Advertisment

ବକ୍ସ ଅଫିସରେ ‘ପଠାନ’ର ରାଜତ୍ୱ; ‘ବାହୁବଲୀ ୨’କୁ ପକେଇଲା ତଳେ

‘ପଠାନ’ର ୩୮ତମ ଦିନର ଆୟ ପୁଣି ଏକ ନୂଆ ରେକର୍ଡ ସୃଷ୍ଟି କରିଛି। ଏହା ଫିଲ୍ମ ଏସ୍ ଏସ୍ ରାଜାମୌଲିଙ୍କ ‘ବାହୁବଲୀ ୨’କୁ ଅତିକ୍ରମ କରିଛି। ‘ପଠାନ୍’ ସର୍ବାଧିକ ଆୟ କରିଥିବା ହିନ୍ଦୀ ଚଳଚ୍ଚିତ୍ର ହୋଇପାରିଛି।

ଅଦ୍ୟତନ ହୋଇଛି
Shah Rukh Khan film pathaan dethrones baahubali hindi version

Shah Rukh Khan film pathaan dethrones baahubali hindi version

Advertisment

ଶାହରୁଖ ଖାନ, ଦୀପିକା ପାଦୁକୋନ ଏବଂ ଜନ୍ ଆବ୍ରାହମଙ୍କ ଅଭିନୀତ ‘ପଠାନ’ ର ଦବଦବା ସରୁ ନାହିଁ। ନିକଟରେ ଅକ୍ଷୟ କୁମାର ଏବଂ କାର୍ତ୍ତିକ ଆର୍ଯ୍ୟନଙ୍କ ‘ଶେହଜାଦା’ ରିଲିଜ୍‌ ପରେ ବି ବକ୍ସ ଅଫିସରେ ‘ପଠାନ’ର ରାଜତ୍ୱ ବୃଦ୍ଧି ପାଇବାରେ ଲାଗିଛି।

Advertisment

ବର୍ତ୍ତମାନ ଫିଲ୍ମର ୩୮ତମ ଦିନର ଆୟ ପୁଣି ଏକ ନୂଆ ରେକର୍ଡ ସୃଷ୍ଟି କରିଛି ଏବଂ ଏଥର ଫିଲ୍ମ ଏସ୍ ଏସ୍ ରାଜାମୌଲିଙ୍କ ‘ବାହୁବଲୀ ୨’କୁ ଅତିକ୍ରମ କରିଛି। ‘ପଠାନ୍’ ସର୍ବାଧିକ ଆୟ କରିଥିବା ହିନ୍ଦୀ ଚଳଚ୍ଚିତ୍ର ହୋଇପାରିଛି।

ଅଧିକ ପଢ଼ନ୍ତୁ: 'ପଠାନ' ପ୍ରେମୀଙ୍କ ପାଇଁ ଖୁସି ଖବର, ଡିଲିଟ୍ ହୋଇଥିବା ସିନ୍‌କୁ ଦେଖିପାରିବେ

Advertisment

ଶୁକ୍ରବାର ବକ୍ସ ଅଫିସ୍ ରୋଜଗାର ସାମ୍ନାକୁ ଆସିଛି। ବକ୍ସ ଅଫିସ୍ ୱାର୍ଲ୍ଡୱାଇଡ୍‌ ଅନୁଯାୟୀ, ‘ପଠାନ୍‌’ ୩୮ତମ ଦିନରେ ହିନ୍ଦୀ ଭାଷାରେ ୫୧୧.୭୫ କୋଟି ଟଙ୍କା ରୋଜଗାର କରିଛି। ଏହାସହିତ ସମସ୍ତ ଭାରତୀୟ ଭାଷାରେ ୫୨୯.୪୪ କୋଟି ରୋଜଗାର କରିଛି। ଫିଲ୍ମର ବିଶ୍ୱବ୍ୟାପି ମୋଟ ଆୟ ଦେଖିଲେ ଏହା ୧୦୨୯ କୋଟି ଟଙ୍କା ଛୁଇଁଛି, ଯେଉଁ କାରଣରୁ ପ୍ରଶଂସକମାନେ ବହୁତ ଖୁସି ଅଛନ୍ତି।

Advertisment


‘ବାହୁବଲୀ ୨’କୁ ପଛରେ ପକେଇଲା:

୬ ସପ୍ତାହ ଅର୍ଥାତ୍ ଶୁକ୍ରବାରର ରୋଜଗାର ପରେ ‘ପଠାନ୍’ ବକ୍ସ ଅଫିସ୍‌ରେ ରୋଜଗାର କ୍ଷେତ୍ରରେ ପ୍ରଭାସଙ୍କ ଫିଲ୍ମ ‘ବାହୁବଲୀ ୨’ର ହିନ୍ଦୀ ସଂସ୍କରଣକୁ ପଛରେ ପକେଇଦେଇଛି। ତେବେ ଦୀର୍ଘ ୪ ବର୍ଷ ପରେ ସିଦ୍ଧାର୍ଥ ଆନନ୍ଦଙ୍କ ନିର୍ଦ୍ଦେଶିତ ‘ପଠାନ’ ଦ୍ୱାରା ଶାହରୁଖ ଖାନ ରୂପେଲି ପରଦାକୁ ଫେରିଛନ୍ତି।

ଏଥିସହିତ ଫିଲ୍ମଟି ବକ୍ସ ଅଫିସ୍‌ରେ ଏକ ବ୍ଲକ୍‌ବଷ୍ଟର୍‌ ବୋଲି ପ୍ରମାଣିତ ହୋଇସାରିଛି। ଅନ୍ୟପକ୍ଷରେ, ରୋଜଗାର ବିଷୟରେ କହିବାକୁ ଗଲେ ‘ବାହୁବଲୀ ୨’ର ହିନ୍ଦୀ ସଂସ୍କରଣ ବକ୍ସ ଅଫିସରେ ୫୧୦.୯୯ କୋଟି ଟଙ୍କା ବ୍ୟବସାୟ କରିଥିଲା।​ ୬ଷ୍ଠ ସପ୍ତାହରେ ‘ପଠାନ୍’ ୫୧୧.୭୫ କୋଟି ଟଙ୍କା ରୋଜଗାର କରିଥିବାବେଳେ ଏହା ୧ କୋଟି ଅଧିକ ହୋଇଛି।

ସୂଚନାଥାଉ ଯେ ‘ପଠାନ’ ପରେ ଶାହରୁଖ ଖାନ ତାଙ୍କର ଆଗାମୀ ଚଳଚ୍ଚିତ୍ରଗୁଡ଼ିକର ସୁଟିଂରେ ବ୍ୟସ୍ତ ଅଛନ୍ତି। ଯେଉଁଥିପାଇଁ ସେ ନିକଟରେ ଚେନ୍ନାଇରେ ମଧ୍ୟ ନଜର ଆସିଛନ୍ତି। ଆଗାମି ଦିନରେ ସେ ‘ଯବାନ’ ଏବଂ ‘ଡଙ୍କି’ରେ ଦେଖିବାକୁ ମିଳିବେ। ସଲମାନ ଖାନଙ୍କ ଫିଲ୍ମ ‘ଟାଇଗର ୨’ ରେ ତାଙ୍କର କେମିୟୋ ଖବରକୁ ନେଇ ମଧ୍ୟ ଚର୍ଚ୍ଚା ଜୋର ଧରିଛି।

Bollywood Pathan Shahrukh Khan
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ