Shah Rukh Khan’s Pathaan Beats Baahubali On Day One In Russia
ଭାରତରେ ତଥା ଆନ୍ତର୍ଜାତୀୟ ସ୍ତରରେ ଅନେକ ବକ୍ସ ଅଫିସ୍ ରେକର୍ଡ ଭାଙ୍ଗିଥିବା ଶାହରୁଖ ଖାନ-ଷ୍ଟାରର ‘ପଠାନ’ ଏବେ ପୁଣି ଏକ ରେକର୍ଡ ଭାଙ୍ଗିଛି। ଏହି ଫିଲ୍ମ ଏବେ ଋଷ ଏବଂ କମନ୍ୱେଲଥ୍ ଅଫ୍ ଇନ୍ଡିପେଡେଣ୍ଟ୍ ଷ୍ଟେଟ୍ (CIS) ର ୩,୦୦୦ ରୁ ଅଧିକ ପରଦାରେ ମୁକ୍ତିଲାଭ କରିଛି।
ଶାହରୁଖ ଖାନ ଓ ଦୀପିକା ପାଦୁକନଙ୍କ ଅଭିନୀତ ଏହି ଆକ୍ସନ ସ୍ପାଇ ଫିଲ୍ମ ବିଶ୍ୱ ସ୍ତରରରେ ୧,୦୫୦ କୋଟି ଟଙ୍କା ରୋଜଗାର କରିଥିବା ବେଳେ ଭାରତରେ ୫୨୫ କୋଟି ଏବଂ ବିଦେଶ ବଜାରରେ ୪୮ ମିଲିୟନ ଡଲାର ରୋଜଗାର କରିସାରିଛି।
ଅଧିକ ପଢ଼ନ୍ତୁ: ‘ପଠାନ’ର ସଫଳତା ପରେ ଏତେ କୋଟି ଦେଇ କାର୍ କିଣିଲେ ଶାହରୁଖ
ନିର୍ମାତା ମଧ୍ୟ ଆଶା କରିଛନ୍ତି ଏହି ଫିଲ୍ମ ଋଷ ସମେତ CIS ଦେଶ ଯଥା ଆର୍ମେନିଆ, ଆଜେରବୈଜନ, ବେଲାରଷ, ଜର୍ଜିଆ, କାଜାଖସ୍ତାନ, କିର୍ଗିଜସ୍ଥାନ ଏବଂ ଉଜବେକିସ୍ତାନ ବକ୍ସ ଅଫିସରେ ଭଲ ରୋଜଗାର କରିବ। ଏହି ଫିଲ୍ମ ଜୁଲାଇ ୧୩ ରେ ଏହି ଦେଶର ପ୍ରେକ୍ଷାଳୟଗୁଡିକରେ ମୁକ୍ତିଲାଭ କରିଛି।
ଶାହରୁଖ ଖାନଙ୍କ ‘ପଠାନ’ ବିଶ୍ୱସ୍ତରୀୟ ମୁକ୍ତିଲାଭ କରିବାର ୫ ମାସରୁ ଅଧିକ ଦିନ ପରେ ଋଷ୍ ଏବଂ CIS ଦେଶରେ ମୁକ୍ତିଲାଭ କରିଛି। ତେବେ ସବୁଠାରୁ ବଡ କଥା ହେଲା ରଷିଆନ୍ ଭାଷାରେ ଡବ୍ ହୋଇଥିବା ଭାରତୀୟ ଫିଲ୍ମ ମଧ୍ୟରେ ପ୍ରଥମ ଦିନର ରୋଜଗାରରେ ଏହା ଫିଲ୍ମ ‘ବାହୁବଳୀ’ର ରେକର୍ଡ ଭାଙ୍ଗିଛି।
ଋଷ୍ରେ ପ୍ରଥମ ଦିନର ରୋଜଗାର:
- ପଠାନ – ୪,୯୨,୫୮,୮୩୦କୋଟି
- ବାହୁବଲୀ – ୩,୫୩,୦୧,୫୧୬ କୋଟି
ଆଡଭାନ୍ସ ବୁକିଂ କ୍ଷେତ୍ରରେ ମଧ୍ୟ ଏହି ଫିଲ୍ମଟି ୱିକଏଣ୍ଡ୍ ପାଇଁ ଭଲ କରିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1689338064.jpg)