Advertisment

Sanoj Mishra Arrested: ମୋନାଲିସାଙ୍କୁ ଫିଲ୍ମ ଅଫର କରିଥିବା ସନୋଜ ମିଶ୍ର ଗିରଫ; କରିଥିଲେ ଦୁଷ୍କର୍ମ

ଦୁଷ୍କର୍ମ ଅଭିଯୋଗରେ ଗିରଫ ହୋଇଛନ୍ତି ସନୋଜ ମିଶ୍ର। ତାଙ୍କ ନାମରେ ଦୁଷ୍କର୍ମ ସହିତ ମାରପିଟ, ଗର୍ଭପାତ କରାଇବା ଏବଂ ଧମକ ଦେବା ଆଦି ଅଭିଯୋଗ ହୋଇଛି। ଏହି ମାମଲାରେ କେନ୍ଦ୍ରୀୟ ଦିଲ୍ଲୀ ପୋଲିସର ନବୀ କରିମ ପୋଲିସ ଷ୍ଟେସନର ଟିମ୍ ଗାଜିଆବାଦରୁ ନିର୍ଦ୍ଦେଶକ ସନୋଜ ମିଶ୍ରଙ୍କୁ ଗିରଫ କରିଛି।

ଅଦ୍ୟତନ ହୋଇଛି
Sanoj Mishra arrested in connection with rape case

Sanoj Mishra arrested in connection with rape case

Advertisment

'ମହାକୁମ୍ଭ ୨୦୨୫'ରେ ଭାଇରାଲ ହୋଇଥିବା ମୋନାଲିସାଙ୍କୁ ତାଙ୍କ ଫିଲ୍ମରେ ଏକ ଭୂମିକାରେ ଅଫର କରିଥିବା ନିର୍ଦ୍ଦେଶକ ସନୋଜ ମିଶ୍ରଙ୍କୁ ଦୁଷ୍କର୍ମ ଅଭିଯୋଗରେ ଗିରଫ କରାଯାଇଛି। ଦିଲ୍ଲୀ ହାଇକୋର୍ଟ ତାଙ୍କ ଜାମିନ ଆବେଦନକୁ ପ୍ରତ୍ୟାଖ୍ୟାନ କରିବା ପରେ ଏହି ଗିରଫ କରାଯାଇଛି।

Advertisment

ତାଙ୍କ ଉପରେ ଦୁଷ୍କର୍ମ ସହିତ ମାରପିଟ, ଗର୍ଭପାତ କରାଇବା ଏବଂ ଧମକ ଦେବା ଆଦି ଅଭିଯୋଗ ହୋଇଛି। ଅଭିଯୋଗ ହୋଇଛି ଯେ ସନୋଜ ମିଶ୍ର ଏକ ଛୋଟ ସହରରୁ ଆସିଥିବା ଜଣେ ଝିଅକୁ କେବଳ ଦୁଷ୍କର୍ମ କରିନାହାଁନ୍ତି, ବରଂ ତାଙ୍କୁ ତିନିଥର ଗର୍ଭପାତ ମଧ୍ୟ କରାଇଛନ୍ତି। ଏହି ମାମଲାରେ କେନ୍ଦ୍ରୀୟ ଦିଲ୍ଲୀ ପୋଲିସର ନବୀ କରିମ ପୋଲିସ ଷ୍ଟେସନର ଟିମ୍ ଗାଜିଆବାଦରୁ ନିର୍ଦ୍ଦେଶକ ସନୋଜ ମିଶ୍ରଙ୍କୁ ଗିରଫ କରିଛି।

Advertisment

୦୬ ମାର୍ଚ୍ଚ ୨୦୨୪ରେ ୨୮ ବର୍ଷ ବୟସ୍କା ଜଣେ ଯୁବତୀଙ୍କ ଅଭିଯୋଗକୁ ଆଧାର କରି ନବୀ କରିମ ପୋଲିସ ଷ୍ଟେସନରେ ଦୁଷ୍କର୍ମ, ନିର୍ଯାତନା, ଗର୍ଭପାତ ଏବଂ ଧମକ ଦେବା ଧାରାରେ ଏକ ଏଫ୍‌ଆଇଆର୍‌ ପଞ୍ଜିକୃତ ହୋଇଥିଲା। ପୀଡିତାଙ୍କ ଅଭିଯୋଗ ଅନୁଯାୟୀ ଅଭିଯୁକ୍ତ ଗତ ଚାରି ବର୍ଷ ଧରି ମୁମ୍ବାଇରେ ତାଙ୍କ ସହ ଲିଭ୍-ଇନ୍‌ ସମ୍ପର୍କରେ ରହୁଥିଲେ।

ଅଧିକ ପଢ଼ନ୍ତୁ: ବିବାଦରେ ସନୋଜ ମିଶ୍ର; ସେଭ୍ କରିବାକୁ ଆଗକୁ ଆସିଲେ ଭାଇରାଲ୍ ଗାର୍ଲ ମୋନାଲିସା

Advertisment

ଯୁବତୀ ଜଣକ ଅଭିଯୋଗ କରିଛନ୍ତି ଯେ ତାଙ୍କୁ ତିନିଥର ଗର୍ଭପାତ କରିବାକୁ ବାଧ୍ୟ କରାଯାଇଛି। ସେ FIR ରେ ଅଭିଯୋଗ କରିଛନ୍ତି ଯେ ୧୮ ଫେବୃଆରୀ ୨୦୨୫ରେ ସନୋଜ ଅଭିଯୋଗକାରିଣୀଙ୍କୁ ନବୀ କରିମ ହୋଟେଲ ‘ଶିବା’କୁ ଆଣି ଶାରୀରିକ ସମ୍ପର୍କ ରଖିଥିଲେ। ପରେ ସେ ତାଙ୍କୁ ବିବାହ କରିବାର ପ୍ରତିଶ୍ରୁତି ଦେଇ ଫେରାର୍ ହୋଇଯାଇଥିଲେ।

ଏହା ପରେ ଅଭିଯୋଗକାରିଣୀଙ୍କର CRPCର ଧାରା ୧୬୪ ଅନୁଯାୟୀ ତାଙ୍କ ଷ୍ଟେଟମେଣ୍ଟ ରେକର୍ଡ କରାଯାଇଥିଲା । 

ଅନୁସନ୍ଧାନ ବେଳେ ମୁଜାଫରନଗରରୁ ଗର୍ଭପାତ ସହ ଜଡିତ ଡାକ୍ତରୀ କାଗଜପତ୍ର ସଂଗ୍ରହ କରାଯାଇଛି। ଦିଲ୍ଲୀ ହାଇକୋର୍ଟ ମଧ୍ୟ ଅଭିଯୁକ୍ତଙ୍କ ଜାମିନ ଆବେଦନକୁ ଖାରଜ କରିଛନ୍ତି। ଏହା ପରେ ପୋଲିସ ୪୫ ବର୍ଷୀୟ ଅଭିଯୁକ୍ତ ସନୋଜ ମିଶ୍ରଙ୍କୁ ଗାଜିଆବାଦରୁ ଗିରଫ କରିଛି। ସୂଚନାନୁସାରେ, ଅଭିଯୁକ୍ତ ବିବାହିତ ଏବଂ ତାଙ୍କ ପରିବାର ସହିତ ମୁମ୍ବାଇରେ ରୁହନ୍ତି।

ଅଭିଯୋଗ ହୋଇଛି ଯେ ସନୋଜ ମିଶ୍ର ତାଙ୍କୁ ପ୍ରଲୋଭନ ଦେଖାଇ ଏକ ରିସୋର୍ଟକୁ ନେଇ ଯାଇଥିଲେ ଏବଂ ମଦ୍ୟପାନ କରିବା ପରେ ତାଙ୍କ ସହ ଶାରିରୀକ ସଂପର୍କ ରଖିଥିଲେ। ପୀଡିତା ଜଣକ ଏଫ୍‌ଆଇଆର୍‌ରେ ଦର୍ଶାଇଛନ୍ତି ଯେ ଅଭିଯୁକ୍ତ ତାଙ୍କ ଆପତ୍ତିଜନକ ଫଟୋ ଏବଂ ଭିଡିଓ ପ୍ରସ୍ତୁତ କରି ଧମକ ଦେଇଛନ୍ତି ଯେ, ଯଦି ସେ ବିରୋଧ କରନ୍ତି ତେବେ ସେ ଏହାକୁ ସୋସିଆଲ ମିଡିଆରେ ପୋଷ୍ଟ କରିଦେବେ।

ଏହା ପରେ ସେ ବିବାହର ବାହାନା କରି ତାଙ୍କୁ ବିଭିନ୍ନ ସ୍ଥାନକୁ ଡାକିଥିଲେ ଏବଂ ଶାରୀରିକ ସମ୍ପର୍କ ରଖିଥିଲେ। ଏହା ସହିତ ତାଙ୍କୁ ଚଳଚ୍ଚିତ୍ରରେ କାମ କରିବାକୁ ମଧ୍ୟ ପ୍ରଲୋଭିତ କରାଯାଇଥିଲା।

ଅଧିକ ପଢ଼ନ୍ତୁ: ଧୀରେ ଧୀରେ ପଲିସ୍ ହେଉଛନ୍ତି ମୋନାଲିସା; ଦେଖନ୍ତୁ ଦମଦାର ଆକ୍ଟିଙ୍ଗ୍

Bollywood Mahakumbh Monalisa Director Sanoj Mishra
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ