Advertisment

ଆସୁଛି ‘ସ୍କ୍ରୁ ଢିଲା’; ଦେଖିବାକୁ ମିଳିଲା ଟାଇଗର୍‌ଙ୍କ ଜବରଦସ୍ତ ଆକ୍ସନ୍

ପୁଣି ଆକ୍ସନ୍ ଅନ୍ଦାଜ୍‌ରେ ଟାଇଗର୍। ରିଲିଜ୍ ହୋଇଛି ଟିଜର୍। ବିଦେଶୀ ଗୁଣ୍ଡାମାନକୁ ମାରୁଥିବା ବେଳେ ଟାଇଗର୍‌ଙ୍କ୍ ଜବରଦସ୍ତ ଆକ୍ସନ ଦେଖିଲେ ଆଶ୍ଚର୍ଯ୍ୟ ଲାଗେ।

author-image
Pramod Behera
Screw Dheela announcement watch the tiger shroff action

Screw Dheela announcement watch the tiger shroff action

ବଲିଉଡ୍‌ର ପ୍ରସିଦ୍ଧ ନିର୍ମାତା-ନିର୍ଦ୍ଦେଶକ କରଣ ଜୋହର ତାଙ୍କର ନୂଆ ଫିଲ୍ମ ‘ସ୍କ୍ରୁ ଢିଲା’ର ଘୋଷଣା କରିଛନ୍ତି। ଦୀର୍ଘ ଦିନ ଧରି ତାଙ୍କର ଏହି ଫିଲ୍ମକୁ ନେଇ ସନ୍ଦେହ ଲାଗି ରହିଥିଲା। ବର୍ତ୍ତମାନ ନିର୍ମାତା ଏକ ଜବରଦସ୍ତ ଆକ୍ସନ୍ ଭିଡିଓ ସହିତ ‘ସ୍କ୍ରୁ ଢିଲା’ର ଘୋଷଣା କରିଛନ୍ତି।

Advertisment

କରଣ ଜୋହରଙ୍କ ଏହି ଫିଲ୍ମରେ ବଲିଉଡର ଆକ୍ସନ୍ ହିରୋ ଟାଇଗର ଶ୍ରଫ୍ ମୁଖ୍ୟ ଭୂମିକାରେ ନଜର ଆସିବେ। ଏଥି ସହିତ ସାଉଥ୍‌ ସିନେମାର ପ୍ରସିଦ୍ଧ ଅଭିନେତ୍ରୀ ରଶ୍ମିକା ମନ୍ଦାନା ମଧ୍ୟ ତାଙ୍କ ସହ ନଜର ଆସିବେ। କରଣ ଜୋହର ସୋସିଆଲ ମିଡିଆ ଜରିଆରେ ଫିଲ୍ମ ‘ସ୍କ୍ରୁ ଢିଲା’ର ସୂଚନା ଦେଇଛନ୍ତି।

କରଣ ଜୋହର ସୋସିଆଲ ମିଡିଆରେ ବହୁତ ସକ୍ରିୟ। ସେ ତାଙ୍କ ପ୍ରଶଂସକଙ୍କ ସହ ଜଡିତ ରହିବାକୁ ସ୍ୱତନ୍ତ୍ର ଫଟୋ ଏବଂ ଭିଡିଓ ଶେୟାର କରନ୍ତି। ସେ ତାଙ୍କ ଅଫିସିଆଲ୍ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରେ ଫିଲ୍ମ ‘ସ୍କ୍ରୁ ଢିଲା’ ଉପରେ ସୂଚନା ଦେଇଛନ୍ତି। ଏହି ଫିଲ୍ମର ଟିଜର ବିଷୟରେ କହିବାକୁ ଗଲେ ଟାଇଗର୍‌ ଶ୍ରଫ୍‌ ବହୁ ବିଦେଶୀ ଗୁଣ୍ଡାଙ୍କୁ ମାଡ ମାରୁଥିବାର ନଜର ଆସିଛନ୍ତି। ଏଥିସହିତ ଟିଜର୍‌ରେ ତାଙ୍କ ଗର୍ଲଫ୍ରେଣ୍ଡ୍‌ ତାଙ୍କୁ ଜୋନୀ ବୋଲି କହି ଡାକୁଥିବାରୁ ତାଙ୍କ ଚରିତ୍ର ଜୋନୀ ବୋଲି ସ୍ପଷ୍ଟ ହେଉଛି।

Advertisment

ତେବେ ଗୁଣ୍ଡାମାନଙ୍କୁ ମାଡ ମାରିବା ପୂର୍ବରୁ ଗୁଣ୍ଡାମାନେ ଟାଇଗର ଶ୍ରଫ୍‌ଙ୍କ ମୁହଁକୁ ମାରିଛନ୍ତି। ଟାଇଗର ନିଜକୁ ପିଇଟି ଟିଚର୍‌ ଅଖିଳେଶ ମିଶ୍ର ବୋଲି କହୁଛନ୍ତି। କିଛି ମିନିଟ୍‌ର ଏହି ଟିଜର୍‌ରେ ଟାଇଗର ଶ୍ରଫ୍ ପୁଣିଥରେ ନିଜର ଆକ୍ସନ୍ ଷ୍ଟାଇଲ୍ ଦେଖେଇଛନ୍ତି। ଫିଲ୍ମ ‘ସ୍କ୍ରୁ ଢିଲା’ର ଏହି ଟିଜର ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି। ଟାଇଗର୍‌ ଶ୍ରଫ୍‌ଙ୍କ ପ୍ରଶଂସକମାନେ ଟିଜର୍‌କୁ ବହୁତ ପସନ୍ଦ କରିବା ସହିତ ମନ୍ତବ୍ୟ ଦେଇ ସେମାନଙ୍କ ମତାମତ ମଧ୍ୟ ଦେଇଛନ୍ତି। ତଥାପି କିଛି ଲୋକ ଟାଇଗର୍‌ ଶ୍ରଫ୍‌ଙ୍କ ଆକ୍ସନ୍ ଫିଲ୍ମ ବାରମ୍ବାର ଦେଖି ତାଙ୍କ ଉପରେ ପ୍ରଶ୍ନ ଉଠେଇଛନ୍ତି।

ଜଣେ ସୋସିଆଲ ମିଡିଆ ବ୍ୟବହାରକାରୀ ଲେଖିଛନ୍ତି ଯେ “ବଲିଉଡ୍‌ କେବଳ ଏହା ହିଁ କରିପାରିବ।” ଅନ୍ୟ ଜଣେ ଲେଖିଛନ୍ତି, “ବହୁତ ଅଧିକ ଆକ୍ସନ୍ ହୋଇଗଲା”। ସେହିପରି ଆଉ ଜଣେ ଏହାକୁ 'ବାଗୀ ୪' ବୋଲି କହିଥିବା ବେଳେ ଅନ୍ୟ ଜଣେ ଲେଖିଛନ୍ତି, ଯଦି ଟାଇଗର ଶ୍ରଫ୍ ପାଖାପାଖି ଥାଆନ୍ତେ ସବୁକିଛି ପୂର୍ବାନୁମାନ କରାଯାଇଥାନ୍ତା।” ଏମାନଙ୍କ ବ୍ୟତୀତ ଅନ୍ୟମାନେ ମଧ୍ୟ ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାର ମତ ଦେଇଛନ୍ତି।

Bollywood Tiger Shroff Screw Dheela
Advertisment
Advertisment