୪ ବର୍ଷ ହେଲା ଫିଲ୍ମ ଆସିନି ତଥାପି ଷ୍ଟାରଡମ୍ କମିନି ! ଟମ କ୍ରୁଜ୍‌ଙ୍କୁ ବି ପଛରେ ପକାଇଲେ

ଖାଲି ରକେଟ୍ରି ନୁହେଁ, ସେ ବ୍ରହ୍ମାସ୍ତ୍ରରେ ବି ଏକ ଛୋଟ ରୋଲ କରି ପରଦାକୁ ଆସିଥିଲେ । ଏବେ ଶାହରୁଖ୍‌ଙ୍କ ଫିଲ୍ମ ପଠାନ୍‌ ରିଲିଜ୍‌ ଅପେକ୍ଷାରେ ରହିଛି । 

Shah Rukh Khan

ଶାହରୁଖ୍‌ ଖାନ୍‌ ବିଶ୍ୱର ୪ ନମ୍ବର ଧନୀ ଅଭିନେତା । ଏକଥା ଆମେ କହୁ ନାହୁଁ । ବିଭିନ୍ନ ଆନ୍ତର୍ଜାତୀୟ ଗଣମାଧ୍ୟମରେ ଏହି ରିପୋର୍ଟ ପ୍ରକାଶ ପାଇଛି । ଗତ ୪ ବର୍ଷ ହେବ ଶାହରୁଖ ଖାନ୍‌ ଙ୍କର କୌଣସି ଫିଲ୍ମ ପରଦାକୁ ଆସି ନାହିଁ । କିନ୍ତୁ ଫିଲ୍ମ ରକେଟ୍ରିରେ ଏକ କେମିଓ ରୋଲ୍‌ କରିଥିଲେ । ଏହା ସତ୍ତ୍ୱେ ବି ତାଙ୍କର ଲୋକପ୍ରିୟତା ହ୍ରାସ ପାଇ ନାହିଁ କିମ୍ବା ତାଙ୍କର ଷ୍ଟାର୍‌ଡମ୍‌ରେ କିଛି ଫରକ ପଡ଼ିନାହିଁ । ଲୋକମାନେ ଏବେ ବି ତାଙ୍କୁ ସେତିକି ଭଲ ପାଉଛନ୍ତି । ଶାହରୁଖ ଖାନ୍ ସାରା ବିଶ୍ୱରେ ଦର୍ଶକଙ୍କ ମନରେ ନିଜ ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରି ପାରିଛନ୍ତି । ଖାଲି ରକେଟ୍ରି ନୁହେଁ, ସେ ବ୍ରହ୍ମାସ୍ତ୍ର ରେ ବି ଏକ ଛୋଟ ରୋଲ କରି ପରଦାକୁ ଆସିଥିଲେ । ଏବେ ଶାହରୁଖ୍‌ଙ୍କ ଫିଲ୍ମ ପଠାନ୍‌ ରିଲିଜ୍‌ ଅପେକ୍ଷାରେ ରହିଛି । 

ଏତେ କମ୍‌ ଫିଲ୍ମ ଆସିଥିଲେ ମଧ୍ୟ ଶାହରୁଖ୍‌ (୭୭୦ ମିଲିୟନ୍‌ ଡଲାର) ବିଶ୍ୱର ୪ ନମ୍ବର ଧନୀ ଅଭିନେତା । ସେ ଟମ୍‌ କ୍ରୁଜ୍‌ଙ୍କୁ ପଛରେ ପକାଇ ଏବେ ୪ ନମ୍ବର ସ୍ଥାନରେ ରହିଛନ୍ତି । ଟମ୍‌ କ୍ରୁଜ୍‌ ଏବେ ୫ ନମ୍ବର ସ୍ଥାନକୁ ଖସି ଆସିଛନ୍ତି । ତାଙ୍କ ତଳକୁ ରହିଛନ୍ତି ଜ୍ୟାକି ଚେନ୍‌ ଏବଂ ୭ ନମ୍ବର ସ୍ଥାନରେ ରହିଛନ୍ତି ଜର୍ଜ କ୍ଲୁନି । ଆଉ ପ୍ରଥମ ସ୍ଥାନରେ ରହିଛନ୍ତି ଜେରୀ ସେନ୍‌ ଫିଲ୍ଡ (୧ ବିଲିୟନ୍‌ ଡଲାର)। ଦ୍ୱିତୀୟରେ ଟେଲର ପେରୀ (୧ ବିଲିୟନ୍‌ ଡଲାର) । ତୃତୀୟରେ ଡ୍ୱେନ୍‌ ଜନ୍‌ସନ୍‌ (୮୦୦ ମିଲିୟନ୍ ଡଲାର) ।

ଅଧିକ ପଢ଼ନ୍ତୁ: ଶାହରୁଖ୍‌ ଖାନ୍‌ଙ୍କ ମାସିକ ରୋଜଗାର କେତେ ? ସିଧା ପଚାରିଦେଲେ ଫ୍ୟାନ୍‌...