• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ବଲିଉଡ୍‌ର କିଙ୍ଗଖାନ୍‌ ଶାହରୁଖ୍‌ । ସାରା ବିଶ୍ୱରେ ତାଙ୍କର କୋଟି କୋଟି ଫ୍ୟାନ୍ସ ରହିଛନ୍ତି । କେବଳ ବଲିଉଡ୍‌ କାହିଁକି କ୍ରିକେଟ୍‌ ଜଗତରେ ମଧ୍ୟ ଶାହରୁଖ୍‌ଙ୍କ ନିଆରା ପରିଚୟ ରହିଛି । କ୍ରିକେଟ୍‌ ପ୍ରତି ତାଙ୍କର ଦୁର୍ବଳତା ରହିଥିବାର ସମସ୍ତେ ଜାଣିଥିବେ । ଆଇପିଏଲ୍‌ରେ ତାଙ୍କର କୋଲକାତା ନାଇଟ୍‌ ରାଇଡର୍ସ ଦଳ ମଧ୍ୟ ରହିଛି । କେକେଆର୍‌ର ପ୍ରତିଟି ମ୍ୟାଚ୍‌ରେ ଖେଳାଳିଙ୍କୁ ଉତ୍ସାହିତ କରିବା ପାଇଁ ଷ୍ଟାଡିୟମ ପହଞ୍ଚିଯାଆନ୍ତି ଶାହାରୁଖ୍ ।

ଗୁରୁବାର କୋଲକାତାର ଇଡେନ ଗାର୍ଡେନ ଷ୍ଟାଡିୟମରେ କେକେଆର୍‌ ଓ ଆର୍‌ସିବି ମଧ୍ୟରେ ମ୍ୟାଚ୍‌ ଖେଳାଯାଇଥିଲା । ଟିମ୍‌କୁ ସମର୍ଥନ କରିବା ପାଇଁ ସେ ନିଜ ଝିଅ ସୁହାନା ଖାନ୍‌ଙ୍କ ସହ ମ୍ୟାଚ୍‌ ଦେଖିବାକୁ ଆସିଥିଲେ । ସେହି ମ୍ୟାଚ୍‌ରେ କେକେଆର୍‌ ଆର୍‌ସିବିକୁ ପରାସ୍ତ କରିଥିଲା ।

ଶାହରୁଖ୍‌ଙ୍କୁ ଦେଖିବା ପାଇଁ ଷ୍ଟାଡିୟମରେ ହଜାର ହଜାର ଦର୍ଶକ ଉପସ୍ଥିତ ରହିଥିଲେ । ସେଥିମଧ୍ୟରୁ ଏମିତି ଜଣେ ଫ୍ୟାନ୍ସ ରହିଥିଲେ, ଯିଏ ଜଣେ ଦିବ୍ୟାଙ୍ଗ । ପୂର୍ବରୁ ମଧ୍ୟ କେକେଆର୍‌ର ଅନେକ ମ୍ୟାଚ୍‌ ସେ ଦେଖିବାକୁ ଆସନ୍ତି । ଫ୍ୟାନ୍‌ଙ୍କ ସହ ସେହି ଭାବପୂର୍ଣ୍ଣ ସାକ୍ଷାତକାରର ଏକ ଭିଡିଓ ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଫ୍ୟାନ୍‌ଙ୍କୁ ଶାହାରୁଖ୍‌ ୧ ଲକ୍ଷ ଟଙ୍କା ଚେକ୍‌ ଦେଇଥିବାର ବି ଚର୍ଚ୍ଚା ହେଉଛି ।

ସେହି ସ୍ପେଶାଲ ଫ୍ୟାନ୍‌ଙ୍କ ନାମ ହେଉଛି ହର୍ଷିଲ । ଭାଇରାଲ ହେଉଥିବା ଭିଡିଓରେ ଦେଖିବାକୁ ମିଳିଛି ଯେ, ଶାହରୁଖ୍‌ ମ୍ୟାଚ୍‌ ସରିବା ପରେ ଗ୍ରାଉଣ୍ତ ବୁଲି ଦର୍ଶକଙ୍କୁ ଚିୟର୍ସ କରୁଥିଲେ । ସେହି ସମୟରେ ତାଙ୍କ ସ୍ପେଶାଲ ଫ୍ୟାନ୍‌ ହର୍ଷିଲ ମଧ୍ୟ ଉପସ୍ଥିତ ଥିଲେ । ଶାହରୁଖ୍‌ ତାଙ୍କ ପାଖକୁ ଯାଇ ତାଙ୍କୁ ସ୍ନେହ କରିବା ସହ ଖୁସିରେ ମୁଣ୍ତକୁ କିସ୍‌ ମଧ୍ୟ କରିଥିଲେ । ହର୍ଷିଲ ଶାହାରୁଖ୍‌ଙ୍କୁ ‘ଆଇ ଲଭ୍‌ ୟୁ’ ମଧ୍ୟ କହୁଛନ୍ତି । ଯାହା ଏବେ ସୋସିଆଲ ମିଡିଆରେ ବେଶ୍‌ ଚର୍ଚ୍ଚା ହେଉଛି ।

 

ତେବେ ଏହି ଭିଡିଓକୁ ଅନେକ ଫ୍ୟାନ୍ସ ନିଜ ଇନ୍‌ଷ୍ଟାଗ୍ରାମ ପେଜ୍‌ରେ ସେୟାର ମଧ୍ୟ କରିଛନ୍ତି । ଫ୍ୟାନ୍‌ଙ୍କ କହିବା କଥା ଏଥିପାଇଁ ଶାହରୁଖ୍‌ଙ୍କୁ କିଙ୍ଗଖାନ କୁହାଯାଏ । ଆଉ ଜଣେ ଫ୍ୟାନ୍‌ କହିଛନ୍ତି କି ଏବେ ବି ମାନବିକତା ବଞ୍ଚିଛି ।

 

କେବଳ ଫ୍ୟାନ୍ସ କାହିଁକି ଶାହରୁଖ୍‌ ଆରସିବି ଅଧିନାୟକ ବିରାଟ କୋହଲିଙ୍କ ସହ ମଧ୍ୟ ମଜାମସ୍ତି କରୁଥିବାର ଦେଖିବାକୁ ମିଳିଛି । ତେବେ ଶାହରୁଖ୍‌ ନିଜର ନିଆରା ଅନ୍ଦାଜ ପାଇଁ ସବୁବେଳେ ଚର୍ଚ୍ଚାରେ ରହୁଥିବା ବେଳେ ଜଣେ ଦିବ୍ୟାଙ୍ଗଙ୍କ ପ୍ରତି ନିଜର ଭଲ ପାଇବା ଅଜାଡ଼ିଦେବା ଦୃଶ୍ୟ ଏବେ ସୋସିଆଲ୍‌ ମିଡିଆରେ ଚହଳ ସୃଷ୍ଟି କରିଛି ।