/odishatv-khabar/media/post_attachments/uploadimage/library/16_9/16_9_0/IMAGE_1665804957.jpg)
SC slams Ekta Kapoor on web series 'XXX'
ପ୍ରଯୋଜିକା ଏକତା କପୁରଙ୍କ ଉପରେ ସୁପ୍ରିମକୋର୍ଟ ବର୍ଷିଛନ୍ତି। ୱେବ୍ ସିରିଜ ‘XXX’ ମାଧ୍ୟମରେ ସେ ଯୁବପିଢିଙ୍କ ମନକୁ କଳୁଷିତ କରୁଛନ୍ତି ବୋଲି ସୁପ୍ରିମକୋର୍ଟ କହିଛନ୍ତି। ବିବାଦୀୟ ୱେବ୍ ସିରିଜ ‘XXX’ ମାଧ୍ୟମରେ ଯବାନ ଓ ତାଙ୍କ ପରିବାରଙ୍କ ଭାବାବେଗ ପ୍ରତି କୁଠାରଘାତ କରିଥିବା ଅଭିଯୋଗରେ ବିହାରର ଏକ କୋର୍ଟ ତାଙ୍କ ବିରୋଧରେ ଗିରଫ ପରୱାନା ଜାରି କରାଯାଇଛି।
ଏହି ଗିରଫ ପରୱାନାକୁ ଚ୍ୟାଲେଞ୍ଜ କରି ଏକତା ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ଏକତାଙ୍କ ଉପରେ ବର୍ଷିବା ସହ କହିଛନ୍ତି, ‘ଓଟିଟି ପ୍ଳାଟଫର୍ମରେ ସମସ୍ତେ ଏହାକୁ ଦେଖୁଛନ୍ତି। ୱେବ୍ ସିରିଜ ‘XXX’ ମାଧ୍ୟମରେ ଆପଣ ଯୁବପିଢିଙ୍କ ମନକୁ କଳୁଷିତ କରୁଛନ୍ତି। ଆପଣ ଦର୍ଶକମାନଙ୍କୁ କି ପ୍ରକାର ପସନ୍ଦ ଯୋଗାଇ ଦେଉଛନ୍ତି ବୋଲି ସୁପ୍ରିମକୋର୍ଟ ପ୍ରଶ୍ନ କରିଛନ୍ତି।
ଓଟିଟି ପ୍ଲାଟ୍ଫର୍ମ ରିଲିଜ ହୋଇଥିବା ୱେବ୍ ସିରିଜ ‘XXX’ରେ ସୈନିକଙ୍କୁ ଅପମାନ କରିବା ସହ ସେମାନଙ୍କ ପରିବାରର ଭାବନାକୁ ଆଘାତ ପହଞ୍ଚାଇବା ନେଇ ଏକତାଙ୍କ ବିରୋଧରେ ଅଭିଯୋଗ ହୋଇଥିଲା। ଏନେଇ ତାଙ୍କ ବିରୋଧରେ ଗିରଫ ପରୱାନା ଜାରି କରାଯାଇଥିବା ବେଳେ ଏହାକୁ ଚ୍ୟାଲେଞ୍ଜ କରି ଏକତା ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।
ସୂଚନାଥାଉ କି, ଏହି ୱେବ୍ ସିରିଜରେ ଜଣେ ସୈନିକଙ୍କ ପତ୍ନୀଙ୍କ ଉପରେ ଆପତ୍ତିଜନକ ଦୃଶ୍ୟ ରହିଥିବାରୁ ଜଣେ ପୂର୍ବତନ ସୈନିକ ଏହା ବିରୋଧ କରି କୋର୍ଟରେ ପିଟିସନ ଦାୟର କରିଥିଲେ। କିନ୍ତୁ ବାରମ୍ବାର ନୋଟିସ ସତ୍ତ୍ୱେ ଏକତା ହାଜର ନ ହେବାରୁ କୋର୍ଟ ଏକତାଙ୍କ ବିରୋଧରେ ଗିରଫ ପରୱାନା ଜାରି କରିଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)