Advertisment

ଇତିହାସ ରଚିଲେ ଶାହରୁଖ; ଏମିତି କରି ପ୍ରଥମ ଭାରତୀୟ ଅଭିନେତା ହୋଇଗଲେ

ଶାହରୁଖ ପ୍ରଥମ ଭାରତୀୟ ଅଭିନେତା ହୋଇପାରିଛନ୍ତି ଯିଏ ଗୋଟିଏ ବର୍ଷରେ ବିଶ୍ୱବ୍ୟାପୀ ୨୦୦୦କୋଟି ଟଙ୍କା ରୋଜଗାର କରିଛନ୍ତି। ଶାହରୁଖ ଏହି ରେକର୍ଡ କରି ପ୍ରଭାସଙ୍କୁ ମଧ୍ୟ ପଛରେ ପକେଇ ଦେଇଛନ୍ତି।

author-image
Pramod Behera
shah rukh khan becomes first Indian actor to earn 2000 crore worldwide in a year

shah rukh khan becomes first Indian actor to earn 2000 crore worldwide in a year

୨୦୨୩ ବର୍ଷ ବକ୍ସ ଅଫିସରେ ସମ୍ପୂର୍ଣ୍ଣ ଭାବେ ଶାହରୁଖ ଖାନଙ୍କ ବର୍ଷ କହିଲେ ଅତ୍ୟୁକ୍ତି ହେବ ନାହିଁ। 'ପଠାନ୍' ୧୦୦୦ କୋଟି ଅତିକ୍ରମ କରିଥିବା ବେଳେ 'ଜବାନ୍' ମଧ୍ୟ କିଛି ଦିନ ମଧ୍ୟରେ ୧୦୦୦ କୋଟି ଟଙ୍କା ଅତିକ୍ରମ କରିଯିବ। ଏଭଳି ପରିସ୍ଥିତିରେ ଶାହରୁଖ ଖାନ ଏକମାତ୍ର ଭାରତୀୟ ଅଭିନେତା ହୋଇପାରିଛନ୍ତି ଯିଏକି ଗୋଟିଏ ବର୍ଷରେ ବିଶ୍ୱବ୍ୟାପୀ ୨୦୦୦ କୋଟି ଟଙ୍କା ରୋଜଗାର କରିପାରିଛନ୍ତି। ଏହି ଇତିହାସ ପୂର୍ବରୁ କେହି କରିନାହାଁନ୍ତି।

Advertisment

ଇଣ୍ଡଷ୍ଟ୍ରି ଟ୍ରାକର୍ ସାକନିକ୍ଲଙ୍କ ଏକ ରିପୋର୍ଟ ଅନୁଯାୟୀ, ଶାହରୁଖ ପ୍ରଥମ ଭାରତୀୟ ଅଭିନେତା ହୋଇପାରିଛନ୍ତି ଯିଏ ଗୋଟିଏ ବର୍ଷରେ ବିଶ୍ୱବ୍ୟାପୀ ୨୦୦୦କୋଟି ଟଙ୍କା ରୋଜଗାର କରିଛନ୍ତି। ଶାହରୁଖ ଏହି ରେକର୍ଡ କରି ପ୍ରଭାସଙ୍କୁ ମଧ୍ୟ ପଛରେ ପକେଇ ଦେଇଛନ୍ତି। ପ୍ରଭାସଙ୍କ 'ବାହୁବଲୀ ୨' ୨୦୧୭ରେ ସାରା ବିଶ୍ୱରେ ୧୭୦୦ କୋଟି ଟଙ୍କା ଆୟ କରିଥିଲା।

ଶାହାରୁଖ YRF ସ୍ପାଏ ୟୁନିଭର୍ସର ଫିଲ୍ମ 'ପଠାନ' ସହିତ ବର୍ଷ ଆରମ୍ଭ କରିଥିଲେ। ଏହାର ବିଶ୍ୱବ୍ୟାପୀ ରୋଜଗାର ୧୦୫୫ କୋଟିରୁ ଅଧିକ ଥିଲା। ଏହି ଚଳଚ୍ଚିତ୍ରଟି କେବଳ ଭାରତରେ ୬୫୮ କୋଟି ଟଙ୍କା ଆୟ କରିଥିବା ବେଳେ ବିଦେଶରେ ୩୯୭ କୋଟି ଟଙ୍କା ରୋଜଗାର କରିଥିଲା।

Advertisment

ବର୍ତ୍ତମାନ ଶାହରୁଖଙ୍କ 'ଜବାନ୍' ଯେଉଁଭଳି ଭାବେ ରୋଜଗାର କରୁଛି, ଏହା ନିଶ୍ଚିତ ଭାବରେ 'ପଠାନ୍'ର ରେକର୍ଡ ଭାଙ୍ଗିବ। ଏହି ଚଳଚ୍ଚିତ୍ର ୧୬ ଦିନ ମଧ୍ୟରେ ୯୪୫ କୋଟିରୁ ଅଧିକ ଟଙ୍କା ରୋଜଗାର କରିସାରିଲାଣି। ଏଥିମଧ୍ୟରୁ କେବଳ ଭାରତରେ ମୋଟ ୬୪୦ କୋଟି ଟଙ୍କା ରୋଜଗାର କରିଛି।

ଚଳିତ ବର୍ଷ ଏହି ଦୁଇ ଫିଲ୍ମର ମୋଟ ରୋଜଗାର ଦେଖିଲେ ତାହା ୨୦୦୦ କୋଟିରୁ ଅଧିକ। ସାକ୍‌ନିକ୍ଲଙ୍କ ଅନୁଯାୟୀ, ଶାହରୁଖଙ୍କ 'ଡଙ୍କି' ଆସିବା ବେଳକୁ 'ଜବାନ୍' ୧୧୫୦ କୋଟିରୁ ଅଧିକ ଟଙ୍କା ରୋଜଗାର କରିସାରିଥିବ। ତେବେ 'ଡଙ୍କି' ଡିସେମ୍ବର ୨୨ରେ ରିଲିଜ୍ ହେବାର ଯୋଜନା ରହିଛି। ଏଭଳି ପରିସ୍ଥିତିରେ ଡିସେମ୍ବର ୩୧ ପର୍ଯ୍ୟନ୍ତ ପ୍ରଥମ ଦଶ ଦିନରେ ଏହା ୫୦୦ ରୁ ୫୫୦ କୋଟି ଟଙ୍କା ରୋଜଗାର କରିବ। ତେବେ ଶାହରୁଖ ଚଳିତ ବର୍ଷ ଶେଷ ସୁଦ୍ଧା ଗୋଟିଏ ବର୍ଷରେ ୨୭୦୦ କୋଟି ଟଙ୍କା ରୋଜଗାର କରିଥିବା ଅଭିନେତା ହୋଇଯିବେ।

ଏହି ସମସ୍ତ ରୋଜଗାର କେବଳ ବକ୍ସ ଅଫିସରେ ହୋଇଛି। ଯଦି ସାଟେଲାଇଟ୍, OTT ଏବଂ ମ୍ୟୁଜିକ୍ ରାଇଟ୍ସ ଏଥିରେ ଯୋଗ କରାଯାଏ, ତେବେ ଏହି ସଂଖ୍ୟା ବହୁତ ଆଗକୁ ଯିବ। ନେଟ୍‌ଫ୍ଲିକ୍ସ 'ଜବାନ'ର ଡିଜିଟାଲ ଅଧିକାରକୁ ୨୫୦ କୋଟି ଟଙ୍କାରେ କିଣିଛି। ଏହାର ସାଟେଲାଇଟ୍ ଅଧିକାର ମଧ୍ୟ ବହୁତ ମୂଲ୍ୟରେ ବିକ୍ରି ହୋଇଛି। ଏକ ରିପୋର୍ଟ ଅନୁଯାୟୀ ଜି ଷ୍ଟୁଡିଓ ଏହି ଫିଲ୍ମକୁ ୮୦ କୋଟିରେ କିଣିଛି।

ତେବେ ‘ଜବାନ୍’ ଭାରତୀୟ ବକ୍ସ ଅଫିସରେ ହଇଚଇ ସୃଷ୍ଟି କରିଥିବା ବେଳେ ପ୍ରତିଦିନ ନୂଆ ରେକର୍ଡ ସୃଷ୍ଟି କରୁଛି।

Bollywood Shahrukh Khan
Advertisment
Advertisment