Advertisment

ସାର୍ଟ ବଟମ୍‌ ଖୋଲି ସନ୍‌କିସ୍ ନେଲେ ସାରା ଅଲ୍ଲୀ ଖାନ୍

ସୈଫ୍ ଅଲ୍ଲୀ ଖାନ୍ ଓ ଅମୃତା ସିଂହଙ୍କ ଝିଅ ସାରା ଅଲ୍ଲୀ ଖାନ୍ ଏବେ ବଲିଉଡରେ ଆଗକୁ ଯାଉଥିବା ଅଭିନେତ୍ରୀଙ୍କ ମଧ୍ୟରେ ଜଣେ। ସାରା ସୋସିଆଲ୍ ମିଡିଆରେ ବହୁତ ସକ୍ରିୟ। ନିଜର ଭିନ୍ନ ଭିନ୍ନ ଅବତାର ନେଇ ସାରା ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। କେତେବେଳେ ଶାଢୀରେ ଭାରତୀୟ ପରମ୍ପରାକୁ ଆପଣେଇ ଲୋକଙ୍କ ମନ କିଣୁଥିବା ବେଳେ କେତେବେଳେ ନିଜର ବୋଲ୍ଡ ଅବତାର ଦେଖେଇ ଲୋକଙ୍କ ହୃଦୟରେ ନିଆଁ ଲଗଉଥିବା ଦେଖାଯାଆନ୍ତି।

author-image
Pramod Behera
Sara Ali Khan shared the sun kissed photo

Sara Ali Khan shared the sun kissed photo

ନୂଆଦିଲ୍ଲୀ : ସୈଫ୍ ଅଲ୍ଲୀ ଖାନ୍ ଓ ଅମୃତା ସିଂହଙ୍କ ଝିଅ ସାରା ଅଲ୍ଲୀ ଖାନ୍ ଏବେ ବଲିଉଡରେ ଆଗକୁ ଯାଉଥିବା ଅଭିନେତ୍ରୀଙ୍କ ମଧ୍ୟରେ ଜଣେ। ସାରା ସୋସିଆଲ୍ ମିଡିଆରେ ବହୁତ ସକ୍ରିୟ। ନିଜର ଭିନ୍ନ ଭିନ୍ନ ଅବତାର ନେଇ ସାରା ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। କେତେବେଳେ ଶାଢୀରେ ଭାରତୀୟ ପରମ୍ପରାକୁ ଆପଣେଇ ଲୋକଙ୍କ ମନ କିଣୁଥିବା ବେଳେ କେତେବେଳେ ନିଜର ବୋଲ୍ଡ ଅବତାର ଦେଖେଇ ଲୋକଙ୍କ ହୃଦୟରେ ନିଆଁ ଲଗଉଥିବା ଦେଖାଯାଆନ୍ତି।

Advertisment
Sara Ali Khan in bold avtarବୋଲ୍ଡ ଅବତାରରେ ସାରା ଅଲ୍ଲୀ ଖାନ୍

ଆଜିକାଲି ସାରା ସିନେମା ଦୁନିଆରୁ ଦୂରେଇ ଅଛନ୍ତି, କିନ୍ତୁ ସୋସିଆଲ୍ ମିଡିଆରୁ ଦୂରେଇ ଯାଇ ନାହାନ୍ତି। ସୋସିଆଲ୍ ମିଡିଆରେ ନିଜର ବିଭିନ୍ନ ପ୍ରକାରର ଫଟୋ ଶେୟାର କରି ନିଜ ପ୍ରଶଂସକମାନଙ୍କର ମନୋରଞ୍ଜନ କରୁଛନ୍ତି। ସାରାଙ୍କ ଫଟୋ ଯେତିକି ହୃଦୟକୁ ଛୁଇଁଥାଏ ତା’ ଠାରୁ ଅଧିକ ମଜ୍ଜାଦାର ହୋଇଥାଏ ଫଟୋର କ୍ୟାପ୍‌ସନ୍‌।

Sara Ali Khan shared the sun kissed photo ସାର୍ଟ ବଟମ୍‌ ଖୋଲି ସନ୍‌କିସ୍ ନେଲେ ସାରା ଅଲ୍ଲୀ ଖାନ୍

ନିକଟରେ ସାରା ଅଲ୍ଲୀ ଖାନ୍ ତାଙ୍କ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ କିଛି ଫଟୋ ଶେୟାର କରିଛନ୍ତି, ଯେଉଁ ତାଙ୍କାର ବୋଲ୍ଡ ଅବତାର ସାମ୍ନାକୁ ଆସିଛି। ଏହି ଫଟୋରେ ସାରା ତାଙ୍କ ସାର୍ଟର ବଟମ ଖୋଲି ସନ୍‌କିସ୍ ନେଉଥିବା ନଜର ଆସିଛନ୍ତି।

Advertisment
Sara Ali Khan shared the sun kissed photo ସାର୍ଟ ବଟମ୍‌ ଖୋଲି ସନ୍‌କିସ୍ ନେଲେ ସାରା ଅଲ୍ଲୀ ଖାନ୍

ଫଟୋରେ ସାରା ଧଳା ରଙ୍ଗର ସାର୍ଟ ପିନ୍ଧିଥିବା ବେଳେ ଏହାର ବଟମ ଖୋଲି ଦେଇଛନ୍ତି ଏବଂ ଭିତରେ କଳା ରଙ୍ଗର ଇନର ପିନ୍ଧିଥିବା ନଜର ଆସିଛନ୍ତି। ଏହା ସାଙ୍ଗକୁ ତାଙ୍କର ମୁକୁଳା କେଶ ତାଙ୍କୁ ଖୁବ ମାନୁଛି। ଏହି ଫଟୋକୁସେ ଶେୟାର କରି କ୍ୟାପସନରେ ଲେଖିଛନ୍ତି ଯେ ‘ଏହି ଅବିଶ୍ୱସନୀୟ କ୍ଷତ ଉପରେ ମୁଁ ‘ମରହମ୍’(ମଲମ) ଲଗେଇବାକୁ ଯାଇଛି। ‘ମରହମ’ର ରାଣ, ମରହମ ଲଗାନି। ‘ମରହମ’ ଜାଗାରେ, “ମର ହମ ଗଏ”(ମୁଁ ମରିଗଲି)।’ କିନ୍ତୁ ପରେ ସାରା ଏହି କ୍ୟାପ୍‌ସନ୍‌କୁ ହଟେଇ ତା’ ଜାଗାରେ ଫାୟାର୍‌ ଇମୋଜୀ ଲଗେଇଦେଲେ।

Sara Ali Khan shared the sun kissed photo ସାର୍ଟ ବଟମ୍‌ ଖୋଲି ସନ୍‌କିସ୍ ନେଲେ ସାରା ଅଲ୍ଲୀ ଖାନ୍

ସୋସିଆଲ୍ ମିଡିଆରେ ସାରାଙ୍କର ଏହି ଫଟୋ ଶେୟାର ହେବା ପରେ ତାଙ୍କ ପ୍ରଶଂସକମାନଙ୍କର ଲାଇକ୍ କମେଣ୍ଟର ସୁଅ ଛୁଟିଛି। ଲୋକେ ସୈଫ୍‌ଙ୍କ ଲଳନାଙ୍କର ଏହି ଫଟୋରେ ଫିଦା ହୋଇଯାଇଛନ୍ତି। କେହି କେହି ଏହି ଫଟୋ ଉପରେ ହାର୍ଟ ଇମୋଜୀ ଶେୟାର କରୁଥିବା ବେଳେ ଆଉ କେହି ଫାୟାର ଇମୋଜୀ ଶେୟାର କରି ସାରାଙ୍କୁ ନିଆଁ ପିଣ୍ଡୁଳା ସହ ତୁଳନା କରିଛନ୍ତି।

Sara Ali Khan shared the sun kissed photo ସାର୍ଟ ବଟମ୍‌ ଖୋଲି ସନ୍‌କିସ୍ ନେଲେ ସାରା ଅଲ୍ଲୀ ଖାନ୍

ସାରାଙ୍କର ଏହି ଫଟୋକୁ ଜଣାଶୁଣା ଫଟୋଗ୍ରାଫର ରୋହନ ଶ୍ରେଷ୍ଠା ଉଠେଇଥିବା ବେଳେ ଫଟୋ ଉପରେ ରାଧିକା ମଦାନ ମଧ୍ୟ କମେଣ୍ଟ କରି ନିଜର ଭଲ ପାଇବା ଦେଇଛନ୍ତି। ଏହା ପୂର୍ବରୁ ସାରା ଶାଢୀରେ ଫଟୋ ଉଠେଇ ଶେୟାର କରିଥିଲେ। ଏଥିରେ ସେ ଖୁବ ପାରମ୍ପରିକ ଓ ଖୁବ୍ ସୁନ୍ଦର ଦେଖାଯାଉଥିଲେ।

Sara Ali Khan in Sareeଶାଢୀରେ ସାରା ଅଲ୍ଲୀ ଖାନ୍

ସାରାଙ୍କର କାମର କଥା ଆଲୋଚନା କଲେ ଶେଷଥର ସେ ବରୁଣ ଧାୱନଙ୍କ ସହିତ ଫିଲ୍ମ ‘କୁଲୀ ନମ୍ବର ୱାନ୍’ରେ ନଜର ଆସିଥିଲେ। ଖୁବ୍ ଶୀଘ୍ର ସେ ଫିଲ୍ମ ‘ଅନ୍ତରଙ୍ଗ ରେ’ରେ ନଜର ଆସିବେ। ଏହି ଫିଲ୍ମରେ ସାରାଙ୍କ ସହିତ ଅକ୍ଷୟ କୁମାର ଓ ଧନୁଷ ମୁଖ୍ୟ ଭୂମିକାରେ ଦେଖାଦେବେ।

Sara Ali Khan Saif Ali Khan Bollywood
Advertisment
Advertisment