Advertisment

ନିଜ ଜୀବନଶୈଳୀକୁ ନେଇ ଏମିତି କହିଲେ ଶାହରୁଖ; ସକାଳ ୫ରେ ଶୋଇ ୯ରେ ଉଠନ୍ତି

ବଲିଉଡ୍‌ କିଙ୍ଗ୍‌ ଶାହରୁଖ ଖାନ ପ୍ରକାଶ କରିଛନ୍ତି ଯେ ସେ ଦିନକୁ ଥରେ ଖାଆନ୍ତି ଏବଂ ମାତ୍ର ୪ ଘଣ୍ଟା ଶୁଅନ୍ତି। ରାତି ୨ଟାରେ ଫେରି ବ୍ୟାୟାମ ମଧ୍ୟ କରନ୍ତି। ତେବେ ଆସନ୍ତୁ ତାଙ୍କ ଜୀନଶୈଳୀକୁ ନେଇ ସେ କ’ଣ କହିଛନ୍ତି ଜାଣିବା।

author-image
Pramod Behera
ଅଦ୍ୟତନ ହୋଇଛି
Shah rukh khan disclosed that his diet and sleep schedule

Shah rukh khan disclosed that his diet and sleep schedule

ବଲିଉଡ୍‌ କିଙ୍ଗ୍‌ ଶାହରୁଖ ଖାନ ତାଙ୍କ କ୍ୟାରିୟରରେ ସମସ୍ତ ପ୍ରକାର ଭୂମିକା ଗ୍ରହଣ କରିଛନ୍ତି। ତାଙ୍କୁ ଜଣେ ରୋମାଣ୍ଟିକ୍ ହିରୋ ଭୂମିକାରେ ବହୁତ ପସନ୍ଦ କରାଯାଇଛି, କିନ୍ତୁ ସେ ଆକ୍ସନ୍ କ୍ଷେତ୍ରରେ ମଧ୍ୟ କୌଣସି ଦିଗ ଛାଡି ନାହାଁନ୍ତି। ତେବେ ଅଭିନେତା ପ୍ରକାଶ କରିଛନ୍ତି ଯେ ସେ ଦିନକୁ ଥରେ ଖାଆନ୍ତି ଏବଂ ମାତ୍ର ୪ ଘଣ୍ଟା ଶୁଅନ୍ତି। ତେବେ ଆସନ୍ତୁ ତାଙ୍କ ଜୀନଶୈଳୀକୁ ନେଇ ସେ କ’ଣ କହିଛନ୍ତି ଜାଣିବା।

Advertisment

ନିକଟରେ ଏକ ସାକ୍ଷାତକାରରେ ଅଭିନେତା ତାଙ୍କ ଜୀବନଶୈଳୀ ବିଷୟରେ କହିଛନ୍ତି। ଶାହରୁଖ ପ୍ରକାଶ କରିଛନ୍ତି ଯେ ସେ ପ୍ରାୟତଃ ସକାଳେ ଶୁଅନ୍ତି ଆଉ ୪/୫ ଘଣ୍ଟା ପରେ ଉଠିଯାଆନ୍ତି। ଶାହରୁଖ ଏହା ମଧ୍ୟ କହିଛନ୍ତି ଯେ ରାତିରେ କାମରୁ ଘରକୁ ଫେରିବା ପରେ ସେ ଶୋଇବା ପୂର୍ବରୁ ବ୍ୟାୟାମ କରିବାକୁ ସମୟ ବାହାର କରନ୍ତି।

ଶାହରୁଖଙ୍କ ଜୀବନଶୈଳୀ:

ଶାହରୁଖ କହିଛନ୍ତି, "ମୁଁ ସକାଳ ୫ଟା ବେଳେ ଶୋଇବାକୁ ଯାଏ। ଯେତେବେଳେ ସମସ୍ତେ ଉଠନ୍ତି, ମୁଁ ଶୋଇଥାଏ। ଆଉ ତା’ପରେ ଯଦି ମୋର ଶୁଟିଂ ଥାଏ, ମୁଁ ପ୍ରାୟ ୯ କିମ୍ବା ୧୦ଟାରେ ଉଠିଯାଏ। କିନ୍ତୁ ତା’ପରେ ମୁଁ ରାତି ୨ଟାରେ ଘରକୁ ଆସେ। ମୁଁ ସ୍ନାନ କରେ ଏବଂ ଶୋଇବା ପୂର୍ବରୁ ବ୍ୟାୟାମ କରେ।" ରିପୋର୍ଟ ଅନୁଯାୟୀ ସେ କେବଳ ଦିନକୁ ଥରେ ଖାଆନ୍ତି। ସେ ପ୍ରତିଦିନ ମାତ୍ର ଅଧ ଘଣ୍ଟା ପାଇଁ ବ୍ୟାୟାମ କରନ୍ତି।

Advertisment
Shah rukh khan disclosed that his diet and sleep schedule
ରାତି ୨ଟାରେ ଘରକୁ ଫେରି ଶୋଇବା ପୂର୍ବରୁ ବ୍ୟାୟାମ କରନ୍ତି

ଚାରି ବର୍ଷର ବିଶ୍ରାମ:

ଚାରି ବର୍ଷର ବିରତିକୁ ନେଇ ଶାହରୁଖ କହିଛନ୍ତି, "୫୫ ବର୍ଷ ବୟସରେ ମୁଁ ଏକ ପ୍ରକାର ବିଶ୍ରାମ ନେଇଥିଲି। ମହାମାରୀ ସମୟରେ ଅନ୍ୟ କିଛି କରିବାର ନ ଥିଲା ଏବଂ ମୁଁ ସମସ୍ତଙ୍କୁ କହୁଥିଲି: ଇଟାଲୀୟ ରାନ୍ଧିବା ଶିଖ ଏବଂ ବ୍ୟାୟାମ କର। ମୁଁ ମଧ୍ୟ ବ୍ୟାୟାମ କଲି ଆଉ ବଡି ବନେଇଲି। ଚାରି ବର୍ଷ ପରେ ଲୋକମାନେ ମୋତେ ମନେ ପକେଇବାକୁ ଲାଗିଲେ କାରଣ ଏହା ପୂର୍ବରୁ ମୁଁ ସମସ୍ତଙ୍କ ମୁହଁରେ ଥିଲି।”

Shah rukh khan disclosed that his diet and sleep schedule
ଚାରି ବର୍ଷ ପରେ ଫିଲ୍ମ 'ପଠାନ'ରେ ଫେରିଲେ

ପୁରସ୍କାରରେ ସମ୍ମାନିତ:

ନିକଟରେ ତାଙ୍କୁ ଲୋକାର୍ନୋ ଫିଲ୍ମ ଫେଷ୍ଟିଭାଲରେ 'ପାର୍ଡୋ ଆଲା କାରିଆରା' ପୁରସ୍କାରରେ ସମ୍ମାନିତ କରାଯାଇଛି। ତିନି ଦଶନ୍ଧିରୁ ଅଧିକ ସମୟ ଧରି ତାଙ୍କ ଚଳଚ୍ଚିତ୍ର କ୍ୟାରିୟରରେ ସେ ଅନେକ ପୁରସ୍କାର ପାଇଛନ୍ତି। ନିକଟରେ ଅଭିନେତା ଏ ବିଷୟରେ କହିଛନ୍ତି।

ଏକ ସାକ୍ଷାତକାରରେ ଅଭିନେତା ସ୍ୱୀକାର କରିଛନ୍ତି ଯେ ସେ ପୁରସ୍କାର ପାଇବାକୁ ଭଲ ପାଆନ୍ତି। ତାଙ୍କ ପାଖରେ ପ୍ରାୟ ୩୦୦ ପୁରସ୍କାର ଅଛି ବୋଲି ସେ ପ୍ରକାଶ କରିଛନ୍ତି। ତାଙ୍କ ଘରେ ଏପରି ପୁରସ୍କାରଗୁଡିକ ପାଇଁ ସ୍ୱତନ୍ତ୍ର ଭାବେ ଏକ ଅଲଗା କୋଠରୀ ମଧ୍ୟ ଅଛି।

Shah rukh khan disclosed that his diet and sleep schedule
'ପାର୍ଡୋ ଆଲା କାରିଆରା' ପୁରସ୍କାରରେ ସମ୍ମାନିତ

'କିଙ୍ଗ୍‌' ପାଇଁ ଓଜନ ହ୍ରାସ:

ଅଭିନେତା ଏହା ପୂର୍ବରୁ ଆଉ ଏକ ସାକ୍ଷାତକାରରେ କହିଥିଲେ ଯେ ମୋର “ପରବର୍ତ୍ତୀ ଫିଲ୍ମ ହେଉଛି 'କିଙ୍ଗ୍‌', ଯାହା ଉପରେ ମୋତେ କାମ ଆରମ୍ଭ କରିବାକୁ ପଡିବ। ମୋତେ ଟିକିଏ ଓଜନ ହ୍ରାସ କରିବାକୁ ପଡିବ, ଟିକିଏ ଷ୍ଟ୍ରେଚ୍ କରିବାକୁ ପଡିବ, ଯାହାଫଳରେ ଆକ୍ସନ କରିବା ସମୟରେ ମୋ ଅଣ୍ଟାରେ ଯନ୍ତ୍ରଣା ହେବ ନାହିଁ। ଏହା ଯନ୍ତ୍ରଣାଦାୟକ ଅଟେ। ଆକ୍ସନ୍ ପରେ ମୋତେ ସେଟ୍‌ରେ ଦେଖିବା ସବୁଠାରୁ ଖରାପ, କାରଣ ମୁଁ ଫିଲ୍ମରେ ପ୍ରକୃତରେ ଭଲ ଦେଖାଯାଏ, କିନ୍ତୁ ମୁଁ ସମ୍ପୂର୍ଣ୍ଣ ଭାବେ ବନ୍ଧା ହୋଇଛି ଏବଂ ଆପଣମାନଙ୍କୁ ଦେଖେ ଏବଂ ଫ୍ଲାଇଙ୍ଗ୍ କିସ୍ ଦିଏ।”

Shah rukh khan disclosed that his diet and sleep schedule
ଝିଅ ସୁହାନା ଖାନଙ୍କ ସହ 'କିଙ୍ଗ୍‌'ରେ ନଜର ଆସିବେ ଶାହରୁଖ

ପ୍ରକାଶଥାଉ ଯେ ଶାହାରୁଖ ସୁଜୟ ଘୋଷଙ୍କ 'କିଙ୍ଗ୍‌'ରେ ଝିଅ ସୁହାନା ଖାନ ଏବଂ ଅଭିଷେକ ବଚ୍ଚନଙ୍କ ସହ ନଜର ଆସିବେ। ଫିଲ୍ମ ‘କିଙ୍ଗ୍‌’ ଏକ ହାଇ-ଏନର୍ଜି ଆକ୍ସନ୍ ଥ୍ରୀଲର ହେବ।

Bollywood Shahrukh Khan
Advertisment
Advertisment