailer Bollywood Film Jersey
Advertisment
Advertisment