• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ବର୍ତ୍ତମାନ ପିଢ଼ିରେ ସମସ୍ତଙ୍କ ଘରେ ଟିଭି ଅଛି । ପିଲାଠୁ ବୁଢ଼ା ପର୍ଯ୍ୟନ୍ତ ସମସ୍ତେ ଟିଭି ଦେଖିବାକୁ ଭଲପାଇଥାନ୍ତି ।  ନିଜ ଘରେ ଲୋକେ ଭଳି କି ଭଳି ଅତ୍ୟାଧୁନିକ ସୁବିଧା ଥିବା ଟିଭି ଲଗାଉଛନ୍ତି । ଟିଭିରେ ଆସୁଥିବା ଟିଭି ଷ୍ଟାର୍ ମାନେ ମଧ୍ୟ ନିଜ ଘରେ ଭଳିକି ଭଳି ଟିଭି ଲଗାଇଛନ୍ତି । ଏମାନଙ୍କ ମଧ୍ୟରୁ ବଲିଉଡ୍ ବାଦଶାହା ବା କିଙ୍ଗଖାନ୍ ଶାହରୁଖ୍ ମଧ୍ୟ ନିଜ ଘରେ ଟିଭି ଲାଗାଇଛନ୍ତି । ହେଲେ ଏଠାରେ ପ୍ରଶ୍ନ ଉଠୁଛି କି ସମସ୍ତଙ୍କ ଭଳି ଶାହରୁଖ୍ ମଧ୍ୟ ନିଜ ଘରେ ଟିଭି ଲଗାଇଛନ୍ତି, ହେଲେ ଏଥିରେ ଭିନ୍ନ କଣ ?

ବାସ୍ତବରେ ଶାହରୁଖ୍ ନିଜ ଘରେ ୪୦ ଲକ୍ଷର ଟିଭି ଲଗାଇଛନ୍ତି । ଏହା ଶୁଣିଲେ ହୁଏତ ଆପଣଙ୍କୁ ବିଶ୍ୱାସ ହେଉନଥିବ, ହେଲେ ଏହା ସତ । ଗତକାଲି ନୂଆଦିଲ୍ଲୀସ୍ଥିତ ଏକ ଟିଭିର ବ୍ରାଣ୍ଡ୍ ପ୍ରମୋସନ୍ ଶୋରେ ଶାହରୁଖ୍ ଏହା କହିଛନ୍ତି । ଏନେଇ ସେ କହିଛନ୍ତି ଯେ, ସେ ଏହି ବ୍ରାଣ୍ଡ୍ ର ଫ୍ୟାନ୍ ହୋଇଥିବାରୁ ନିଜ ଘରେ ମଧ୍ୟ ଏହି ବ୍ରାଣ୍ଡ୍ ର ଟିଭିମାନ ଲଗାଇଛନ୍ତି ।

ଏହାସହ ଶାହରୁଖ୍ କହିଛନ୍ତି ଯେ, ‘ ମୋ ବେଡ୍ ରୁମ୍ ରେ ଏହି ବ୍ରାଣ୍ଡ୍ ର ଏକ ଟିଭି ଅଛି । ଆଉ ଗୋଟେ ମୋ ଡ୍ରଇଙ୍ଗ ରୁମ୍ ରେ, ଆଉ ଗୋଟେ ମୋର ସାନ ପୁଅ ଆବ୍ରାମ୍ ରୁମରେ  ଓ ଆଉ ଗୋଟେ ଟିଭି ଆର୍ୟନ୍ ରୁମ୍ ରେ ମଧ୍ୟ ଅଛି । ଏହାସହ ମୁଁ ଅପେକ୍ଷା କରିଛି କେବେ ଆମ ଘରେ ଥିବା ଅନ୍ୟସବୁ ଟିଭି ପୁରୁଣା ହେବ ଯାହା ପରେ ମୁଁ ଖୁବଶୀଘ୍ର ଆହୁରି ନୂଆ ଟିଭି କିଣିବି’ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ‘ ପ୍ରତି ଟିଭିର ମୂଲ୍ୟ ପ୍ରାୟ ଲକ୍ଷେ ଦେଢ଼ ଲକ୍ଷ ଟଙ୍କା ହୋଇଥିବାବେଳେ ସମୁଦାୟ ଟିଭି ପଛରେ ମୁଁ ପ୍ରାୟ ୩୦ରୁ ୪୦ ଲକ୍ଷ ଟଙ୍କା ଖର୍ଚ୍ଚ କରିଛି ’ ।

ଶାହରୁଖ୍ ଙ୍କ ଏହି ଶୋର ଭିଡିଓ ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ୍ ହେବାରେ ଲାଗିଲା । ୟୁଜର୍ସମାନେ ମଧ୍ୟ ଏଥିରେ ଭଳିକି ଭଳି କମେଣ୍ଟ ଦେଇଛନ୍ତି । ଏଥିରେ ଜଣେ ୟୁଜର ଲେଖିଛନ୍ତି ଯେ, ‘ଶାହରୁଖ୍ ଙ୍କ ଘରେ ୩୦ରୁ ୪୦ ଲକ୍ଷ ମୂଲ୍ୟର  ଟିଭି ଅଛି ଜାଣି ମୁଁ ନିଜକୁ ଗରୀବ ଅନୁଭବ କରୁଛି ’ ପୋଷ୍ଟରେ ଆଉ ଜଣେ ୟୁଜର ଲେଖିଛନ୍ତି, ‘ ସାର୍ ଦୟାକରି ମତେ ଗୋଟିଏ ଟିଭି ଗିଫ୍ଟ୍ କରିଦିଅନ୍ତୁ, ମୁଁ ତୁମ ନିକଟରେ କୃତଜ୍ଞ ହେବି ’ ।