Advertisment

ପାକିସ୍ତାନରୁ ଭାରତ ଆସିବା ପରେ ଖୋଲିଗଲା ଭାଗ୍ୟ; ବଲିଉଡ୍‌ରେ ହିରୋଇନ୍ ହେବେ ସୀମା ହାଇଦର!

ସୀମା ହାଇଦର ପାକିସ୍ତାନରୁ ଭାରତ ଆସିବା ମାତ୍ରେ ତାଙ୍କ ଭାଗ୍ୟ ବଦଳିଯାଇଛି। ସୀମା ତାଙ୍କ ସ୍ୱପ୍ନରେ ବି ଯାହା କେବେ ଭାବି ନଥିଲେ, ବର୍ତ୍ତମାନ ତାହା ସତ ହେବାକୁ ଯାଉଛି। ଶୁଣାଯାଉଛି ଯେ ବର୍ତ୍ତମାନ ସୀମା ବଲିଉଡର ହିରୋଇନ୍ ହେବାର ସୁଯୋଗ ପାଇଛନ୍ତି।

ଅଦ୍ୟତନ ହୋଇଛି
Seema Haider News

Seema haider and sachin meena got bollywood offer

Advertisment

ସୀମା ହାଇଦର ଏବଂ ସଚିନଙ୍କ ପ୍ରେମ କାହାଣୀ ଏମିତି ଯେ ଏହା କୌଣସି ଏକ ଫିଲ୍ମ ଠାରୁ ବି କମ ନୁହେଁ। ସଚିନ୍‌ଙ୍କ ପ୍ରେମ ପାଇଁ ସୀମା ନିଜ ପରିବାର ଏବଂ ଦେଶକୁ ଛାଡି ଭାରତ ଚାଲିଆସିଲେ। କିନ୍ତୁ ସବୁଠାରୁ ବଡ କଥା ହେଲା ସୀମା ପାକିସ୍ତାନରୁ ଭାରତ ଆସିବା ମାତ୍ରେ ତାଙ୍କ ଭାଗ୍ୟ ବଦଳିଯାଇଛି। ସୀମା ତାଙ୍କ ସ୍ୱପ୍ନରେ ବି ଯାହା କେବେ ଭାବି ନଥିଲେ, ବର୍ତ୍ତମାନ ତାହା ସତ ହେବାକୁ ଯାଉଛି। ଶୁଣାଯାଉଛି ଯେ ବର୍ତ୍ତମାନ ସୀମା ବଲିଉଡର ହିରୋଇନ୍ ହେବାର ସୁଯୋଗ ପାଇଛନ୍ତି।

Advertisment

ଅଧିକ ପଢ଼ନ୍ତୁ: ଭାଇରାଲ୍ ହେଉଛି ପାକିସ୍ତାନ 'ସ୍ପାଇ' ସୀମା ହାଇଦରଙ୍କ ଜବରଦସ୍ତ ଡ୍ୟାନ୍ସ; କିଏ କହୁଛି ରବୀନା ଟଣ୍ଡନ ବି ଫେଲ୍ ମାରିବେ

ସୀମା ହାଇଦର ଏବଂ ସଚିନଙ୍କ ପ୍ରେମ PUBG ମାଧ୍ୟମରେ ସାମ୍ନାକୁ ଆସିଛି, ଯାହା ବର୍ତ୍ତମାନ ଚର୍ଚ୍ଚାରେ ରହିଛି। ଉଭୟଙ୍କ ପ୍ରେମକୁ ନେଇ ଯେତିକି ଚର୍ଚ୍ଚା ହେଉଛି, ଉଭୟଙ୍କ ଆର୍ଥିକ ଅବସ୍ଥାକୁ ନେଇ ମଧ୍ୟ ସେତିକି ଆଲୋଚନା ହେଉଛି। ଏହି କଥା ଭାଇରାଲ ହେବା ମାତ୍ରେ ଜଣେ ନିର୍ମାତା ସୀମାଙ୍କୁ ଫିଲ୍ମରେ ହିରୋଇନ୍ ହେବାର ଅଫର୍ ଦେଇଛନ୍ତି।

Advertisment

କିଏ ସେହି ନିର୍ମାତା:

ସଚିନ ଏବଂ ସୀମା ଅନେକ ଥର ଏହା କହିଛନ୍ତି ଯେ କାମ ପାଇଁ ବାହାରକୁ ନ ଆସିପାରିବାରୁ ସେମାନେ ଖାଦ୍ୟ ଅଭାବରୁ ଭୋକରେ ଅଛନ୍ତି ଏବଂ ଆର୍ଥିକ ଅବସ୍ଥା ମଧ୍ୟ ବିଗିଡିବାରେ ଲାଗିଛି। ସଚିନ ଏବଂ ସୀମାଙ୍କର ଆର୍ଥିକ ସଙ୍କଟ ସାମ୍ନାକୁ ଆସିବା ମାତ୍ରେ ନିର୍ମାତା ଅମିତ ଜାନୀ ସେମାନଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି। ସେ ସୀମାଙ୍କୁ ଏକ ଫିଲ୍ମ ଅଫର କରିଛନ୍ତି।

କ’ଣ ହେବ ତାଙ୍କର ଡେବ୍ୟୁ ଫିଲ୍ମ:

ଏହି ପ୍ରଡକ୍ସନ୍ ହାଉସ୍ ଅଧୀନରେ ସେ ଉଦୟପୁରରେ ହୋଇଥିବା ଟେଲର କହ୍ନେୟା ଲାଲ ସାହୁଙ୍କ ହତ୍ୟା ଉପରେ ଏକ ଫିଲ୍ମ ନିର୍ମାଣ କରୁଛନ୍ତି। ଏହି ଫିଲ୍ମର ଟାଇଟଲ୍ ହେଉଛି 'ଏ ଟେଲର ମର୍ଡର ଷ୍ଟୋରୀ'। ଏହି ଫିଲ୍ମରେ କାମ କରିବାକୁ ଅମିତ ସୀମାଙ୍କୁ ଅଫର ଦେଇଛନ୍ତି।

Advertisment

କାହିଁକି ସାହାଯ୍ୟ କଲେ:

ଅମିତ ଜାନୀ ଉଭୟ ସୀମା ଏବଂ ସଚିନଙ୍କୁ ଏହି ଅଫର ଦେଇଥିଲେ ଯେ ଯଦି ସେମାନେ ତାଙ୍କ ପ୍ରଡକ୍ସନରେ କାମ କରନ୍ତି, ତେବେ ସେ କାମ ପାଇଁ ସେମାନଙ୍କୁ ଟଙ୍କା ଦେବେ। ନିଜ ତରଫରୁ ଏକ ଭିଡିଓ ରିଲିଜ୍ କରି ଅମିତ କହିଛନ୍ତି ଯେ ସୀମା ହାଇଦର ଭାରତରେ ପ୍ରବେଶ କରିଥିବା ତରିକାକୁ ସେ ସମର୍ଥନ କରୁନାହାଁନ୍ତି। କିନ୍ତୁ ସେମାନଙ୍କର ଆର୍ଥିକ ପ୍ରତିବନ୍ଧକ ଦେଖି ଜଣେ ଭାରତୀୟ ହୋଇ ସେ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି।

Bollywood Heroine
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ