Advertisment

ଛେପ ପକାଇ ଲତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ କି କିଙ୍ଗଖାନ ? ଉଠିଲା ପ୍ରଶ୍ନ

ଲତା ମଙ୍ଗେସକରଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ବେଳେ ମାସ୍କ ଖୋଲି ଛେପ ପକାଇଥିଲେ କି କିଙ୍ଗଖାନ? ସାରା ଦେଶରେ ଉଠିଛି ଏମିତି କଥା। ଯାହାକୁ ନେଇ ଉଠିଛି ବିରାଟ ପ୍ରଶ୍ନ। ସତରେ କ’ଣ ଛେପ ପକାଇ ଲତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ କି ଶାହରୁଖ? ଏବେ ଜାଣନ୍ତୁ ପ୍ରକୃତ କଥା...

author-image
Prangyan Parimita
ଅଦ୍ୟତନ ହୋଇଛି
Shah Rukh Khan

Shah Rukh Khan

ଛେପ ପକାଇଲେ କି କିଙ୍ଗଖାନ? ସାରା ଦେଶରେ ଉଠିଲା ଏମିତି ବିବାଦ। ଭାରତ ରତ୍ନ ଲତା ମଙ୍ଗେସକରଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ବେଳେ ଦେଖିବାକୁ ମିଳିଥିଲା ଏପରି ଦୃଶ୍ୟ। ଯାହାକୁ ନେଇ ଉଠିଛି ବିରାଟ ପ୍ରଶ୍ନ । ସତରେ କଣ ଛେପ ପକାଇ ଲତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ କି ଶାହରୁଖ ଖାନ?

Advertisment

ଚାଲିଥିଲା କୋକିଳକଣ୍ଠୀ ତଥା ଭାରତ ରତ୍ନ ଲତା ମଙ୍ଗେସକରଙ୍କ ଅନ୍ତିମ ସଂସ୍କାର କାର୍ଯ୍ୟକ୍ରମ । ଶିବାଜୀ ପାର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଦେଶର ଜଣକ ପରେ ଜଣେ ବିଶିଷ୍ଟ ବ୍ୟକ୍ତି ମରଶରୀର ନିକଟକୁ ଯାଇ ଦେଉଥିଲେ ଶ୍ରଦ୍ଧାସୁମନ। ମାଷ୍ଟର ବ୍ଲାଷ୍ଟର ସଚ୍ଚିନ ତେନ୍ଦୁଲକର ଲତାଙ୍କ ମର ଶରୀର ଛୁଇଁ ଜଣାଇଲେ ଶେଷ ସମ୍ମାନ । ପରେ ଅମର ଆତ୍ମାର ସଦଗତି କାମନା ପାଇଁ ପହଂଚିଥିଲେ କିଙ୍ଗଖାନ ଶାହରୁଖ । ସାଙ୍ଗରେ ଥିଲେ ମ୍ୟାନେଜର ପୂଜା ଦଦଲାନି।

ଗୋଟିଏ ସ୍ଥାନରେ ଠିଆ ହୋଇ ଉଭୟେ ଲତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ। ହେଲେ ତରିକା ଥିଲା ସଂପୂର୍ଣ୍ଣ ଭିନ୍ନ । ନିଜେ ଶାହରୁଖ ଅମର ଆତ୍ମାର ସଦଗତି କାମନା ପାଇଁ ଆଲ୍ଲାଙ୍କୁ ଡାକିଥିଲେ । ଆଉ ପାଖରେ ଠିଆ ହୋଇଥିବା ମ୍ୟାନେଜର ପୂଜା ଭଗବାନଙ୍କ ପାଖରେ ଲତାଜୀଙ୍କ ପାଇଁ ଭଗବାନଙ୍କୁ ପ୍ରାର୍ଥନା କରିଥିଲେ । ଯେଉଁ ଫଟୋଟି ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେଉଛି ।

Advertisment

ତେବେ ଶାହରୁଖଙ୍କ ଅନ୍ୟ ଏକ ଭିଡିଓକୁ ନେଇ ସାରା ଭାରତରେ ଦେଖା ଦେଇଛି ବିବାଦ। ଭାଇରାଲ ହେଉଥିବା ଭିଡିଓରେ ଲତାଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସମୟରେ କିଙ୍ଗଖାନ ମାସ୍କ କାଢି ଛେପ ପକାଉଛନ୍ତି । ଆମ ଗହଣରୁ ବିଦାୟ ନେଇଥିବା କୋକିଳକଣ୍ଠୀ ଲତା ମଙ୍ଗେସକରଙ୍କ ବିୟୋଗରେ ଦେଶରେ ରାଷ୍ଟ୍ରୀୟ ଶୋକ ପାଳନ ହୋଇଥିବା ବେଳେ ସର୍ବସାଧାରଣ ସ୍ଥାନରେ ଶାହରୁଖ ଛେପ ପକାଇବା ନୂଆ ବିବାଦ ଠିଆ କରିଛି ।

ଶିବାଜୀ ପାର୍କରେ ଲତା ମଙ୍ଗେସକରଙ୍କୁ ବଲିଉଡ ଅଭିନେତା ଶାହରୁଖ ଖାନଙ୍କ ଏହି ଶ୍ରଦ୍ଧାଞ୍ଜଳି ଭିଡିଓଟି ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସୁର ସାମ୍ରାଜ୍ଞୀଙ୍କୁ କିଙ୍ଗଖାନ ଛେପ ପକାଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିବା ଅଭିଯୋଗ ହୋଇଛି। କିଛି ଲୋକ ସୋସିଆଲ ମିଡିଆରେ ପ୍ରଶ୍ନ କରିଛନ୍ତି ଏହା ଇସଲାମ ଧର୍ମ ଅନୁଯାୟୀ ଅନ୍ତିମ ଦର୍ଶନ ପ୍ରକ୍ରିୟା ନା ଜାଣିଶୁଣି ସେ ଏଭଳି କରିଛନ୍ତି?

ଟ୍ୱିଟରରେ ଜଣେ ୟୁଜର ଶାହରୁଖଙ୍କ ଛେପ ବିବାଦ ଉପରେ ମନ୍ତବ୍ୟ ଦେଇ ଲେଖିଛନ୍ତି, ଛେପ ସହିତ ମୁସଲମାନମାନଙ୍କର କ’ଣ ସମ୍ପର୍କ ରହିଛି? ଶାହାରୁଖ ଖାନ ଛେପ ପକାଉଥିଲେ କି? ଏହା ଲେଖି ସେ ଭିଡିଓଟିକୁ ସେୟାର କରିଛନ୍ତି। ତେବେ ଏହାର ଜବାବରେ ଆନ୍ୟ ଜଣେ ବ୍ୟକ୍ତି ଲେଖିଛନ୍ତି, ଲତାଜୀଙ୍କ ପାଇଁ ଶାହରୁଖ ପ୍ରାର୍ଥନା ବା ଦୁଆ କରିଛନ୍ତି। ଛେପ ପକାଇବା ଭଳି ଫୁଙ୍କ ମାରିବା 'ଅନ୍ତିମ ମୁସଲିମ୍ ତସଲିମ୍'ର ଏକ ପ୍ରଣାଳୀ ଅଟେ।

ଯେଉଁଥିରେ ଏକ ବାକ୍ୟ ଉଚ୍ଚାରଣ କରାଯାଇ ଆତ୍ମାର ଶାନ୍ତି ପାଇଁ ପ୍ରାର୍ଥନା କରାଯାଇଥାଏ। ଏଇଥି ପାଇଁ ସର୍ବସମ୍ମୁଖରେ ଲତା ଦିଦିଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସମୟରେ ଶାହରୁଖ ଛେପ ପକାଇ ଆତ୍ମାର ସଦଗତି ପାଇଁ ଆଲ୍ଲାଙ୍କ ପାଖରେ ପ୍ରାର୍ଥନା କରିଛନ୍ତି ବୋଲି କୁହାଯାଉଛି।

Shah Rukh Khan
Advertisment
Advertisment